ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଲା ବଡ ଆଶ୍ୱସ୍ତି
ନୂଆଦିଲ୍ଲୀ,୧୮।୧୦: ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜାମିନ ମିଳିଛି। ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ କହିଛନ୍ତି ଯେ ଏପର୍ଯ୍ୟନ୍ତ ଶୁଣାଣି ଶେଷ ହେବାର କୌଣସି ସମ୍ଭାବନା ନାହିଁ। ତାଙ୍କୁ ୫୦,୦୦୦ ଟଙ୍କା ବ୍ୟକ୍ତିଗତ ବଣ୍ଡରେ ଜାମିନ ପ୍ରଦାନ କରାଯାଇଛି। ସତ୍ୟେନ୍ଦ୍ର ଜୈନଙ୍କୁ ମେ ୨୦୨୨ରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଦ୍ୱାରା ଗିରଫ କରାଯାଇଥିଲା। ଗତ ବର୍ଷ ମେ ’ରେ ଏଏପି ନେତା ଜୈନଙ୍କୁ ସ୍ବାସ୍ଥ୍ୟଗତ କାରଣରୁ ଜାମିନ ମିଳିଥିଲା। ସେ […] The post ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଲା ବଡ ଆଶ୍ୱସ୍ତି appeared first on Dharitri Odia News.
ନୂଆଦିଲ୍ଲୀ,୧୮।୧୦: ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜାମିନ ମିଳିଛି। ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ କହିଛନ୍ତି ଯେ ଏପର୍ଯ୍ୟନ୍ତ ଶୁଣାଣି ଶେଷ ହେବାର କୌଣସି ସମ୍ଭାବନା ନାହିଁ। ତାଙ୍କୁ ୫୦,୦୦୦ ଟଙ୍କା ବ୍ୟକ୍ତିଗତ ବଣ୍ଡରେ ଜାମିନ ପ୍ରଦାନ କରାଯାଇଛି।
ସତ୍ୟେନ୍ଦ୍ର ଜୈନଙ୍କୁ ମେ ୨୦୨୨ରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଦ୍ୱାରା ଗିରଫ କରାଯାଇଥିଲା। ଗତ ବର୍ଷ ମେ ’ରେ ଏଏପି ନେତା ଜୈନଙ୍କୁ ସ୍ବାସ୍ଥ୍ୟଗତ କାରଣରୁ ଜାମିନ ମିଳିଥିଲା। ସେ ୧୦ ମାସ ଜାମିନରେ ଥିଲେ। ତେବେ ଚଳିତ ବର୍ଷ ମାର୍ଚ୍ଚରେ ତାଙ୍କର ନିୟମିତ ଜାମିନ ଶୁଣାଣି ସୁପ୍ରିମକୋର୍ଟରେ ହୋଇଥିଲା ଯଦିଓ କୋର୍ଟ ତାଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ। ସେ ମାର୍ଚ୍ଚ ୧୮ରେ ତିହାର ଜେଲରେ ଆତ୍ମସମର୍ପଣ କରିଥିଲେ।
ଦିଲ୍ଲୀର ପୂର୍ବତନ ମନ୍ତ୍ରୀଙ୍କୁ ଦିଆଯାଇଥିବା ଜାମିନ ମଧ୍ୟ ଦଳ ପାଇଁ ଆଶ୍ୱସ୍ତିର ବିଷୟ। ଦିଲ୍ଲୀରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଏହି ଜାମିନ ପ୍ରଦାନ କରାଯାଇଛି। କେବଳ ସତ୍ୟେନ୍ଦ୍ର ଜୈନ ଜେଲରେ ଥିଲେ। ତାଙ୍କ ବ୍ୟତୀତ ଏଏପିର ସମସ୍ତ ବଡ ନେତା ଜେଲରୁ ବାହାରିଛନ୍ତି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏବଂ ଏମପି ସଞ୍ଜୟ ସିଂ କୋର୍ଟରୁ ଆଶ୍ୱସ୍ତି ପାଇଛନ୍ତି।
The post ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଲା ବଡ ଆଶ୍ୱସ୍ତି appeared first on Dharitri Odia News.