ଅମ୍ବାନୀ କି ଆଦାନୀ ନୁହେଁ, ଏହି ବ୍ୟକ୍ତିଙ୍କ ପାଖରେ ଅଛି ସବୁଠୁ ମହଙ୍ଗା ନମ୍ବର ପ୍ଲେଟ୍‌

ବିଶ୍ୱରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ମହଙ୍ଗା କାରକୁ ବହୁତ ପସନ୍ଦ କରନ୍ତି। କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ନିଜ କାର ପାଇଁ ସବୁଠାରୁ ମହଙ୍ଗା ଏବଂ ଅନନ୍ୟ ନମ୍ବର ପ୍ଲେଟ ପାଇବାକୁ ପସନ୍ଦ କରନ୍ତି। ଅମ୍ବାନୀ ଏବଂ ଆଦାନୀ ଭାରତର ସବୁଠାରୁ ଧନୀ ବ୍ୟକ୍ତିମାନଙ୍କ ମଧ୍ୟରେ ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ଲୋକମାନେ ମହଙ୍ଗା ନମ୍ବର ପ୍ଲେଟ ମାଲିକଙ୍କ ତାଲିକାରେ ସାମିଲ ନୁହଁନ୍ତି। ଆସନ୍ତୁ ଜାଣିବା ଭାରତର ସବୁଠାରୁ […] The post ଅମ୍ବାନୀ କି ଆଦାନୀ ନୁହେଁ, ଏହି ବ୍ୟକ୍ତିଙ୍କ ପାଖରେ ଅଛି ସବୁଠୁ ମହଙ୍ଗା ନମ୍ବର ପ୍ଲେଟ୍‌ appeared first on Dharitri Odia News.

ଅମ୍ବାନୀ କି ଆଦାନୀ ନୁହେଁ, ଏହି ବ୍ୟକ୍ତିଙ୍କ ପାଖରେ ଅଛି ସବୁଠୁ ମହଙ୍ଗା ନମ୍ବର ପ୍ଲେଟ୍‌

ବିଶ୍ୱରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ମହଙ୍ଗା କାରକୁ ବହୁତ ପସନ୍ଦ କରନ୍ତି। କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ନିଜ କାର ପାଇଁ ସବୁଠାରୁ ମହଙ୍ଗା ଏବଂ ଅନନ୍ୟ ନମ୍ବର ପ୍ଲେଟ ପାଇବାକୁ ପସନ୍ଦ କରନ୍ତି। ଅମ୍ବାନୀ ଏବଂ ଆଦାନୀ ଭାରତର ସବୁଠାରୁ ଧନୀ ବ୍ୟକ୍ତିମାନଙ୍କ ମଧ୍ୟରେ ଅନ୍ୟତମ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ଲୋକମାନେ ମହଙ୍ଗା ନମ୍ବର ପ୍ଲେଟ ମାଲିକଙ୍କ ତାଲିକାରେ ସାମିଲ ନୁହଁନ୍ତି। ଆସନ୍ତୁ ଜାଣିବା ଭାରତର ସବୁଠାରୁ ମହଙ୍ଗା ନମ୍ବର ପ୍ଲେଟ ମାଲିକ କିଏ?

ଭାରତର ସବୁଠାରୁ ମହଙ୍ଗା ନମ୍ବର ପ୍ଲେଟ

ଭାରତର ସବୁଠାରୁ ମହଙ୍ଗା ନମ୍ବର ପ୍ଲେଟ ଆଶିକ ପଟେଲଙ୍କ ଟୟୋଟା ଫର୍ଚୁନରରେ ଅଛି। ଏହାର ନମ୍ବର ‘007’। ଏହି ନମ୍ବର ପ୍ଲେଟର ମୂଲ୍ୟ ୩୪ ଲକ୍ଷ ଟଙ୍କା। ଏହି ନମ୍ବରଟି ଜେମ୍ସ ବଣ୍ଡ ଫିଲ୍ମ ଦ୍ୱାରା ଅନୁପ୍ରାଣିତ, ଯାହା ଏହାକୁ ଆହୁରି ସ୍ବତନ୍ତ୍ର କରିଥାଏ।

ଆଶିକ ପଟେଲ ଅହମ୍ମଦାବାଦର ଜଣେ ପରିବହନକାରୀ, ସେ ଦେଶର ସବୁଠାରୁ ମହଙ୍ଗା ନମ୍ବର ପ୍ଲେଟ ପାଇଁ ବିଡ କରିଥିଲେ, ଯାହା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କେବଳ ଏତିକି ନୁହେଁ, ସେ 007 ନମ୍ବର ପାଇଁ ଚର୍ଚ୍ଚା ସାଉଁଟି ଥିଲେ।

ଆଶିକ ପଟେଲ ୩୯.୫ ଲକ୍ଷ ଟଙ୍କାରେ ଏକ ନୂତନ SUV କିଣିଥିଲେ ଏବଂ ଫ୍ୟାନ୍ସି ପଞ୍ଜିକରଣ ନମ୍ବର 007 ପାଇଁ ୩୪ ଲକ୍ଷ ଟଙ୍କା ବିଡ କରିଥିଲେ।

The post ଅମ୍ବାନୀ କି ଆଦାନୀ ନୁହେଁ, ଏହି ବ୍ୟକ୍ତିଙ୍କ ପାଖରେ ଅଛି ସବୁଠୁ ମହଙ୍ଗା ନମ୍ବର ପ୍ଲେଟ୍‌ appeared first on Dharitri Odia News.