ମଧ୍ୟାହ୍ନ ଭୋଜନରେ ଲୁଣ ବଦଳରେ ପଡ଼ିଲା ସର୍ପ : ଛାତ୍ରୀୟଛାତ୍ର ଖାଇ ଅସୁସ୍ଥ, ଗାଁରେ ଉତ୍ତେଜନା

ବଲାଙ୍ଗୀର,୭।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ଡେଙ୍ଗପଦର ପ୍ରାଥମିକ ବିଦ୍ୟାଳୟରେ ଶନିବାର ଛାତ୍ରୀଛାତ୍ରମାନେ ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହୋଇପଡ଼ିଥିଲେ। ୩୦ରୁ ୩୫ ଜଣଙ୍କୁ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସାକରାଯାଉଛି l ଅନ୍ୟପଟେ ଅସୁସ୍ଥ ଛାତ୍ରୀଛାତ୍ରଙ୍କ ସଂଖ୍ୟା ଏବେ ୭୦କୁ ବୃଦ୍ଧି ପାଇ ଥିବା ଜଣାପଡିଛି । ଗାଁରେ ସାସ୍ଥ୍ୟ ବିଭାଗର ଏକ ସତନ୍ତ୍ର ଟିମ ପହଞ୍ଚି ଚିକିତ୍ସା ଆରମ୍ଭ କରୁଛନ୍ତି। ଛାତ୍ରଛାତ୍ରୀମାନଙ୍କ ଏଭଳି ଘଟଣାକୁ ନେଇ ଅଭିଭାବକଙ୍କ ମହଲରେ ଅସୋନ୍ତୋଷ […] The post ମଧ୍ୟାହ୍ନ ଭୋଜନରେ ଲୁଣ ବଦଳରେ ପଡ଼ିଲା ସର୍ପ : ଛାତ୍ରୀୟଛାତ୍ର ଖାଇ ଅସୁସ୍ଥ, ଗାଁରେ ଉତ୍ତେଜନା appeared first on Dharitri Odia News.

ମଧ୍ୟାହ୍ନ ଭୋଜନରେ ଲୁଣ ବଦଳରେ ପଡ଼ିଲା ସର୍ପ : ଛାତ୍ରୀୟଛାତ୍ର ଖାଇ ଅସୁସ୍ଥ, ଗାଁରେ ଉତ୍ତେଜନା

ବଲାଙ୍ଗୀର,୭।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମୁରିବାହାଲ ବ୍ଲକ ଡେଙ୍ଗପଦର ପ୍ରାଥମିକ ବିଦ୍ୟାଳୟରେ ଶନିବାର ଛାତ୍ରୀଛାତ୍ରମାନେ ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହୋଇପଡ଼ିଥିଲେ। ୩୦ରୁ ୩୫ ଜଣଙ୍କୁ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସାକରାଯାଉଛି l ଅନ୍ୟପଟେ ଅସୁସ୍ଥ ଛାତ୍ରୀଛାତ୍ରଙ୍କ ସଂଖ୍ୟା ଏବେ ୭୦କୁ ବୃଦ୍ଧି ପାଇ ଥିବା ଜଣାପଡିଛି । ଗାଁରେ ସାସ୍ଥ୍ୟ ବିଭାଗର ଏକ ସତନ୍ତ୍ର ଟିମ ପହଞ୍ଚି ଚିକିତ୍ସା ଆରମ୍ଭ କରୁଛନ୍ତି। ଛାତ୍ରଛାତ୍ରୀମାନଙ୍କ ଏଭଳି ଘଟଣାକୁ ନେଇ ଅଭିଭାବକଙ୍କ ମହଲରେ ଅସୋନ୍ତୋଷ ଦେଖା ଦେବା ସହ ଗାଁ ରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଯାହା ଫଳରେ ଗାଁରେ ଟିଟିଲାଗଡ ପୋଲିସ ଟିମ୍‌ ପହଞ୍ଚିଛନ୍ତି। ମୁରିବାହାଲ ଶିକ୍ଷା ଅଧିକାରୀ ଓ ମୁରିବାହାଲ ତହସିଲଦାର ଉପସ୍ଥିତ ଅଛନ୍ତି। ସ୍କୁଲରେ ମଧ୍ୟାହ୍ନ ଭୋଜନରେ ଲୁଣ ବଦଳରେ କପଡା ଧୁଆ ଡିଟରଜେନ ପାଉଡର ଖାଇବା ଜିନିଷରେ ପକାଇ ଦେଇଥିବାରୁ ଛାତ୍ରୀଛାତ୍ର ଏଭଳି ଅସୁସ୍ଥ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏବେ ମଧ୍ୟ କିଛି ଛାତ୍ରୀଛାତ୍ର ଟିଟିଲାଗଡ ମହିଳା ଓ ଶିଶୁ ଡ଼ାକ୍ତର ଖାନରେ ଭର୍ତ୍ତି ଅଛନ୍ତି। ଚିକିତ୍ସା ପରେ ଛାତ୍ରୀଛାତ୍ର ମାନେ ସୁସ୍ଥ ଥିବା ଜଣାପଡିଛି।

The post ମଧ୍ୟାହ୍ନ ଭୋଜନରେ ଲୁଣ ବଦଳରେ ପଡ଼ିଲା ସର୍ପ : ଛାତ୍ରୀୟଛାତ୍ର ଖାଇ ଅସୁସ୍ଥ, ଗାଁରେ ଉତ୍ତେଜନା appeared first on Dharitri Odia News.