ୟୁଏଇରେ ମୋଦୀଙ୍କୁ ଭବ୍ୟ ସ୍ବାଗତ

ଆବୁଧାବି,: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଦୁଇ ଦିନିଆ ୟୁଏଇ ଗସ୍ତରେ ଅଛନ୍ତି। ଗସ୍ତା ପ୍ରଥମ ଦିନରେ ମୋଦୀ ଆଜି ଆବୁଧାବି ପହଞ୍ଚିଛନ୍ତି। ଆବୁଧାବି ବିମାନବନ୍ଦରରେ ମୋଦୀଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ୟୁଏଇ ରାଷ୍ଟ୍ରପତି ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହୟାନ୍ ମୋଦୀଙ୍କୁ ଆଲିଙ୍ଗନ କରି ପାଛୋଟି ନେଇଛନ୍ତି। ଦୁଇ ରାଷ୍ଟ୍ର ନେତା ଆଜି ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ‘ଆହଲାନ ମୋଦୀ’ କାର୍ଯ୍ୟକ୍ରମରେ ୟୁଏଇରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ପ୍ରାୟ ୬୫ ହଜାର […]

ୟୁଏଇରେ ମୋଦୀଙ୍କୁ ଭବ୍ୟ ସ୍ବାଗତ

ଆବୁଧାବି,: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଦୁଇ ଦିନିଆ ୟୁଏଇ ଗସ୍ତରେ ଅଛନ୍ତି। ଗସ୍ତା ପ୍ରଥମ ଦିନରେ ମୋଦୀ ଆଜି ଆବୁଧାବି ପହଞ୍ଚିଛନ୍ତି। ଆବୁଧାବି ବିମାନବନ୍ଦରରେ ମୋଦୀଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ୟୁଏଇ ରାଷ୍ଟ୍ରପତି ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହୟାନ୍ ମୋଦୀଙ୍କୁ ଆଲିଙ୍ଗନ କରି ପାଛୋଟି ନେଇଛନ୍ତି। ଦୁଇ ରାଷ୍ଟ୍ର ନେତା ଆଜି ଦ୍ୱିପାକ୍ଷିକ ବୈଠକ କରିଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ‘ଆହଲାନ ମୋଦୀ’ କାର୍ଯ୍ୟକ୍ରମରେ ୟୁଏଇରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ପ୍ରାୟ ୬୫ ହଜାର ଲୋକଙ୍କୁ ସମ୍ବୋଧିତ କରିଛନ୍ତି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ରାଜଧାନୀ ଆବୁଧାବିରେ ଦେଶର ପ୍ରଥମ ହିନ୍ଦୁ ମନ୍ଦିର ଉଦଘାଟନ କରିବେ । ୨୦୧୯ରେ ୟୁଏଇ ସରକାର ମୋଦୀଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଅର୍ଡର ଅଫ୍ ଜାଏଦ’ ପ୍ରଦାନ କରିଥିଲେ। ଏହି ସମୟରେ ରାଷ୍ଟ୍ରପତି ଅଲ ନାହୟାନ ତାଙ୍କ ସହ ଏକ ଫ୍ରେଣ୍ଡସିପ୍ ବ୍ୟାଣ୍ଡ ମଧ୍ୟ ବାନ୍ଧିଥିଲେ।