ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେଉଛନ୍ତି ତାରାତାରିଣୀ: ଅଧରପଣା ପରେ  ସନ୍ତୁଷ୍ଟ ହୋଇ  ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୧୨।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ  ପୀଠରେ ଦୀର୍ଘ ଏକମାସ ଧରି  ମହାଆଡମ୍ବରରେ ଅନୁଷ୍ଠିତ ହୋଇଆସୁଥିବା ଚୈତ୍ରପର୍ବ ଶନିବାର ପବିତ୍ର ପୂର୍ଣ୍ଣମୀ ଅବସରରେ ଉଦ୍‌ଯାପିତ ହୋଇଛି। ମାସର ଏହି ଶେଷ ଦିନରେ ମା’ଙ୍କ ନିକଟରେ ଅଧରପଣା ଲାଗିହୋଇଛି। କ୍ଷୀର,ଘିଅ,ନବାତ ଭଳି ବିଭିନ୍ନ ପ୍ରକାର ସାମଗ୍ରୀରେ  ଏହିପଣା ପ୍ରସ୍ତୁତ କରାଯାଇ ମା’ଙ୍କ ନିକଟରେ ଲାଗି କରାଯିବା ପରେ ସେହି  ପଣା ହାଣ୍ଡିକୁ ବାହାରକୁ ନେଇ ଭାଙ୍ଗି ଦିଆଯାଇଥାଏ। ଏହି ଅଧରପଣା ନୀତି ଏଠାରେ ଏକ […] The post ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେଉଛନ୍ତି ତାରାତାରିଣୀ: ଅଧରପଣା ପରେ  ସନ୍ତୁଷ୍ଟ ହୋଇ  ଫେରିଗଲେ ସର୍ବଦେବାଦେବୀ appeared first on Dharitri Odia News.

ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେଉଛନ୍ତି ତାରାତାରିଣୀ: ଅଧରପଣା ପରେ  ସନ୍ତୁଷ୍ଟ ହୋଇ  ଫେରିଗଲେ ସର୍ବଦେବାଦେବୀ
ପୁରୁଷୋତ୍ତମପୁର,୧୨।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ  ପୀଠରେ ଦୀର୍ଘ ଏକମାସ ଧରି  ମହାଆଡମ୍ବରରେ ଅନୁଷ୍ଠିତ ହୋଇଆସୁଥିବା ଚୈତ୍ରପର୍ବ ଶନିବାର ପବିତ୍ର ପୂର୍ଣ୍ଣମୀ ଅବସରରେ ଉଦ୍‌ଯାପିତ ହୋଇଛି। ମାସର ଏହି ଶେଷ ଦିନରେ ମା’ଙ୍କ ନିକଟରେ ଅଧରପଣା ଲାଗିହୋଇଛି। କ୍ଷୀର,ଘିଅ,ନବାତ ଭଳି ବିଭିନ୍ନ ପ୍ରକାର ସାମଗ୍ରୀରେ  ଏହିପଣା ପ୍ରସ୍ତୁତ କରାଯାଇ ମା’ଙ୍କ ନିକଟରେ ଲାଗି କରାଯିବା ପରେ ସେହି  ପଣା ହାଣ୍ଡିକୁ ବାହାରକୁ ନେଇ ଭାଙ୍ଗି ଦିଆଯାଇଥାଏ। ଏହି ଅଧରପଣା ନୀତି ଏଠାରେ ଏକ ସ୍ବତନ୍ତ୍ର ବିଶେଷତ୍ୱ ରହିଥିବା ନେଇ ସେବାୟତ ବାଜିରଣା କହିଛନ୍ତି।
ଯାହାକି ମା’ ତାରାତାରିଣୀଙ୍କ ଚୈତ୍ରଯାତ୍ରା ନେଇ ଫାଲଗୁନ ଦୋଳପୂର୍ଣ୍ଣିମାଠାରୁ ସମସ୍ତ ଦେବାଦେବୀଙ୍କୁ ଯାତ୍ରାକୁ ନିମନ୍ତ୍ରଣ କରାଯାଇଥାଏ  ଦେବାଦେବୀମାନେ ଆସି ମା’ ତାରାତାରିଣୀ ଅବସ୍ଥାନ କରିଥିବା ରତ୍ନଗିରିପାହାଡରେ ଦୀର୍ଘ ଏକମାସ ଧରି ରହି ଚାରିଗୋଟି ମଙ୍ଗଳବାରର ଯାତ୍ରା ସରିବାପରେ ପୂର୍ଣ୍ଣମତରେ ନିଜନିଜର ସ୍ଥାନକୁ  ଚାଲିଯାଇଥାନ୍ତି। ଏଣୁ ସେମାନେ ଫେରି ଯିବାବେଳେ ଏହି ଅଧରପଣା ଦିଆଯାଇଥାଏ। ଆଉ ଏହି ଅଧରପଣାକୁ ନେଇ  ସର୍ବଦେବାଦେବୀ ମାନେ ସନ୍ତୁଷ୍ଟ ହୋଇ ନିଜନିଜର ସ୍ଥାନକୁ ଫେରିଥାନ୍ତି ଏଣୁ ଚୈତ୍ରମାସର ଶେଷ ଦିନରେ ଏଭଳି ଅଧରପଣା ଦେବାନୀତିର ପରମ୍ପରା ରହିଛି। ଏହି ଅବସରରେ ଭୋର ୪.୩୦ରେ ମନ୍ଦିର ଦ୍ୱାର ଫିଟା ହୋଇ ମାଜଣା, ମଙ୍ଗଳ ଆଳତି, ସିଙ୍ଗାର, ଅବକାଶ ଆଦି ପରମ୍ପରା ଅନୁସାରେ ସମସ୍ତ  ରୀତିନୀତି କରାଯାଇ ପୂଜାର୍ଚ୍ଚନା ହୋଇଥିଲା।  ତାରା ତାରିଣୀ ଦୁଇ ଭଉଣୀଙ୍କୁ ସେବାୟତ ମାନେ ରାଜରାଜେଶ୍ବରୀ ବେଶରେ ସଜ୍ଜିତ କରିବା ପରେ ସକାଳ ୬.୪୫ରେ ସାହାଣ ମେଲା ହେବାସହ ୮.୩୦ରେ ଅଧରପଣା ନିତି ହୋଇଥିଲା। ଶେଷ ଦିନରେ ମା’ ତାରାତାରିଣୀ ରାଜରାଜେଶ୍ବରୀ ବେଶରେ  ଭକ୍ତଙ୍କୁ ଦର୍ଶନ ଦେବାରେ ଲାଗିଛନ୍ତି । ଏହାକୁ ଦେଖିବାସହ ମା’ଙ୍କ ଆଶୀର୍ବାଦ ଭିକ୍ଷାଲଗି ଭକ୍ତଙ୍କ ଭିଡ ଜମିଛି।

The post ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେଉଛନ୍ତି ତାରାତାରିଣୀ: ଅଧରପଣା ପରେ  ସନ୍ତୁଷ୍ଟ ହୋଇ  ଫେରିଗଲେ ସର୍ବଦେବାଦେବୀ appeared first on Dharitri Odia News.