ଆଭ୍ୟନ୍ତରୀଣ ବାୟୁ ପ୍ରଦୂଷଣ ଅଧିକ ବିପଜ୍ଜନକ
ନୂଆଦିଲ୍ଲୀ,୩୧ା୮(ପି.ଟି.): ବାହ୍ୟ ବାୟୁ ପ୍ରଦୂଷଣ ତୁଳନାରେ ଘର ଭିତରର ବାୟୁ ପ୍ରଦୂଷଣ ସ୍ବାସ୍ଥ୍ୟ ପାଇଁ ଅଧିକ ବିପଜ୍ଜନକ ବୋଲି ବିଶେଷଜ୍ଞମାନେ କହିଛନ୍ତି। ବେଳେବେଳେ ପ୍ରଦୂଷିତ ଘରଗୁଡ଼ିକ ରହିଥିବା ଗାଁଠାରୁ ସହର ଅଧିକ ସ୍ବଚ୍ଛ ହୋଇଥାଏ। ଇଣ୍ଡିଆ କ୍ଲିନ୍ ଏୟାର ସମିଟ୍ (ଆଇସିଏଏସ୍), ୨୦୨୪କୁ ଉଦ୍ବୋଧନ ଦେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ପ୍ରମୁଖ ଉପଦେଷ୍ଟା ସୌମ୍ୟା ସ୍ବାମୀନାଥନ କହିଛନ୍ତି, ଘରେ ରହୁଥିବା ମହିଳାମାନେ ବ୍ଲାକ୍ କାର୍ବନ୍ର ସର୍ବୋଚ୍ଚ ସ୍ତର ଦ୍ୱାରା ପ୍ରଭାବିତ ହୋଇଥାନ୍ତି। ଦିଲ୍ଲୀର ପ୍ରଦୂଷିତ ବାୟୁରେ […] The post ଆଭ୍ୟନ୍ତରୀଣ ବାୟୁ ପ୍ରଦୂଷଣ ଅଧିକ ବିପଜ୍ଜନକ appeared first on Dharitri Odia News.
ନୂଆଦିଲ୍ଲୀ,୩୧ା୮(ପି.ଟି.): ବାହ୍ୟ ବାୟୁ ପ୍ରଦୂଷଣ ତୁଳନାରେ ଘର ଭିତରର ବାୟୁ ପ୍ରଦୂଷଣ ସ୍ବାସ୍ଥ୍ୟ ପାଇଁ ଅଧିକ ବିପଜ୍ଜନକ ବୋଲି ବିଶେଷଜ୍ଞମାନେ କହିଛନ୍ତି। ବେଳେବେଳେ ପ୍ରଦୂଷିତ ଘରଗୁଡ଼ିକ ରହିଥିବା ଗାଁଠାରୁ ସହର ଅଧିକ ସ୍ବଚ୍ଛ ହୋଇଥାଏ। ଇଣ୍ଡିଆ କ୍ଲିନ୍ ଏୟାର ସମିଟ୍ (ଆଇସିଏଏସ୍), ୨୦୨୪କୁ ଉଦ୍ବୋଧନ ଦେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ପ୍ରମୁଖ ଉପଦେଷ୍ଟା ସୌମ୍ୟା ସ୍ବାମୀନାଥନ କହିଛନ୍ତି, ଘରେ ରହୁଥିବା ମହିଳାମାନେ ବ୍ଲାକ୍ କାର୍ବନ୍ର ସର୍ବୋଚ୍ଚ ସ୍ତର ଦ୍ୱାରା ପ୍ରଭାବିତ ହୋଇଥାନ୍ତି। ଦିଲ୍ଲୀର ପ୍ରଦୂଷିତ ବାୟୁରେ ଅଟୋରିକ୍ସାରେ ଯାତ୍ରା କରୁଥିବା ଲୋକମାନେ ଯେତିକି କଳା ଅଙ୍ଗାରକ ଦ୍ୱାରା ପ୍ରଭାବିତ ହୋଇଥାନ୍ତି, ଘରେ ରହିଥିବା ମହିଳାମାନେ ମଧ୍ୟ ସମାନ ପରିମାଣରେ ପ୍ରଭାବିତ ହୋଇଥାନ୍ତି। ଫଳରେ ସେମାନଙ୍କଠାରେ ରକ୍ତଚାପ ସମସ୍ୟା ଅଧିକ ଦେଖିବାକୁ ମିଳେ। ରାଜ୍ୟରେ ଉତ୍ସର୍ଜିତ ଅଙ୍ଗାରକର ୨୦ ପ୍ରତିଶତରୁ କମ୍ ସହରଗୁଡ଼ିକ ଛାଡ଼ିଥାନ୍ତି। ତେବେ ପରିବାରଗୁଡ଼ିକର ନିର୍ଗତ ହେଉଥିବା ଅଙ୍ଗାରକ ଉତ୍ସର୍ଜନ ପରିମାଣ ୨୦ରୁ ୪୦ ପ୍ରତିଶତ ମଧ୍ୟରେ ବୋଲି ସ୍ବାମୀନାଥନ କହିଛନ୍ତି। କଳା ଅଙ୍ଗାରକ ଦୀର୍ଘ ଶ୍ୱାସରୋଗ, ଫୁସ୍ଫୁସ୍ କ୍ୟାନ୍ସର, ନିମୋନିଆ, ଆଜ୍ମା, ହୃଦ୍ରୋଗ, କମ୍ ଓଜନର ଶିଶୁ ଜନ୍ମର କାରଣ ବୋଲି ବିଶେଷଜ୍ଞ କହିଛନ୍ତି। ବାୟୁ ପ୍ରଦୂଷଣ ଯୋଗୁ ଲୋକଙ୍କ ହାରାହାରି ଆୟୁ ୨.୩ ବର୍ଷ ହ୍ରାସ ପାଉଛି।
The post ଆଭ୍ୟନ୍ତରୀଣ ବାୟୁ ପ୍ରଦୂଷଣ ଅଧିକ ବିପଜ୍ଜନକ appeared first on Dharitri Odia News.