ପାକିସ୍ତାନର ଉତ୍ତର ୱଜିରସ୍ତାନରେ ଚାର୍ଟଡ୍ ହେଲିକପ୍ଟର ଦୁର୍ଘଟଣା, ୬ ମୃତ
ଉତ୍ତର ୱଜିରସ୍ତାନ: ପାକିସ୍ତାନର ଉତ୍ତର ୱଜିରସ୍ତାନରେ ଏକ ଘରୋଇ ଚାର୍ଟଡ୍ ହ୍ୟାଲିକପ୍ଟର ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ଜଣ ଗୁରୁତର ଆହତ ହୋଇଛନ୍ତି। ରବିବାର ସକାଳ ୧୧ଟା ୧୫ ମିନିଟରେ ମାରି ପେଟ୍ରୋଲିୟମ୍ କମ୍ପାନୀ ଲିଃ (ଏମ୍ପିସିଏଲ୍) ଏମ୍-୮ ହ୍ୟାଲିକପ୍ଟରଟି ଇସ୍ଲାମାବାଦ୍ରୁ ସେୱା ତେଲଖଣିକୁ ଯାଇଥିଲା। ସେଠାରୁ ଅପରାହ୍ଣ ୧ଟା ୧୫ ମିନିଟ୍ରେ ବନାଉ ଯିବା ନିମନ୍ତେ ସ୍ଥିର ହୋଇଥିଲା। ନିର୍ଦ୍ଧାରିତ ସମୟରେ ୨୧ଜଣ ଯାତ୍ରୀଙ୍କୁ ନେଇ ଆକାଶକୁ ଉଠିବା ବେଳେ ଇଂଜିନ୍ରେ ତ୍ରୁଟି ଦେଖାଦେଇଥିଲା। […]

ଉତ୍ତର ୱଜିରସ୍ତାନ: ପାକିସ୍ତାନର ଉତ୍ତର ୱଜିରସ୍ତାନରେ ଏକ ଘରୋଇ ଚାର୍ଟଡ୍ ହ୍ୟାଲିକପ୍ଟର ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ଜଣ ଗୁରୁତର ଆହତ ହୋଇଛନ୍ତି। ରବିବାର ସକାଳ ୧୧ଟା ୧୫ ମିନିଟରେ ମାରି ପେଟ୍ରୋଲିୟମ୍ କମ୍ପାନୀ ଲିଃ (ଏମ୍ପିସିଏଲ୍) ଏମ୍-୮ ହ୍ୟାଲିକପ୍ଟରଟି ଇସ୍ଲାମାବାଦ୍ରୁ ସେୱା ତେଲଖଣିକୁ ଯାଇଥିଲା। ସେଠାରୁ ଅପରାହ୍ଣ ୧ଟା ୧୫ ମିନିଟ୍ରେ ବନାଉ ଯିବା ନିମନ୍ତେ ସ୍ଥିର ହୋଇଥିଲା। ନିର୍ଦ୍ଧାରିତ ସମୟରେ ୨୧ଜଣ ଯାତ୍ରୀଙ୍କୁ ନେଇ ଆକାଶକୁ ଉଠିବା ବେଳେ ଇଂଜିନ୍ରେ ତ୍ରୁଟି ଦେଖାଦେଇଥିଲା। ଭାରସାମ୍ୟ ହରାଇଥିବା ହ୍ୟାଲିକପ୍ଟରକୁ ଆପତ୍କାଳୀନ ଓହ୍ଲାଇବାକୁ ଚେଷ୍ଟା କରିବା ବେଳେ ଚାଳକ ବିଫଳ ହୋଇଥିଲେ। ହ୍ୟାଲିକପ୍ଟରର ଲାଞ୍ଜ ପଟଟି ଭୂପୃଷ୍ଠରେ ପିଟି ହୋଇଯାଇଥିଲା। ଏଥିରେ ଦୁଇଜଣ ବିଦେଶୀ ଚାଳକ ଥିଲେ। ପ୍ରଥମେ ଏହା ଆତଙ୍କବାଦୀ ଆକ୍ରମଣ ବୋଲି ସନ୍ଦେହ କରାଯାଉଥିଲା, କିନ୍ତୁ ଯାଞ୍ଚରେ ଏହା ଯାନ୍ତ୍ରିକ ତ୍ରୁଟିଜନିତ ଦୁର୍ଘଟଣା ବୋଲି ସ୍ପଷ୍ଟ ହୋଇଛି।