ଲୋକାର୍ପଣ ଦିନଠାରୁ ତାଲା ଝୁଲୁଛି

ଆନନ୍ଦପୁର,୨୪ା୨(ଉମେଶ ଚନ୍ଦ୍ର ପାଢ଼ୀ): କେନ୍ଦୁଝର ଜିଲା ଆନନ୍ଦପୁର ଫକୀର ମୋହନ ମାର୍କେଟଠାରେ ନିର୍ମାଣ ହୋଇଥିବା ଆମ ବସ୍‌ଷ୍ଟାଣ୍ଡ ଲୋକାର୍ପଣ ଦିନଠାରୁ ବନ୍ଦ ପଡ଼ିଛି। ଲୋକଙ୍କ ସୁବିଧା ପାଇଁ ନିର୍ମିତ ବସ୍‌ଷ୍ଟାଣ୍ଡକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ଼ରେ ଉଦ୍‌ଘାଟନ କରିଥିଲେ। ମାତ୍ର ଉଦ୍‌ଘାଟନର କେଇ ଘଣ୍ଟା ପରେ ମୁଖ୍ୟ ଫାଟକରେ ତାଲା ପଡ଼ିଥିବା ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ, ଓଡ଼ିଶା ସରକାରଙ୍କ ରାଜ୍ୟ ସଡ଼କ ପରିବହନ ନିଗମ ଆନୁକୂଲ୍ୟରେ ୧୫ ତାରିଖ ଗୁରୁବାର ଦିନ ୧୩ ଗୋଟି ଜିଲାରେ […] The post ଲୋକାର୍ପଣ ଦିନଠାରୁ ତାଲା ଝୁଲୁଛି appeared first on Dharitri Odia News.

ଲୋକାର୍ପଣ ଦିନଠାରୁ ତାଲା ଝୁଲୁଛି

ଆନନ୍ଦପୁର,୨୪ା୨(ଉମେଶ ଚନ୍ଦ୍ର ପାଢ଼ୀ): କେନ୍ଦୁଝର ଜିଲା ଆନନ୍ଦପୁର ଫକୀର ମୋହନ ମାର୍କେଟଠାରେ ନିର୍ମାଣ ହୋଇଥିବା ଆମ ବସ୍‌ଷ୍ଟାଣ୍ଡ ଲୋକାର୍ପଣ ଦିନଠାରୁ ବନ୍ଦ ପଡ଼ିଛି। ଲୋକଙ୍କ ସୁବିଧା ପାଇଁ ନିର୍ମିତ ବସ୍‌ଷ୍ଟାଣ୍ଡକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ଼ରେ ଉଦ୍‌ଘାଟନ କରିଥିଲେ। ମାତ୍ର ଉଦ୍‌ଘାଟନର କେଇ ଘଣ୍ଟା ପରେ ମୁଖ୍ୟ ଫାଟକରେ ତାଲା ପଡ଼ିଥିବା ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ, ଓଡ଼ିଶା ସରକାରଙ୍କ ରାଜ୍ୟ ସଡ଼କ ପରିବହନ ନିଗମ ଆନୁକୂଲ୍ୟରେ ୧୫ ତାରିଖ ଗୁରୁବାର ଦିନ ୧୩ ଗୋଟି ଜିଲାରେ ୨୦ ଟି ନୂତନ ଆମ ବସ୍‌ଷ୍ଟାଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ କରାଯାଇଥିଲା। ଏଥିରେ ଆନନ୍ଦପୁର ଫକୀର ମୋହନ ମାର୍କେଟଠାରେ ୪ କୋଟି ୭ ଲକ୍ଷ ୧୯ ହଜାର ୯ ସହ ୫୩ ଟଙ୍କା ବ୍ୟୟରେ ନିିର୍ମିତ ନୂତନ ଆମ ବସ୍‌ଷ୍ଟାଣ୍ଡ ସାମିଲ ଥିଲା। ମାତ୍ର ବସ୍‌ଷ୍ଟାଣ୍ଡରେ ଆଜି ପର୍ଯ୍ୟନ୍ତ ତାଲା ଝୁଲୁଥିବାରୁ ଲୋକଙ୍କ ସେବାରେ ଲାଗିପାରିନି। ମୁଖ୍ୟ ଫାଟକରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ଏ ନେଇ କେନ୍ଦୁଝର ଆରଟିଓ ଗୋପାଳକୃଷ୍ଣ ଦାସଙ୍କୁ ପଚରାଯାଇଥିବା ବେଳେ ସେ ଜିଲା ଟ୍ରାନ୍ସପୋର୍ଟ ମ୍ୟାନେଜରଙ୍କ ସହ ଯୋଗାଯୋଗ କରିବାକୁ କହିଥିଲେ। ଜିଲା ଟ୍ରାନ୍ସପୋର୍ଟ ମ୍ୟାନେଜର ଗୌରବ ଜେନା କହିଛନ୍ତି, ନିର୍ମାଣ କାର୍ଯ୍ୟ କରୁଥିବା ଏଜେନ୍ସି ଏପର୍ଯ୍ୟନ୍ତ ତାଙ୍କୁ ବସ୍‌ଷ୍ଟାଣ୍ଡ ହସ୍ତାନ୍ତର କରିନାହିଁ। ଏଣୁ ବସ୍‌ଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ କରି ପାରୁନାହାନ୍ତି ବୋଲି ପ୍ରତିକ୍ରିୟାରେ କହିଥିଲେ। ଏହାକୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ହୋଇଛି।

The post ଲୋକାର୍ପଣ ଦିନଠାରୁ ତାଲା ଝୁଲୁଛି appeared first on Dharitri Odia News.