କ୍ରିକେଟ ମଇଦାନରେ WWE ଭଳି ଦୃଶ୍ୟ, ଫାଫ୍ ଡୁ ପ୍ଲେସିସ୍ଙ୍କୁ ଉଠାଇ ବାହାରେ ଫିଙ୍ଗିଲେ ବଲ ବଏ;Video
ଆବୁଧାବି,୩୦।୧୧: ଆବୁଧାବି ଟି୨୦ ଲିଗ୍ ୨୦୨୪ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶନିବାର ଏହି ଲିଗ୍ରେ ଗ୍ରୁପ୍ ଷ୍ଟେଜ୍ର ଅନ୍ତିମ ଦିନର ମୁକାବିଲା ଖେଳାଯାଇଥିଲା। ଏହାପରେ ଡିସେମ୍ବର ପହିଲାରେ ପ୍ଲେଅଫ୍ ମ୍ୟାଚ୍ ଆରମ୍ଭ ହେବ। ଏସବୁ ମଧ୍ୟରେ ସୋସିଆଲ ମିଡିଆରେ ଦକ୍ଷିଣ ଆଫ୍ରିକା ପୂର୍ବତନ ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ଙ୍କ ଏକ ଭିଡିଓ ବେଶ ଭାଇରାଲ ହେଉଛି। ସେ ଏହି ଲିଗ୍ରେ ମୋରିସନ ସାମ୍ପ ଆର୍ମି ଦଳର ଅଂଶ ଅଟନ୍ତି। ଏହି ଲିଗ୍ର ଏକ ମ୍ୟାଚ୍ ସମୟରେ ଫାଫ୍ […] The post କ୍ରିକେଟ ମଇଦାନରେ WWE ଭଳି ଦୃଶ୍ୟ, ଫାଫ୍ ଡୁ ପ୍ଲେସିସ୍ଙ୍କୁ ଉଠାଇ ବାହାରେ ଫିଙ୍ଗିଲେ ବଲ ବଏ;Video appeared first on Dharitri Odia News.
ଆବୁଧାବି,୩୦।୧୧: ଆବୁଧାବି ଟି୨୦ ଲିଗ୍ ୨୦୨୪ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶନିବାର ଏହି ଲିଗ୍ରେ ଗ୍ରୁପ୍ ଷ୍ଟେଜ୍ର ଅନ୍ତିମ ଦିନର ମୁକାବିଲା ଖେଳାଯାଇଥିଲା। ଏହାପରେ ଡିସେମ୍ବର ପହିଲାରେ ପ୍ଲେଅଫ୍ ମ୍ୟାଚ୍ ଆରମ୍ଭ ହେବ। ଏସବୁ ମଧ୍ୟରେ ସୋସିଆଲ ମିଡିଆରେ ଦକ୍ଷିଣ ଆଫ୍ରିକା ପୂର୍ବତନ ଅଧିନାୟକ ଫାଫ୍ ଡୁ ପ୍ଲେସିସ୍ଙ୍କ ଏକ ଭିଡିଓ ବେଶ ଭାଇରାଲ ହେଉଛି। ସେ ଏହି ଲିଗ୍ରେ ମୋରିସନ ସାମ୍ପ ଆର୍ମି ଦଳର ଅଂଶ ଅଟନ୍ତି। ଏହି ଲିଗ୍ର ଏକ ମ୍ୟାଚ୍ ସମୟରେ ଫାଫ୍ ଗୁରୁତର ଆହତ ହେବାରୁ ରକ୍ଷା ପାଇଛନ୍ତି।
ଆବୁ ଧାବି ଟି୨୦ ଲିଗ୍ର ୨୧ତମ ମୁକାବିଲା ନଭେମ୍ବର ୨୬ରେ ଶେଖ ଜାୟଦ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍ ମୋରିସନ ସାମ୍ପ ଆର୍ମି ଏବଂ ଦିଲ୍ଲୀ ବୁଲ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍ ସମୟରେ ବାଉଣ୍ଡ୍ରି ନିକଟରେ ଫାଫ୍ଙ୍କ ସହ ବଲ୍ ବଏଙ୍କର ଜୋରଦାର ଟକ୍କର ହୋଇଥିଲା। ଏହାପରେ ସେ ଆହତ ହେବାରୁ ଅଳ୍ପକେ ବର୍ତ୍ତିଥିଲେ।
ଦିଲ୍ଲୀ ବୁଲ୍ସ ବ୍ୟାଟ୍ସମ୍ୟାନ ଟିମ୍ ଡେଭିଡ ଏକ ଶଟ୍ ଖେଳିଥିଲେ। ଏହାକୁ ରୋକିବାକୁ ଚେଷ୍ଟା କରିଥିଲେ ଫାଫ୍। ବଲ୍ ବାଉଣ୍ଡ୍ରିକୁ ଯାଇଥିବା ବେଳେ ରୋପ୍ ବାହାରେ ଥିବା ବଲ୍ ବଏ ସହ ସେ ଧକ୍କା ହୋଇଯାଇଥିଲେ। ଏମିତିକି ତାଙ୍କ କାନ୍ଧରେ ଫାଫ୍ ବିଜ୍ଞାପନ ବୋର୍ଡ ବାହାରେ ପଡ଼ିଯାଇଥିଲେ। ଏହି ଘଟଣାରେ ତାଙ୍କୁ ଆଘାତ ନ ଲାଗିଥିଲେ ବି ଘଟଣା ଚର୍ଚ୍ଚାରେ ରହିଛି। ଏହାକୁ ଲୋକେ ଡବ୍ଲ୍ୟୁଡବ୍ଲ୍ୟୁଇ ଫାଇଟ୍ ସହ ତୁଳନା କରୁଛନ୍ତି।
Admin advice: Do not try this at home!
#ADT10onFanCode pic.twitter.com/1rUnjju5mM
— FanCode (@FanCode) November 29, 2024
The post କ୍ରିକେଟ ମଇଦାନରେ WWE ଭଳି ଦୃଶ୍ୟ, ଫାଫ୍ ଡୁ ପ୍ଲେସିସ୍ଙ୍କୁ ଉଠାଇ ବାହାରେ ଫିଙ୍ଗିଲେ ବଲ ବଏ;Video appeared first on Dharitri Odia News.
