ଗୁଜରାଟରେ ହତ୍ୟା, ବ୍ରହ୍ମପୁରରୁ ଗିରଫ ହେଲା ଅଭିଯୁକ୍ତ

ବ୍ରହ୍ମପୁର: ଏକ ହତ୍ୟା ଘଟଣାରେ ଜଣେ ଅଭିଯୁକ୍ତକୁ ବ୍ରହ୍ମୁପୁରରୁ ଗିରଫ କରିଛି ଗୁଜରାଟ ପୋଲିସ। ୨୦୨୨ରେ ହୋଇଥିବା ଏହି ହତ୍ୟାକାଣ୍ଡର ତଦନ୍ତକ୍ରମେ ଗୁଜରାଟ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ, ସୋମବାର ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ଅଭିଯୁକ୍ତକୁ ହଜାର ପରେ ଗୁଜୁରାଟ ନେଇଛି ପୋଲିସ।ସୂଚନା ଅନୁଯାୟୀ, ଗୁଜରାଟ ପାଣ୍ଡେଶରା ଥାନା ଅଞ୍ଚଳର ଅରବିନ୍ଦ ଯାଦବଙ୍କୁ ୨୦୨୨ ଜୁଲାଇ ୯ ତାରିଖରେ ଛୁରୀ ଭୁସି ହତ୍ୟା କରାଯାଇଥିଲା। ଗୁରୁତର ଅବସ୍ଥାରେ ଅରବିନ୍ଦଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇ ଥିବାବେଳେ ତା’ ପରଦିନ ଅରବିନ୍ଦଙ୍କ ମୃତ୍ୟୁ ଘଟିଥିଲା।ତେବେ ଅଭିଯୋଗ ଆଧାରରେ ଗୁଜରାଟ ପୋଲିସ ତଦନ୍ତ ଜାରି ରଖିଥିଲା। ଆଉ ଶେଷରେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିବା ଡି.କେଶବକୁ ବ୍ରହ୍ମପୁର ବଡ଼ ବଜାର ପୋଲିସ ସହଯୋଗରେ ଗିରଫ କରିଛି ଗୁଜରାଟ ପୋଲିସ। ଡି. କେଶବ ବ୍ରହ୍ମପୁର ହରିଡ଼ାଖଣ୍ଡି ଅଞ୍ଚଳର ଏକ ମଦ ଦୋକାନରେ ସେଲସ ମ୍ୟାନ ଭାବେ କାମ କରୁଥିଲା।

ଗୁଜରାଟରେ ହତ୍ୟା, ବ୍ରହ୍ମପୁରରୁ ଗିରଫ ହେଲା ଅଭିଯୁକ୍ତ

ବ୍ରହ୍ମପୁର: ଏକ ହତ୍ୟା ଘଟଣାରେ ଜଣେ ଅଭିଯୁକ୍ତକୁ ବ୍ରହ୍ମୁପୁରରୁ ଗିରଫ କରିଛି ଗୁଜରାଟ ପୋଲିସ। ୨୦୨୨ରେ ହୋଇଥିବା ଏହି ହତ୍ୟାକାଣ୍ଡର ତଦନ୍ତକ୍ରମେ ଗୁଜରାଟ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ, ସୋମବାର ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ଅଭିଯୁକ୍ତକୁ ହଜାର ପରେ ଗୁଜୁରାଟ ନେଇଛି ପୋଲିସ।

ସୂଚନା ଅନୁଯାୟୀ, ଗୁଜରାଟ ପାଣ୍ଡେଶରା ଥାନା ଅଞ୍ଚଳର ଅରବିନ୍ଦ ଯାଦବଙ୍କୁ ୨୦୨୨ ଜୁଲାଇ ୯ ତାରିଖରେ ଛୁରୀ ଭୁସି ହତ୍ୟା କରାଯାଇଥିଲା। ଗୁରୁତର ଅବସ୍ଥାରେ ଅରବିନ୍ଦଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇ ଥିବାବେଳେ ତା’ ପରଦିନ ଅରବିନ୍ଦଙ୍କ ମୃତ୍ୟୁ ଘଟିଥିଲା।

ତେବେ ଅଭିଯୋଗ ଆଧାରରେ ଗୁଜରାଟ ପୋଲିସ ତଦନ୍ତ ଜାରି ରଖିଥିଲା। ଆଉ ଶେଷରେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିବା ଡି.କେଶବକୁ ବ୍ରହ୍ମପୁର ବଡ଼ ବଜାର ପୋଲିସ ସହଯୋଗରେ ଗିରଫ କରିଛି ଗୁଜରାଟ ପୋଲିସ। ଡି. କେଶବ ବ୍ରହ୍ମପୁର ହରିଡ଼ାଖଣ୍ଡି ଅଞ୍ଚଳର ଏକ ମଦ ଦୋକାନରେ ସେଲସ ମ୍ୟାନ ଭାବେ କାମ କରୁଥିଲା।