ପାହାନ୍ତିଆରେ ଉଠିବ ବିଶ୍ୱେଶ୍ୱର ବାବାଙ୍କ ମହାଜାଗର ଦୀପ

ସରଣ୍ଡା, ୭।୩(ଯୁଧିଷ୍ଠିର ମହାପାତ୍ର): ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଅଷ୍ଟଶମ୍ଭୁ ମଧ୍ୟରେ ଅନ୍ୟତମ ଶୈବପୀଠ ସରଣ୍ଡାରେ ବିରାଜିତ ମହାପ୍ରଭୁ ଶ୍ରୀଶ୍ରୀ ବିଶ୍ୱେଶ୍ୱରଙ୍କ ମହାଶିବରାତ୍ରି ଓ ଜାଗର ମହୋତ୍ସବ ପାଳନ ନିମନ୍ତେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପୂଜାନୀତି କାର୍ଯ୍ୟ ନିର୍ଘଣ୍ଟ ସ୍ଥିରୀକୃତ କରାଯାଇଛି। ପ୍ରତିଦିନ ପରି ମହାଶିବରାତ୍ରି ଦିନ ପାହାନ୍ତିଆ ୩ଟାରେ ସମସ୍ତ ନୀତିକାନ୍ତି କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ପରେ ଭକ୍ତଙ୍କୁ ବାବା ବିଶ୍ୱେଶ୍ୱର ଦର୍ଶନ ଦେବେ। ଅପରାହ୍ନ ୫ଟା ସମୟରେ ଠାକୁରଙ୍କ ଜାଗର ପୂଜାବିଧି ଆରମ୍ଭ ହେବ। […] The post ପାହାନ୍ତିଆରେ ଉଠିବ ବିଶ୍ୱେଶ୍ୱର ବାବାଙ୍କ ମହାଜାଗର ଦୀପ appeared first on Dharitri Odia News.

ପାହାନ୍ତିଆରେ ଉଠିବ ବିଶ୍ୱେଶ୍ୱର ବାବାଙ୍କ ମହାଜାଗର ଦୀପ

ସରଣ୍ଡା, ୭।୩(ଯୁଧିଷ୍ଠିର ମହାପାତ୍ର): ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଅଷ୍ଟଶମ୍ଭୁ ମଧ୍ୟରେ ଅନ୍ୟତମ ଶୈବପୀଠ ସରଣ୍ଡାରେ ବିରାଜିତ ମହାପ୍ରଭୁ ଶ୍ରୀଶ୍ରୀ ବିଶ୍ୱେଶ୍ୱରଙ୍କ ମହାଶିବରାତ୍ରି ଓ ଜାଗର ମହୋତ୍ସବ ପାଳନ ନିମନ୍ତେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପୂଜାନୀତି କାର୍ଯ୍ୟ ନିର୍ଘଣ୍ଟ ସ୍ଥିରୀକୃତ କରାଯାଇଛି।

ପ୍ରତିଦିନ ପରି ମହାଶିବରାତ୍ରି ଦିନ ପାହାନ୍ତିଆ ୩ଟାରେ ସମସ୍ତ ନୀତିକାନ୍ତି କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ପରେ ଭକ୍ତଙ୍କୁ ବାବା ବିଶ୍ୱେଶ୍ୱର ଦର୍ଶନ ଦେବେ। ଅପରାହ୍ନ ୫ଟା ସମୟରେ ଠାକୁରଙ୍କ ଜାଗର ପୂଜାବିଧି ଆରମ୍ଭ ହେବ। ପୂଜା ପୁରୋହିତ ପଣ୍ଡିତ ରାକେଶ ମିଶ୍ରଙ୍କ ଦ୍ବାରା ସାଧୂପ ଆଳତି ପରେ ୬ଟାରୁ ୩ଟା ପର୍ଯ୍ୟନ୍ତ ଠାକୁରଙ୍କ ୪ ପ୍ରହର ପୂଜା ଅନୁଷ୍ଠିତ ହେବ। ପ୍ରତି ପ୍ରହରରେ ୧୦୮ ଦୀପ ଆଳତି ଅର୍ପଣ କରାଯିବ।

ରାତି ୩ଟା ୫ମିନିଟ ସମୟରେ ହୋମ ପୂର୍ଣ୍ଣାହୁତି ହେବ। ଏହାପରେ ପାହାନ୍ତିଆ ୩ଟା ୨୦ମିନିଟ ସମୟରେ ମହାଜାଗର ଦୀପ ଉଠିବ। ମନ୍ଦିର ପରିକ୍ରମା କରି ମନ୍ଦିର ଶିଖରକୁ ପ୍ରଥମେ ମହାଦୀପ ଉଠାଯିବ। ପରେ ମାନସିକଧାରୀ ଭକ୍ତମାନେ ଦୀପ ଚଢ଼ାଇବେ।

ଶିବରାତ୍ରି ଦିନ ଭୋର ୩ଟାରେ ମନ୍ଦିର ଦ୍ୱାର ଖୋଲାଯାଇ ପୂଜକ ପ୍ରଥମେ ବାବା ବିଶ୍ୱେଶ୍ୱରଙ୍କୁ ଗଙ୍ଗା ଜଳରେ ସ୍ନାନ କରାଇ ବିଧିମୁତାବକ ପୂଜାର୍ଚ୍ଚନା କରିବେ। ପରେ ଭକ୍ତଙ୍କ ପାଇଁ ଦର୍ଶନର ସୁଯୋଗ ମିଳିବ।
ପୂର୍ବାହ୍ନ ସାଢେ ୧୦ଟାରେ ବିଶ୍ୱେଶ୍ୱର ବାବାଙ୍କ ପୀଠରୁ ବାବା ଚନ୍ଦ୍ରଶେଖର ସରଣ୍ଡା ଗ୍ରାମ୍ୟ ପରିକ୍ରମା ପାଇଁ ଏକ ଭବ୍ୟ ଶୋଭାଯାତ୍ରାରେ ବାହାରିବେ। ଏଥିରେ ଘେଁସର ଘଣ୍ଟବାଦ୍ୟ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ବାବା ଚନ୍ଦ୍ରଶେଖର ଗ୍ରାମ୍ୟ ପରିକ୍ରମା କରି ଫେରିବା ପରେ ସା ୬ଟାରେ ୪ ପ୍ରହର ପୂଜା ଆରମ୍ଭ ହେବ। ପ୍ରତି ପ୍ରହର ପୂଜାପାଠ ପରେ ୧୦୮ ଆଳତି ଅର୍ପଣ କରାଯିବ। ୪ ପ୍ରହର ପୂଜା ପରେ ହୋମ ପୂର୍ଣ୍ଣାହୁତି ପଡି ମନ୍ଦିର ଶିଖରକୁ ଉଜାଗର ମହା ଦୀପ ଚଢିଲା ପରେ ଭକ୍ତମାନେ ମହାଦୀପ ଚଢ଼ାଇବେ। ସାରେ ଜମୁର୍ଡl ଓ ଥୁଆପାଲି କୁଶନାପୁରୀ ଗ୍ରାମର ମହିଳା କୃଷ୍ଣଗୁରୁ ଦଳ ଭଜନ କୀର୍ତ୍ତନ ପରିବେଷଣ କରିବେ। ରାତିରେ ଅତାବିରା ନଟରାଜ କଳା ପରିଷଦ ପକ୍ଷରୁ ନୃତ୍ୟଗୀତ ପରିବେଷଣ କରାଯିବା କାର୍ଯ୍ୟକ୍ରମ ରହିଛି।

The post ପାହାନ୍ତିଆରେ ଉଠିବ ବିଶ୍ୱେଶ୍ୱର ବାବାଙ୍କ ମହାଜାଗର ଦୀପ appeared first on Dharitri Odia News.