ଯୁବପିଢ଼ି ଫାଷ୍ଟ୍ଫୁଡ୍ ମୁହାଁ, ହଜି ଯାଉଛି ପାରମ୍ପରିକ ଖାଦ୍ୟ
ଭଞ୍ଜନଗର,୧୧ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମିଶନ ଶକ୍ତି ଭବନରେ ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ମଧ୍ୟରେ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବ୍ଲକସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାକୁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଏହି ଅବସରରେ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାର ଲକ୍ଷ୍ୟ ସମ୍ପର୍କରେ ବିଧାୟକ ନାୟକ କହିଥିଲେ। ବର୍ତ୍ତମାନର ଯୁବପିଢ଼ିକୁ ଆଧୁନିକ (ଫାଷ୍ଟ ଫୁଡ) ଭଳି ଖାଦ୍ୟ ବେଶୀ ପସନ୍ଦ। ତେଣୁ […] The post ଯୁବପିଢ଼ି ଫାଷ୍ଟ୍ଫୁଡ୍ ମୁହାଁ, ହଜି ଯାଉଛି ପାରମ୍ପରିକ ଖାଦ୍ୟ appeared first on Dharitri Odia News.
ଭଞ୍ଜନଗର,୧୧ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମିଶନ ଶକ୍ତି ଭବନରେ ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ମଧ୍ୟରେ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବ୍ଲକସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାକୁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଏହି ଅବସରରେ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାର ଲକ୍ଷ୍ୟ ସମ୍ପର୍କରେ ବିଧାୟକ ନାୟକ କହିଥିଲେ। ବର୍ତ୍ତମାନର ଯୁବପିଢ଼ିକୁ ଆଧୁନିକ (ଫାଷ୍ଟ ଫୁଡ) ଭଳି ଖାଦ୍ୟ ବେଶୀ ପସନ୍ଦ। ତେଣୁ ପାରମ୍ପରିକ ଖାଦ୍ୟର ଚାହିଦା କମୁଛି। କିନ୍ତୁ ଫାଷ୍ଟ ଫୁଡ୍ ସୱାସ୍ଥ୍ୟ ପାଇଁ ବହୁତ ଖରାପ। ତେଣୁ ପାରମ୍ପରିକ ଖାଦ୍ୟ ଉପରେ ସରକାର ବର୍ତ୍ତମାନ ଅଧିକ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦେଉଛନ୍ତି। କାରଣ ପାରମ୍ପରିକ ଖାଦ୍ୟ ସାସ୍ଥ୍ୟ ପାଇଁ ହିତକର। ତେଣୁ ଇତିମଧ୍ୟରେ ଧିରେ ଧିରେ ପାରମ୍ପରିକ ଖାଦ୍ୟ ପ୍ରତି ଲୋକଙ୍କ ଆଗ୍ରହ ବଢୁଥିବା ଅନ୍ୟ ବକ୍ତାମାନେ କହିଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଡିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ସିଡିପିଓ ମିଲିମା କୁମାରୀ ପଣ୍ଡା, ଜିଲା ପରିଷଦ ଏମ୍ପି ପ୍ରତିନିଧି ଶିବଶଙ୍କର ପ୍ରଧାନ, ସରପଞ୍ଚ ପ୍ରତିନିଧି ସୁବାସ ବରାଡ଼, ବ୍ଲକ ସହକାରୀ ଯନ୍ତ୍ରୀ ନିତ୍ୟାନନ୍ଦ ପାତ୍ର, ଅବସରପ୍ରାପ୍ତ ତହସିଲଦାର ପ୍ରମୋଦ ଦଳବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀ ଏବଂ ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
The post ଯୁବପିଢ଼ି ଫାଷ୍ଟ୍ଫୁଡ୍ ମୁହାଁ, ହଜି ଯାଉଛି ପାରମ୍ପରିକ ଖାଦ୍ୟ appeared first on Dharitri Odia News.