କିଏ ସେହି ବୈଭବ ସୂର୍ଯ୍ୟବଂଶୀ, ଯିଏ ମାତ୍ର ୧୩ ବର୍ଷ ବୟସରେ ହେଲେ କୋଟିପତି

ନୂଆଦିଲ୍ଲୀ,୨୬।୧୧: ସାଉଦି ଆରବର ଜେଦାହରେ ଆଇପିଏଲ ନିଲାମୀ ଶେଷ ହୋଇଥିବା ବେଳେ ୧୩ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ସର୍ବକନିଷ୍ଠ ଖେଳାଳି ଭାବରେ ବିକ୍ରି ହୋଇ କୋଟିପତି ପାଲଟିଛନ୍ତି। ୧୩ ବର୍ଷୀୟ ବୈଭବ ୧.୧ କୋଟି ଟଙ୍କାରେ ରାଜସ୍ଥାନ ରୟାଲ୍ସରେ ସାମିଲ ହୋଇଥିଲେ। ବୈଭବଙ୍କୁ କିଣିବା ପାଇଁ ରାଜସ୍ଥାନ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ଏହା ସହ ଆଇପିଏଲ୍‌ ଇତିହାସର ସର୍ବକନିଷ୍ଠ ଖେଳାଳି ରହିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ବୈଭବ ୧୨ ବର୍ଷ ବୟସରେ […] The post କିଏ ସେହି ବୈଭବ ସୂର୍ଯ୍ୟବଂଶୀ, ଯିଏ ମାତ୍ର ୧୩ ବର୍ଷ ବୟସରେ ହେଲେ କୋଟିପତି appeared first on Dharitri Odia News.

କିଏ ସେହି ବୈଭବ ସୂର୍ଯ୍ୟବଂଶୀ, ଯିଏ ମାତ୍ର ୧୩ ବର୍ଷ ବୟସରେ ହେଲେ କୋଟିପତି

ନୂଆଦିଲ୍ଲୀ,୨୬।୧୧: ସାଉଦି ଆରବର ଜେଦାହରେ ଆଇପିଏଲ ନିଲାମୀ ଶେଷ ହୋଇଥିବା ବେଳେ ୧୩ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ସର୍ବକନିଷ୍ଠ ଖେଳାଳି ଭାବରେ ବିକ୍ରି ହୋଇ କୋଟିପତି ପାଲଟିଛନ୍ତି। ୧୩ ବର୍ଷୀୟ ବୈଭବ ୧.୧ କୋଟି ଟଙ୍କାରେ ରାଜସ୍ଥାନ ରୟାଲ୍ସରେ ସାମିଲ ହୋଇଥିଲେ। ବୈଭବଙ୍କୁ କିଣିବା ପାଇଁ ରାଜସ୍ଥାନ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ଏହା ସହ ଆଇପିଏଲ୍‌ ଇତିହାସର ସର୍ବକନିଷ୍ଠ ଖେଳାଳି ରହିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ବୈଭବ ୧୨ ବର୍ଷ ବୟସରେ ରଣଜୀ ଟ୍ରଫିରେ ପଦାର୍ପଣ କରିଥିଲେ। ୧୯ ବର୍ଷରୁ କମ୍‌ ଭାରତୀୟ ଦଳର ପ୍ରତିନିଧିତ୍ୱ କରି ଅଷ୍ଟ୍ରେଲିଆ ବିପକ୍ଷରେ ମାତ୍ର ୫୮ ବଲ୍‌ରେ ଶତକ ରେକର୍ଡ କରିଥିଲେ ବୈଭବ।

ବୈଭବ ସୂର୍ଯ୍ୟବଂଶୀଙ୍କୁ ୧୦ ବର୍ଷ ବୟସ ହୋଇଥିବାବେଳେ, ପିତା ସଞ୍ଜୀବ ନିଷ୍ପତ୍ତି ନେଇଥିଲେ ଯେ ସେ ତାଙ୍କ ପୁଅ କ୍ରିକେଟର ହେବ। ଏହି ସ୍ବପ୍ନକୁ ସାକାର କରିବା ପାଇଁ ସେ ନିଜ ଜମି ବିକ୍ରି କଲେ, କିନ୍ତୁ ସେ ଜାଣି ନ ଥିଲେ ଯେ ତିନି ବର୍ଷ ମଧ୍ୟରେ ତାଙ୍କ ପୁଅ ତାଙ୍କ ସ୍ବପ୍ନକୁ ପୂରଣ କରିବେ।

ସାମସ୍ତିପୁରଠାରୁ ୧୫ କିଲୋମିଟର ଦୂରରେ ଥିବା ମୋତିପୁର ଗ୍ରାମରେ ରହୁଥିବା ସଞ୍ଜୀବଙ୍କ ପୁଅକୁ ରାଜସ୍ଥାନ କିଣିବା ପରେ ସେ ଭାବବ୍ରପଣ ହୋଇପଡିଛନ୍ତି। ସେ କହିଛନ୍ତି, ବୈଭବ ଆଉ ତାଙ୍କ ପୁଅ ନୁହଁନ୍ତି ବରଂ ସମଗ୍ର ବିହାରର ପୁଅ। ସଞ୍ଜୀବଙ୍କ ଅନୁଯାୟୀ ତାଙ୍କ ପୁଅ ଆଠ ବର୍ଷ ବୟସରେ କଠିନ ପରିଶ୍ରମ କରିଥିଲେ ଏବଂ ଜିଲାର ୧୬ ବର୍ଷରୁ କମ ଟ୍ରାଏଲରେ ସଫଳତା ହାସଲ କରିଥିଲେ। ସେ କୋଚିଂ ପାଇଁ ପୁଅକୁ ସାମସ୍ତିପୁରକୁ ନେଇଗଲେ, କିନ୍ତୁ ତାଙ୍କୁ ଫେରିବାକୁ ପଡିଲା। ଏହା ପରେ ସେ ତାଙ୍କର ଜମି ବିକ୍ରୟ କଲେ।

ସଞ୍ଜୀବ କହିଛନ୍ତି, ଏପର୍ଯ୍ୟନ୍ତ ସ୍ଥିତିରେ ସୁଧାର ଆସିନାହିଁ। ବୈଭବଙ୍କ ବୟସ ସହ ଜଡିତ ବିବାଦ ଉପରେ ସଞ୍ଜୀବ କହିଛନ୍ତି, ଯେତେବେଳେ ତାଙ୍କୁ ସାଢେ ୮ ବର୍ଷ ହୋଇଥିଲା, ସେତେବେଳେ ତାଙ୍କର ହାଡ଼ ବିସିସିଆଇ ଦ୍ୱାରା ପରୀକ୍ଷା କରାଯାଇଥିଲା। ଏ ବିଷୟରେ ମୁଁ କାହାକୁ ଭୟ ନାହିଁ। ଆମେ ସବୁକିଛି ପରୀକ୍ଷା ପାଇଁ ପ୍ରସ୍ତୁତ ଅଛୁ। ବୈଭବଙ୍କ ବୟସ ୧୫ ବର୍ଷ ବୋଲି କୁହାଯାଏ।

ଆଇପିଏଲ ନିଲାମରେ ୧୩ ବର୍ଷୀୟ ବୈଭବଙ୍କୁ ରାଜସ୍ଥାନ ରୟାଲ୍ସ ୧.୧ କୋଟି ଟଙ୍କାରେ କିଣିଛି। ଏହି ଖେଳାଳିଙ୍କ ମୂଳ ମୂଲ୍ୟ ୩୦ ଲକ୍ଷ ଟଙ୍କା ଥିଲା ଏବଂ ସେ ତାଙ୍କ ମୂଳ ମୂଲ୍ୟଠାରୁ ପ୍ରାୟ ଚାରି ଗୁଣ ଅଧିକ ବିକ୍ରି ହୋଇଥିଲେ। ସେ ଆଇପିଏଲ ନିଲାମ ଇତିହାସରେ ବିକ୍ରି ହୋଇଥିବା ସର୍ବକନିଷ୍ଠ ଖେଳାଳି ହୋଇଥିଲେ। କେବଳ ୧୩ ବର୍ଷ ୨୪୨ ଦିନ ବୟସରେ ଆଇପିଏଲ ନିଲାମ ପାଇଁ ସର୍ଟଲିଷ୍ଟ ହୋଇଥିବା ସର୍ବକନିଷ୍ଠ ଖେଳାଳି ଭାବରେ ବିହାରର ବୈଭବ ଇତିହାସ ସୃଷ୍ଟି କରିଥିଲେ।

ଘରୋଇ ସର୍କିଟରେ ଏହି ବାମହାତୀ ବ୍ୟାଟ୍ସମ୍ୟାନ ଖୁବ କମ ବୟସରେ ନିଜ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଜାନୁଆରୀ ୨୦୨୪ରେ ବିହାର ପାଇଁ ପ୍ରଥମ ଶ୍ରେଣୀରେ ଡେବ୍ୟୁ କରିବା ପରେ ସେ ସେପ୍ଟେମ୍ବରରେ ଇଣ୍ଡିଆ ଅଣ୍ଡର-୧୯ ବନାମ ଅଷ୍ଟ୍ରେଲିଆ ଅଣ୍ଡର-୧୯ ଯୁବ ଟେଷ୍ଟ ସିରିଜରେ ଏକ ଚମତ୍କାର ଶତକ ସହିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆଗାମୀ ଅଣ୍ଡର -୧୯ଏସିଆ କପରେ ଭାରତକୁ ପ୍ରତିନିଧିତ୍ୱ କରିବାକୁ ବୈଭବ ପ୍ରସ୍ତୁତ ଅଛନ୍ତି।

ନିକଟରେ ଭାରତ ଏବଂ ଅଷ୍ଟ୍ରେଲିଆର ଅଣ୍ଡର-୧୯ ଦଳ ମଧ୍ୟରେ ଦୁଇଟି ମ୍ୟାଚ ଅଣଆନୁଷ୍ଠାନିକ ଟେଷ୍ଟ ସିରିଜ ଖେଳାଯାଇଥିଲା। ଏଥିରେ ବୈଭବ ମାତ୍ର ୫୮ ବଲରେ ଶତକ ହାସଲ କରିଥିଲେ।

 

The post କିଏ ସେହି ବୈଭବ ସୂର୍ଯ୍ୟବଂଶୀ, ଯିଏ ମାତ୍ର ୧୩ ବର୍ଷ ବୟସରେ ହେଲେ କୋଟିପତି appeared first on Dharitri Odia News.