ପଞ୍ଜାବ‌ରେ ମାନ୍‌ ସରକାର ସଙ୍କଟରେ !

ଚଣ୍ଡିଗଡ଼: ପଞ୍ଜାବରେ ଶାସକ ଆପ୍‌ର ୩୨ ଜଣ ବିଧାୟକ ବିରୋଧୀ ଦଳ ନେତାଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ଅନ୍ୟମାନେ ବିଜେପି ସହ ଯୋଗାଯୋଗରେ ଥିବା ସମ୍ଭାବନା ରହିଛି। ପଞ୍ଜାବ ବିରୋଧୀ ଦଳ ନେତା ତଥା କଂଗ୍ରେସର ପ୍ରତାପ ସିଂହ ବଜୱା ଏଭଳି ଦାବି କରିଛନ୍ତି। ଯଦି ଏହି ଦାବି ସତ ହୋଇଥାଏ ତାହେଲେ ପଞ୍ଜାବରେ ମାନ୍‌ ସରକାର ସଙ୍କଟରେ ରହିଛି। ତେବେ ବଜୱା ଏହା କହିଛନ୍ତି ଯେ ସରକାର ଭାଙ୍ଗିବା ଘଟଣା ପାଇଁ କଂଗ୍ରେସ ଦାୟୀ […]

ପଞ୍ଜାବ‌ରେ ମାନ୍‌ ସରକାର ସଙ୍କଟରେ !

ଚଣ୍ଡିଗଡ଼: ପଞ୍ଜାବରେ ଶାସକ ଆପ୍‌ର ୩୨ ଜଣ ବିଧାୟକ ବିରୋଧୀ ଦଳ ନେତାଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ଅନ୍ୟମାନେ ବିଜେପି ସହ ଯୋଗାଯୋଗରେ ଥିବା ସମ୍ଭାବନା ରହିଛି। ପଞ୍ଜାବ ବିରୋଧୀ ଦଳ ନେତା ତଥା କଂଗ୍ରେସର ପ୍ରତାପ ସିଂହ ବଜୱା ଏଭଳି ଦାବି କରିଛନ୍ତି। ଯଦି ଏହି ଦାବି ସତ ହୋଇଥାଏ ତାହେଲେ ପଞ୍ଜାବରେ ମାନ୍‌ ସରକାର ସଙ୍କଟରେ ରହିଛି। ତେବେ ବଜୱା ଏହା କହିଛନ୍ତି ଯେ ସରକାର ଭାଙ୍ଗିବା ଘଟଣା ପାଇଁ କଂଗ୍ରେସ ଦାୟୀ ହେବନାହିଁ। ବିଜେପି ତାହା କରିବ। ବଜୱା କହିଛନ୍ତି, କେବଳ ବିଧାୟକ ନୁହନ୍ତି ମନ୍ତ୍ରୀ ଏବଂ ଅନ୍ୟ ବଡ଼ ନେତା ମଧ୍ୟ ଯୋଗାଯୋଗରେ ଅଛନ୍ତି। କିନ୍ତୁ ଆମେ ଏହା ସ୍ପଷ୍ଟ କରିଦେବାପାଇଁ ଚାହୁଛୁ ଯେ କଂଗ୍ରେସ କୌଣସି ପରିସ୍ଥିତିରେ ବି ସରକାର ଭାଙ୍ଗିବନି। ଆପ୍‌ ସରକାର ୫ ବର୍ଷ ପୂରଣ କରିବା କଂଗ୍ରେସ ଚାହେ ବୋଲି ସେ କହିଛନ୍ତି। କଂଗ୍ରେସ ନେତା ଦାବି କରିଛନ୍ତି ଯେ ଆପ୍‌ ଶାସନରେ ହଜାର ହଜାର କୋଟି ଟଙ୍କା ହାୱଲା ଚ୍ୟାନେଲ୍‌ ଦ୍ବାରା ଅଷ୍ଟ୍ରେଲିଆ ଏବଂ ଅନ୍ୟ ରାଷ୍ଟ୍ରକୁ ଯିବା ଘଟଣାରେ ଅନେକ ଆପ୍‌ ନେତା ଅସନ୍ତୁଷ୍ଟ ଅଛନ୍ତି। ତେବେ ପ୍ରତାପ ସିଂହ ବଜୱାଙ୍କର ଏହି ଟିପ୍ପଣୀ ଉପରେ କଡ଼ା ପ୍ରତିକ୍ରିୟା ରଖିଛି ଆପ୍। ବଜ୍‌ୱା ନିଜେ ବି‌ଜେପିରେ ଯୋଗ ଦେବା‌ ପ୍ରକ୍ରିୟାରେ ଅଛନ୍ତି ବୋଲି ସେ କହିଛନ୍ତି। ଆପ୍‌ ନେତା ନିଲ୍‌ ଗର୍ଗ‌ କହିଛନ୍ତି, ପ୍ରତାପ ବଜୱା ବିଜେପିରେ ତାଙ୍କ ଟିକେଟ୍‌ ସୁରକ୍ଷିତ ରଖି ସାରିଛନ୍ତି ଏବଂ ସେ ଅନ୍ୟ ବରିଷ୍ଠ ବିଜେପି ନେତାମାନଙ୍କୁ ମଧ୍ୟ ଭେଟିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଚଳିତ ମାସ ଆରମ୍ଭରେ ଦିଲ୍ଲୀରେ ଆପ୍‌ ସରକାର ଶାସନ କ୍ଷମତାରୁ ଯିବାପରେ ଭଗୱନ୍ତ ମାନ୍‌ ସରକାର ଅତ୍ୟଧିକ ଚାପରେ ଅଛି।