ଆତ୍ମ ସମୀକ୍ଷା ଜରୁରୀ

ଅନେକ ସମୟରେ ଲୋକମାନେ ନିଜକୁ ସମୀକ୍ଷା କରିବାକୁ ଭୁଲି ଯାଆନ୍ତି । ହେଲେ ଜୀବନରେ ସୁଖ ଓ ଶାନ୍ତିରେ ରହିବାକୁ ହେଲେ ଆତ୍ମ ସମୀକ୍ଷାର ଆବଶ୍ୟକତା ରହିଛି । ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ଦିନରେ ଯାହା କରନ୍ତି ସେ ନେଇ ନଭାବି ରାତିରେ ଶୋଇ ଯାଆନ୍ତି । ସେମାନେ କେବେ ବି ଭାବନ୍ତି ନାହିଁ କି ସେମାନେ ଆଜି କଣ ଭୁଲ କଲେ ଏବଂ ଏହାକୁ ଠିକ୍‌ କିପରି କରାଯାଇ ପାରିବ । ତେବେ […]

ଆତ୍ମ ସମୀକ୍ଷା ଜରୁରୀ

ଅନେକ ସମୟରେ ଲୋକମାନେ ନିଜକୁ ସମୀକ୍ଷା କରିବାକୁ ଭୁଲି ଯାଆନ୍ତି । ହେଲେ ଜୀବନରେ ସୁଖ ଓ ଶାନ୍ତିରେ ରହିବାକୁ ହେଲେ ଆତ୍ମ ସମୀକ୍ଷାର ଆବଶ୍ୟକତା ରହିଛି । ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ଦିନରେ ଯାହା କରନ୍ତି ସେ ନେଇ ନଭାବି ରାତିରେ ଶୋଇ ଯାଆନ୍ତି । ସେମାନେ କେବେ ବି ଭାବନ୍ତି ନାହିଁ କି ସେମାନେ ଆଜି କଣ ଭୁଲ କଲେ ଏବଂ ଏହାକୁ ଠିକ୍‌ କିପରି କରାଯାଇ ପାରିବ । ତେବେ କିଛି ଲୋକ ଏଭଳି ଥାଆନ୍ତି କି ସେମାନେ ଜାଣି ହିଁ ପାରନ୍ତି ନାହିଁ କି ସେମାନେ ଭୁଲ କରୁଛନ୍ତି କି ନାହିଁ । ତେବେ ଏସବୁ ସମସ୍ୟା ଏକ ମାତ୍ର ସମାଧାନ ଆତ୍ମ ସମୀକ୍ଷା । ତେଣୁ ସବୁଦିନ ଆତ୍ମ ସମୀକ୍ଷା କରିବାକୁ ଚେଷ୍ଟା କରନ୍ତୁ, ଯାହା ଫଳରେ ଆପଣ ନିଜକୁ ଆହୁରି ସୁଧାରି ପାରିବେ । ପ୍ରତିଦିନ ନିଜକୁ ଆହୁରି ଭଲ କରିବାର ଏହା ହେଉଛି ଖୁବ ଭଲ ପ୍ରୟାସ । ଆତ୍ମ ସମୀକ୍ଷାର ଅର୍ଥ ନିଜେ ନିଜକୁ ସମୀକ୍ଷା କରିବା । ନିଜର ଭାବନା, ନିଜର ବ୍ୟବହାର ଓ ନିଷ୍ପତ୍ତିର ସମୀକ୍ଷା କରିବା । ନିଜେ ଯେଉଁ ସବୁ କାର୍ଯ୍ୟ କରୁଛେ ସେଥିର କାହାର କଣ କ୍ଷତି ହେଉଛି କି ନାହିଁ ଏହା ହେଉଛି ଆତ୍ମ ସମୀକ୍ଷାର ଅର୍ଥ । ଆତ୍ମ ସମୀକ୍ଷା ଫଳରେ ଆମେ ନିଜକୁ ଆହୁରି ଭଲରେ ଜାଣିବାରେ ସକ୍ଷମ ହୋଇଥାଉ । ନିଜର ଭୁଲ ଠିକ୍‌ ବିଷୟରେ ଜାଣିବା ସହିତ ଏହାକୁ ସୁଧାରିବାକୁ ସକ୍ଷମ ହୋଇଥାଉ ।