ଭାଜପାରେ ଚାଲିଛି ଟିକେଟ୍‌ କିଣା-ବିକା: ଇସ୍ତଫା ପରେ ଗମ୍ଭୀର ଅଭିଯୋଗ ଆଣିଲେ ଭାଜପା ଉପାଧ୍ୟକ୍ଷ

ଚଣ୍ଡିଗଡ,୧୦।୯: ହାରିୟାଣା ନିର୍ବାଚନ ପୂର୍ବରୁ ସୋନିପତର ଗଣୁରରେ ଭାଜପାକୁ ଏକ ବଡ଼ ଝଟକା ଲାଗିଛି। ଟିକେଟ କଟିବା ଖବର ଉପରେ ରାଗିଯାଇ ଦେବେନ୍ଦ୍ର କାଡିଆନ ଦଳରୁ ଇସ୍ତଫା ଦେଇଥିଲେ। ଭାରତୀୟ ରେସଲିଂ ଆସୋସିଏସନର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦେବେନ୍ଦ୍ର କାଡିଆନ ଫେସବୁକରେ ସିଧା ପ୍ରସାରଣ କରି ଦଳକୁ ବିଦାୟ ଜଣାଇଛନ୍ତି। ଭାଜପା ବିରୋଧରେ ଗମ୍ଭୀର ଅଭିଯୋଗ ଆଣି କାଡିଆନ କହିଛନ୍ତି, ଦଳରେ ଟିକେଟ କିଣା-ବିକା ଚାଲିଛି, ଯାହା ଗଣତନ୍ତ୍ର ପାଇଁ ଭଲ ନୁହେଁ। ସ୍ବାଧୀନ ଭାବରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା […] The post ଭାଜପାରେ ଚାଲିଛି ଟିକେଟ୍‌ କିଣା-ବିକା: ଇସ୍ତଫା ପରେ ଗମ୍ଭୀର ଅଭିଯୋଗ ଆଣିଲେ ଭାଜପା ଉପାଧ୍ୟକ୍ଷ appeared first on Dharitri Odia News.

ଭାଜପାରେ ଚାଲିଛି ଟିକେଟ୍‌ କିଣା-ବିକା: ଇସ୍ତଫା ପରେ ଗମ୍ଭୀର ଅଭିଯୋଗ ଆଣିଲେ ଭାଜପା ଉପାଧ୍ୟକ୍ଷ

ଚଣ୍ଡିଗଡ,୧୦।୯: ହାରିୟାଣା ନିର୍ବାଚନ ପୂର୍ବରୁ ସୋନିପତର ଗଣୁରରେ ଭାଜପାକୁ ଏକ ବଡ଼ ଝଟକା ଲାଗିଛି। ଟିକେଟ କଟିବା ଖବର ଉପରେ ରାଗିଯାଇ ଦେବେନ୍ଦ୍ର କାଡିଆନ ଦଳରୁ ଇସ୍ତଫା ଦେଇଥିଲେ। ଭାରତୀୟ ରେସଲିଂ ଆସୋସିଏସନର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦେବେନ୍ଦ୍ର କାଡିଆନ ଫେସବୁକରେ ସିଧା ପ୍ରସାରଣ କରି ଦଳକୁ ବିଦାୟ ଜଣାଇଛନ୍ତି। ଭାଜପା ବିରୋଧରେ ଗମ୍ଭୀର ଅଭିଯୋଗ ଆଣି କାଡିଆନ କହିଛନ୍ତି, ଦଳରେ ଟିକେଟ କିଣା-ବିକା ଚାଲିଛି, ଯାହା ଗଣତନ୍ତ୍ର ପାଇଁ ଭଲ ନୁହେଁ।

ସ୍ବାଧୀନ ଭାବରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କାଡିଆନ ଘୋଷଣା କରିଛନ୍ତି ଏବଂ ସେପ୍ଟେମ୍ବର ୧୨ରେ ସକାଳ ୧୦ଟା ସମୟରେ ଗାନୌରରେ ଏକ ସାଧାରଣ ସଭା କରିବେ ବୋଲି କହିଛନ୍ତି। ସାଧାରଣ ସଭା ପରେ ସେ ତାଙ୍କ ନାମାଙ୍କନପତ୍ର ଦାଖଲ କରିବେ। ଏହି ବିକାଶ ଗଣୁର ରାଜନୀତିରେ ଉତ୍ତେଜନା ସୃଷ୍ଟି କରିଛି ଏବଂ ଏହା ଭାଜପା ପାଇଁ ଏକ ବଡ କ୍ଷତି ବୋଲି ବିବେଚନା କରାଯାଉଛି।

The post ଭାଜପାରେ ଚାଲିଛି ଟିକେଟ୍‌ କିଣା-ବିକା: ଇସ୍ତଫା ପରେ ଗମ୍ଭୀର ଅଭିଯୋଗ ଆଣିଲେ ଭାଜପା ଉପାଧ୍ୟକ୍ଷ appeared first on Dharitri Odia News.