କର୍‌କରେଙ୍କ ହତ୍ୟାକାରୀ ଆର୍‌ଏସ୍‌ଏସ୍‌ ସହ ଜଡ଼ିତ: କଂଗ୍ରେସ ନେତାଙ୍କ ଦାବିକୁ ନେଇ ବିବାଦ

ମୁମ୍ବାଇ,୬ା୫:୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ବେଳେ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌)ର ତତ୍କାଳୀନ ମୁଖ୍ୟ ହେମନ୍ତ କର୍‌କରେଙ୍କୁ ଆତଙ୍କବାଦୀ ଅଜମଲ କସବ ହତ୍ୟା କରି ନ ଥିଲେ, ବରଂ ଆର୍‌ଏସ୍‌ଏସ୍‌ ସହ ସମ୍ପୃକ୍ତ ଜଣେ ପୋଲିସ ଅଧିକାରୀ ମାରିଥିଲେ ବୋଲି ମହାରାଷ୍ଟ୍ରର ବିରୋଧୀ ଦଳ ନେତା ବିଜୟ ନମଦେବରାଓ ଓ୍ବାଡେତ୍ତିକର କହିବା ପରେ ବିବାଦ ଉଠିଛି। କଂଗ୍ରେସ ନେତା ଓ୍ବାଡେତ୍ତିକର କର୍‌କରେ ପ୍ରସଙ୍ଗ ଉଠାଇ ମୁମ୍ବାଇ ନର୍ଥ ସେଣ୍ଟ୍ରାଲର ଭାଜପା ପ୍ରାର୍ଥୀ ଉଜ୍ଜ୍ୱଳ ନିକମଙ୍କୁ କଡ଼ା ସମାଲୋଚନା […] The post କର୍‌କରେଙ୍କ ହତ୍ୟାକାରୀ ଆର୍‌ଏସ୍‌ଏସ୍‌ ସହ ଜଡ଼ିତ: କଂଗ୍ରେସ ନେତାଙ୍କ ଦାବିକୁ ନେଇ ବିବାଦ appeared first on Dharitri Odia News.

କର୍‌କରେଙ୍କ ହତ୍ୟାକାରୀ ଆର୍‌ଏସ୍‌ଏସ୍‌ ସହ ଜଡ଼ିତ: କଂଗ୍ରେସ ନେତାଙ୍କ ଦାବିକୁ ନେଇ ବିବାଦ

ମୁମ୍ବାଇ,୬ା୫:୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ବେଳେ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌)ର ତତ୍କାଳୀନ ମୁଖ୍ୟ ହେମନ୍ତ କର୍‌କରେଙ୍କୁ ଆତଙ୍କବାଦୀ ଅଜମଲ କସବ ହତ୍ୟା କରି ନ ଥିଲେ, ବରଂ ଆର୍‌ଏସ୍‌ଏସ୍‌ ସହ ସମ୍ପୃକ୍ତ ଜଣେ ପୋଲିସ ଅଧିକାରୀ ମାରିଥିଲେ ବୋଲି ମହାରାଷ୍ଟ୍ରର ବିରୋଧୀ ଦଳ ନେତା ବିଜୟ ନମଦେବରାଓ ଓ୍ବାଡେତ୍ତିକର କହିବା ପରେ ବିବାଦ ଉଠିଛି। କଂଗ୍ରେସ ନେତା ଓ୍ବାଡେତ୍ତିକର କର୍‌କରେ ପ୍ରସଙ୍ଗ ଉଠାଇ ମୁମ୍ବାଇ ନର୍ଥ ସେଣ୍ଟ୍ରାଲର ଭାଜପା ପ୍ରାର୍ଥୀ ଉଜ୍ଜ୍ୱଳ ନିକମଙ୍କୁ କଡ଼ା ସମାଲୋଚନା କରିଛନ୍ତି। ୨୬/୧୧ ଆକ୍ରମଣ ମାମଲାରେ ନିକମ ସରକାରୀ ଓକିଲ ଥିଲେ। ଓ୍ବାଡେତ୍ତିକରଙ୍କ କହିବା ଅନୁଯାୟୀ, ଯେଉଁ ଗୁଳିରେ କର୍‌କରେ ପ୍ରାଣ ହରାଇଥିଲେ, ତାହା କସବଙ୍କ ବନ୍ଧୁକରୁ ଫାୟାର ହୋଇ ନ ଥିଲା। ସେତେବେଳେ ଆର୍‌ଏସ୍‌ଏସ୍‌ର ଅନୁଗତ ଥିବା ଜଣେ ପୋଲିସ ଅଫିସରଙ୍କ ବନ୍ଧୁକରୁ ଉକ୍ତ ଗୁଳି ଫୁଟିଥିଲା। କୋର୍ଟରେ ସତ ଲୁଚାଇଥିବା ନିକମଙ୍କୁ ଭାଜପା ଟିକେଟ ଦେଇଛି। ଭାଜପା କାହିଁକି ଜଣେ ଦେଶଦ୍ରୋହୀଙ୍କୁ ପ୍ରାର୍ଥୀ କରିଛି, ତାହାର ଜବାବ ଦେଉ ବୋଲି ଓ୍ବାଡେତ୍ତିକର କହିଛନ୍ତି। ଅନ୍ୟପକ୍ଷରେ ଭାଜପା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିନୋଦ ତାଓ୍ବଡେ କହିଛନ୍ତି, ସ୍ବତନ୍ତ୍ର ଭୋଟ ବ୍ୟାଙ୍କକୁ ଖୁସି କରିବା ପାଇଁ କଂଗ୍ରେସ ଯେକୌଣସି ସ୍ତରକୁ ଖସିଯାଇପାରେ। ୨୬/୧୧ ଆତଙ୍କବାଦୀଙ୍କୁ କ୍ଲିନ୍‌ଚିଟ୍‌ ଦେଇ କଂଗ୍ରେସ ନେତା ତାହା ପ୍ରମାଣିତ କରିଥିବା ତାଓ୍ବଡେ କହିଛନ୍ତିି। କଂଗ୍ରେସ ଏବଂ ଏହାର ଯୁବରାଜଙ୍କ ବିଜୟ ପାଇଁ ପାକିସ୍ତାନରେ କାହିଁକି ପ୍ରାର୍ଥନା କରାଯାଉଛି, ତାହା ଏଥିରୁ ସ୍ପଷ୍ଟ ହୋଇଥିବା ଭାଜପା ନେତା କହିଛନ୍ତି।

The post କର୍‌କରେଙ୍କ ହତ୍ୟାକାରୀ ଆର୍‌ଏସ୍‌ଏସ୍‌ ସହ ଜଡ଼ିତ: କଂଗ୍ରେସ ନେତାଙ୍କ ଦାବିକୁ ନେଇ ବିବାଦ appeared first on Dharitri Odia News.