କୋରାପୁଟରେ ପ୍ରବଳ ବର୍ଷା, ବିପଦ ସଂକେତ ଉପରେ ମାଛକୁଣ୍ଡ ଡ୍ୟାମ୍
କୋରାପୁଟ/କୁନ୍ଦୁରା,୯ା୯(ଅମିତାଭ ବେହେରା/ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲାରେ ରବିବାର ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କୋଲାବ ନଦୀ ଫୁଲୁଥିବାରୁ କେତେକ ତଳିଆ ଅଞ୍ଚଳରେ ପାଣି ପଶିଛି। ଏଥିଯୋଗୁ ଲମତାପୁଟ ବ୍ଲକ ଅନକାଡ଼େଲିଠାରେ ଥିବା ମାଛକୁଣ୍ଡ ଡ୍ୟାମରେ ଜଳସ୍ତର ବିପଦ ସଂକେତ ଉପରେ ଥିବାରୁ ଡ୍ୟାମ୍ର ୨ ଗେଟ ଓ ଜଲାପୁଟରୁ ୩ ଗେଟ୍ ଏଭଳି ୫ ଗେଟ୍ ଖୋଲାଯାଇଛି। ମାଛକୁଣ୍ଡ ଡ୍ୟାମ୍ର ବିପଦ ସଙ୍କେତସ୍ତର ୨୫.୯୦ଫୁଟ ଥିବାବେଳେ ଜଳସ୍ତର ୨୫.୮୭ ଫୁଟ […] The post କୋରାପୁଟରେ ପ୍ରବଳ ବର୍ଷା, ବିପଦ ସଂକେତ ଉପରେ ମାଛକୁଣ୍ଡ ଡ୍ୟାମ୍ appeared first on Dharitri Odia News.
କୋରାପୁଟ/କୁନ୍ଦୁରା,୯ା୯(ଅମିତାଭ ବେହେରା/ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲାରେ ରବିବାର ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କୋଲାବ ନଦୀ ଫୁଲୁଥିବାରୁ କେତେକ ତଳିଆ ଅଞ୍ଚଳରେ ପାଣି ପଶିଛି। ଏଥିଯୋଗୁ ଲମତାପୁଟ ବ୍ଲକ ଅନକାଡ଼େଲିଠାରେ ଥିବା ମାଛକୁଣ୍ଡ ଡ୍ୟାମରେ ଜଳସ୍ତର ବିପଦ ସଂକେତ ଉପରେ ଥିବାରୁ ଡ୍ୟାମ୍ର ୨ ଗେଟ ଓ ଜଲାପୁଟରୁ ୩ ଗେଟ୍ ଏଭଳି ୫ ଗେଟ୍ ଖୋଲାଯାଇଛି। ମାଛକୁଣ୍ଡ ଡ୍ୟାମ୍ର ବିପଦ ସଙ୍କେତସ୍ତର ୨୫.୯୦ଫୁଟ ଥିବାବେଳେ ଜଳସ୍ତର ୨୫.୮୭ ଫୁଟ ରହିଛି। ଏହି ୨ ଗେଟ ଜରିଆରେ ପ୍ରତି ସେକେଣ୍ଡରେ ୪ ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଥିବାବେଳେ ୪ ହଜାର କ୍ୟୁସେକ ଜଳ ଡ୍ୟାମ ଭିତରକୁ ପ୍ରବେଶ କରୁଛି। ସେହିପରି ଜଲାପୁଟ ଡ୍ୟାମ୍ର ବିପଦ ସଙ୍କେତସ୍ତର ୨୭୫୦ଫୁଟ ରହିଥିବା ବେଳେ ୨୭୪୯ ଫୁଟକୁ ଜଳସ୍ତର ବୃଦ୍ଧି ପାଇଛି। ଫଳରେ ଡ୍ୟାମ୍ର ୩, ୫ ଓ ୬ ନଂ ଗେଟ୍ ଖୋଲାଯାଇ ଜଳ ନିଷ୍କାସିତ ହେଉଛି। ଫଳରେ କୁନ୍ଦୁରା ବ୍ଲକର କୁରଲୁ ଓ ବିରି ନଦୀ ମଧ୍ୟ ଫୁଲୁଛିି। ଫଳରେ କୁନ୍ଦୁରା ଦୀଗାପୁରଠାରୁ ଘୁମରକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବର୍ଷା ପ୍ରଭାବରେ କୁନ୍ଦୁରା ଓ କୋଟପାଡ ବ୍ଲକରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। କେତେକ ସ୍ଥାନରେ ଘର ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ବୈପାରୀଗୁଡା ବ୍ଲକରେ ସର୍ବାଧିକ ୧୭୦ ମି.ମି.ବର୍ଷା ହୋଇଛି। ବୈପାରୀଗୁଡା ଓ କୁନ୍ଦୁରା ବ୍ଲକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଜିଲା ଜରୁରିକଳୀନ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ କହିଛନ୍ତି। ସେହିପରି କୋରାପୁଟ-ରାୟଗଡା ରାସ୍ତାର ବଙ୍ଗଳାଗୁଡାନ୍ଠାରେ ଥିବା ଏକ ବ୍ରିଜ ଉପରେ ବର୍ଷା ଜଳ ପ୍ରବାହିତ ହେବାରୁ ରାସ୍ତାର ୨ ପାର୍ଶ୍ୱରେ ଶତାଧିକ ଗାଡ଼ି ଅଟକି ରହିଛି। ଜିଲାରେ ୫୫୮.୩ ମି.ମି.ବର୍ଷା ହୋଇଥିବା ସୂଚନା ମିଳିିଛି। ବୈପାରୀଗୁଡା ବ୍ଲକରେ ସର୍ବାଧିକ ୧୭୦ ମି.ମି. ଓ ଜୟପୁର ବ୍ଲକରେ ୧୨୦ ମି.ମି. ବର୍ଷା ହୋଇଛି।
The post କୋରାପୁଟରେ ପ୍ରବଳ ବର୍ଷା, ବିପଦ ସଂକେତ ଉପରେ ମାଛକୁଣ୍ଡ ଡ୍ୟାମ୍ appeared first on Dharitri Odia News.