ବିମାନ ବାତିଲ, ଆଲର୍ଟରେ ସାଉଦି-ୟୁଏଇ… କ’ଣ କରିବାକୁ ଯାଉଛି ଇରାନ?
ତେେହେରାନ,୧୧।୪: ଏପ୍ରିଲ ଆରମ୍ଭରେ ଇସ୍ରାଏଲ ପକ୍ଷରୁ ସିରିଆରେ ଥିବା ଇରାନର ଦୂତାବାସ ଉପରେ ଏୟାରଷ୍ଟ୍ରାଇକ୍ କରାଯାଇଥିଲା। ଏଥିରେ ୨ ଇରାନ କମାଣ୍ଡୋ ଏବଂ ଅନ୍ୟ ୭ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ଇରାନ ଇସ୍ରାଏଲଠାରୁ ପ୍ରତିଶୋଧ ନେବ ବୋଲି କହିଥିଲା। ଏହି ଚେତାବନୀ ପରେ ଅନେକ ଦେଶ ଇରାନର ଆକ୍ରମଣକୁ ଭୟ କରୁଛନ୍ତି। ଆକ୍ରମଣକୁ ଧ୍ୟାନରେ ରଖି ଜର୍ମାନ ଏୟାରଲାଇନ୍ସ ତେହେରାନକୁ ନିଜର ସମସ୍ତ ବିମାନ ଉଡାଣ ବାତିଲ କରିଛି। ଇସ୍ରାଏଲର ଆକ୍ରମଣର ପ୍ରତିଶୋଧ ନେବା […] The post ବିମାନ ବାତିଲ, ଆଲର୍ଟରେ ସାଉଦି-ୟୁଏଇ… କ’ଣ କରିବାକୁ ଯାଉଛି ଇରାନ? appeared first on Dharitri Odia News.
ତେେହେରାନ,୧୧।୪: ଏପ୍ରିଲ ଆରମ୍ଭରେ ଇସ୍ରାଏଲ ପକ୍ଷରୁ ସିରିଆରେ ଥିବା ଇରାନର ଦୂତାବାସ ଉପରେ ଏୟାରଷ୍ଟ୍ରାଇକ୍ କରାଯାଇଥିଲା। ଏଥିରେ ୨ ଇରାନ କମାଣ୍ଡୋ ଏବଂ ଅନ୍ୟ ୭ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ଇରାନ ଇସ୍ରାଏଲଠାରୁ ପ୍ରତିଶୋଧ ନେବ ବୋଲି କହିଥିଲା। ଏହି ଚେତାବନୀ ପରେ ଅନେକ ଦେଶ ଇରାନର ଆକ୍ରମଣକୁ ଭୟ କରୁଛନ୍ତି। ଆକ୍ରମଣକୁ ଧ୍ୟାନରେ ରଖି ଜର୍ମାନ ଏୟାରଲାଇନ୍ସ ତେହେରାନକୁ ନିଜର ସମସ୍ତ ବିମାନ ଉଡାଣ ବାତିଲ କରିଛି।
ଇସ୍ରାଏଲର ଆକ୍ରମଣର ପ୍ରତିଶୋଧ ନେବା ନେଇ ଇରାନ କହିବା ପରେ ମଧ୍ୟ ପୂର୍ବର ସମସ୍ତ ଦେଶରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଜର୍ମାନୀର ଲୁଫଥାନ୍ସ ଏୟାରଲାଇନ୍ସ ତେହେରାନରୁ ଆସୁଥିବା ଏବଂ ଯାଉଥିବା ସମସ୍ତ ବିମାନକୁ ବାତିଲ କରିଦେଇଛି। ଏୟାରଲାଇନ୍ସ କହିଛି ଯେ କମ୍ପାନୀପାଇଁ ଯାତ୍ରୀ ଏବଂ ଏହାର କର୍ମଚାରୀଙ୍କ ସୁରକ୍ଷା ପ୍ରଥମେ ଆସିଥାଏ, ଏଥିପାଇଁ ଏପ୍ରିଲ ୬ ରୁ ୧୧ ଏପ୍ରିଲ ପର୍ଯ୍ୟନ୍ତ ସମସ୍ତ ବିମାନ ବାତିଲ କରାଯାଇଛି।
ମଧ୍ୟ ପୂର୍ବର ଦେଶ ବ୍ୟତୀତ ଇରାନ ଆକ୍ରମଣ ପାଇଁ ଆମେରିକାରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି । ଇରାନ ଆକ୍ରମଣ ବିରୁଦ୍ଧରେ ଲଢ଼ିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଲୁଫଥାନ୍ସ ଏୟାରଲାଇନ୍ସ କହିଛି ଯେ ମଧ୍ୟ ପୂର୍ବର ସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି ଏବଂ ସେଠାରେ ଥିବା ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଉଛି।
ସୂଚନାଯୋଗ୍ୟ, ଏପ୍ରିଲ ପହିଲାରେ, ଇସ୍ରାଏଲ ସିରିଆର ରାଜଧାନୀ ଦମ୍ମେସକରେ ଥିବା ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ କରିଥିଲା, ଯେଉଁଥିରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିଲା। ସେଥିମଧ୍ୟରୁ ୭ ଜଣ ସାଧାରଣ ନାଗରିକ ଏବଂ ୨ ଜଣ ଇରାନ କମାଣ୍ଡର ଥିଲେ। ଇସ୍ରାଏଲଠାରୁ ପ୍ରତିଶୋଧ ନେବାକୁ ପଡିବ ଏବଂ ପ୍ରତିଶୋଧ ନିଆଯିବ। ତେବେ ପ୍ରତିଶୋଧ ନେବା ପାଇଁ ଅପରେସନ କେବେ ଏବଂ କିପରି କରାଯିବ ସେନେଇ ଇରାନ ସ୍ଥିର କରିବ ବୋଲି କୁହାଯାଇଥିଲା।
The post ବିମାନ ବାତିଲ, ଆଲର୍ଟରେ ସାଉଦି-ୟୁଏଇ… କ’ଣ କରିବାକୁ ଯାଉଛି ଇରାନ? appeared first on Dharitri Odia News.