ମହିଳା ଆଇଆଇସିଙ୍କ ଘରେ ଭଙ୍ଗାରୁଜା, ମଦ ବିକ୍ରି ନେଇ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା
କଟକ: ମାଣିଆବନ୍ଧ ଥାନାର ମହିଳା ଆଇଆଇସିଙ୍କ ଘରେ ଭଙ୍ଗାରୁଜା ଅଭିଯୋଗ। ଶ୍ରୀକାନ୍ତ ଜେନା ନାମକ ଜଣେ ବ୍ୟକ୍ତି ଓ ତାଙ୍କ... The post ମହିଳା ଆଇଆଇସିଙ୍କ ଘରେ ଭଙ୍ଗାରୁଜା, ମଦ ବିକ୍ରି ନେଇ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା appeared first on .
କଟକ: ମାଣିଆବନ୍ଧ ଥାନାର ମହିଳା ଆଇଆଇସିଙ୍କ ଘରେ ଭଙ୍ଗାରୁଜା ଅଭିଯୋଗ। ଶ୍ରୀକାନ୍ତ ଜେନା ନାମକ ଜଣେ ବ୍ୟକ୍ତି ଓ ତାଙ୍କ ସହଯୋଗୀ ଏହି ଭଙ୍ଗାରୁଜା କରିଥିବାର ଅଭିଯୋଗ ହୋଇଛି । ଅତିରିକ୍ତ ଏସ୍ପି ଏହାର ତଦନ୍ତ କରି ଶ୍ରୀକାନ୍ତ ଜେନାଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛନ୍ତି।
୨ଟି କାର୍ ଓ ୪ଟି ବାଇକ୍ ମଧ୍ଯ ଜବତ କରିଛି ପୋଲିସ । ଶ୍ରୀକାନ୍ତ ଜେନାଙ୍କ ନାଁରେ ଥାନାରେ ଆଗରୁ ବି ଏକାଧିକ ମାମଲା ରହିଛି। ଅଭିଯୋଗ ଅନୁସାରେ ଭୋଟ ଗଣତି ଆଗ ଦିନ ଶ୍ରୀକାନ୍ତ ଜେନାଙ୍କ ଜଣେ ସମର୍ଥକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ମଦ ବିକ୍ରିକୁ ନେଇ ପୋଲିସ ଏହି କାର୍ଯ୍ଯାନୁଷ୍ଠାନ ନେଇଥିଲା। ଏହାକୁ କେନ୍ଦ୍ର କରି ଆଇଆଇସି କାଦମ୍ବିନୀ ପରିଡ଼ାଙ୍କ ଘରେ ଓ ଥାନାରେ ଶ୍ରୀକାନ୍ତ ଭଙ୍ଗାରୁଜା କରି ଥିବା ଓ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଥିଲା।
The post ମହିଳା ଆଇଆଇସିଙ୍କ ଘରେ ଭଙ୍ଗାରୁଜା, ମଦ ବିକ୍ରି ନେଇ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା appeared first on .