ଓଲଟିଲା ବସ୍‌: ଚାପି ହୋଇଗଲେ ଜଣେ, ୩୦ ଆହତ

ସୁନ୍ଦରଗଡ଼,୧୩ା୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା କିଞ୍ଜିରିକେଲାରୁ ମା’ ସମଲେଶ୍ବରୀ ଘରୋଇ ବସ୍‌ ସୁନ୍ଦରଗଡ଼କୁ ଆସୁଥିବା ବେଳେ ଗୁରୁବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ତେଲେନଡ଼ିହିରେ ସାମ୍ନା ପଟୁଆସୁଥିବା ବାଇକ୍‌ ଭାରସାମ୍ୟ ହରାଇ ବସ୍‌ରେ ପିଟି ହେବା ପରେ ବସ୍‌ଟି ମଧ୍ୟ ଭାରସାମ୍ୟ ହରାଇ ରାସ୍ତାରୁ ୧୦ ଫୁଟ ତଳକୁ ଖସିପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଓଲଟ ପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୩୦ରୁ ଊଦ୍ଧର୍‌ବ ଆହତ ହୋଇଛନ୍ତି। ଖବର ପାଇ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ, […] The post ଓଲଟିଲା ବସ୍‌: ଚାପି ହୋଇଗଲେ ଜଣେ, ୩୦ ଆହତ appeared first on Dharitri Odia News.

ଓଲଟିଲା ବସ୍‌: ଚାପି ହୋଇଗଲେ ଜଣେ, ୩୦ ଆହତ

ସୁନ୍ଦରଗଡ଼,୧୩ା୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା କିଞ୍ଜିରିକେଲାରୁ ମା’ ସମଲେଶ୍ବରୀ ଘରୋଇ ବସ୍‌ ସୁନ୍ଦରଗଡ଼କୁ ଆସୁଥିବା ବେଳେ ଗୁରୁବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ତେଲେନଡ଼ିହିରେ ସାମ୍ନା ପଟୁଆସୁଥିବା ବାଇକ୍‌ ଭାରସାମ୍ୟ ହରାଇ ବସ୍‌ରେ ପିଟି ହେବା ପରେ ବସ୍‌ଟି ମଧ୍ୟ ଭାରସାମ୍ୟ ହରାଇ ରାସ୍ତାରୁ ୧୦ ଫୁଟ ତଳକୁ ଖସିପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଓଲଟ ପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୩୦ରୁ ଊଦ୍ଧର୍‌ବ ଆହତ ହୋଇଛନ୍ତି। ଖବର ପାଇ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ, ଅଗ୍ନିଶମ ବିଭାଗ ଓ ସଦର ଥାନା ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଡାକ୍ତର ଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି। ଆହତଙ୍କ ମଧ୍ୟରୁ ୫/୬ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ଆହତ ଓ ଗୁରୁତରମାନଙ୍କୁ ସ୍ଥାନୀୟ ଲୋକ ଓ ପୋଲିସ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ବେଳେ ଏବେ ମୃତଦେହକୁ ଉଦ୍ଧାର କରିା ପାଇଁ କ୍ରେନର ସହାୟତା ନିଆଯାଇଥିଲା।

The post ଓଲଟିଲା ବସ୍‌: ଚାପି ହୋଇଗଲେ ଜଣେ, ୩୦ ଆହତ appeared first on Dharitri Odia News.