ବାଜିଲା ନିର୍ବାଚନ ବିଗୁଲ୍: ସଂଖ୍ୟାଲଘୁ ଭୋଟରଙ୍କ ଉପରେ ବିଜେଡି, କଂଗ୍ରେସର ନଜର
ବାଲିଗୁଡ଼ା,୧୬ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ୨୦୨୪ ସାଧାରଣ ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ୍। ବାଲିଗୁଡ଼ା ବିଧାନସଭା କ୍ଷେତ୍ରରେ ମେ’ ୨୦ରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏବେ ବିଭିନ୍ନ ଦଳ ସେମାନଙ୍କ ରଣନୀତିର ପେଡ଼ି ଖୋଲିବେ। କେଉଁ ବର୍ଗର ଲୋକଙ୍କୁ କିଭଳି ନିଜ ଭୋଟ ବ୍ୟାଙ୍କ ଭାବେ ଆପଣାଇବ ସେ ନେଇ କିପରି ଆକୃଷ୍ଟ କରାଯିବ ତାହା ଏବେ ଠାରୁ ଆରମ୍ଭ ହୋଇଯାଇଛି। ବାଲିଗୁଡା ନିର୍ବାଚନ ମଣ୍ଡଳୀ ଅଧୀନରେ ବାଲିଗୁଡ଼ା, କ.ନୂଆଗାଁ, ତୁମୁଡିବନ୍ଧ, କୋଟଗଡ଼ ବ୍ଲକ ସମେତ […] The post ବାଜିଲା ନିର୍ବାଚନ ବିଗୁଲ୍: ସଂଖ୍ୟାଲଘୁ ଭୋଟରଙ୍କ ଉପରେ ବିଜେଡି, କଂଗ୍ରେସର ନଜର appeared first on Dharitri Odia News.
ବାଲିଗୁଡ଼ା,୧୬ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ୨୦୨୪ ସାଧାରଣ ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ୍। ବାଲିଗୁଡ଼ା ବିଧାନସଭା କ୍ଷେତ୍ରରେ ମେ’ ୨୦ରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏବେ ବିଭିନ୍ନ ଦଳ ସେମାନଙ୍କ ରଣନୀତିର ପେଡ଼ି ଖୋଲିବେ। କେଉଁ ବର୍ଗର ଲୋକଙ୍କୁ କିଭଳି ନିଜ ଭୋଟ ବ୍ୟାଙ୍କ ଭାବେ ଆପଣାଇବ ସେ ନେଇ କିପରି ଆକୃଷ୍ଟ କରାଯିବ ତାହା ଏବେ ଠାରୁ ଆରମ୍ଭ ହୋଇଯାଇଛି। ବାଲିଗୁଡା ନିର୍ବାଚନ ମଣ୍ଡଳୀ ଅଧୀନରେ ବାଲିଗୁଡ଼ା, କ.ନୂଆଗାଁ, ତୁମୁଡିବନ୍ଧ, କୋଟଗଡ଼ ବ୍ଲକ ସମେତ ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ରହିଛି। ଏଥିରେ ମୋଟ୍ ୧ଲକ୍ଷ ୬୦ ହଜାର ଭୋଟର ରହିଛନ୍ତି । କନ୍ଧମାଳ ଲୋକ ସଭା କ୍ଷେତ୍ରର ସବୁଠାରୁ କମ୍ ଭୋଟର ରହିଥିବା ବିଧାନସଭା ନିର୍ବାଚନ ମଣ୍ଡଳୀ। ଏହି ନିର୍ବାଚନ ମଣ୍ଡଳୀରେ ସଂଖ୍ୟାଲଘୁ ଭୋଟରଙ୍କ ସଖ୍ୟା ୨୦ ରୁ ୩୦ ଶତକଡ଼ା ରହିଥିବାରୁ ଏହି ଭୋଟରଙ୍କୁ ନିଜ ଦଳ ପ୍ରତି ଆକୃଷ୍ଟ କରିବା ପାଇଁ ବିଜେଡି ଓ କଂଗ୍ରେସ ନଜର ରଖିଛନ୍ତି। ବିଜେଡି ଓ କଂଗ୍ରେସ ଚଳିତ ନିର୍ବାଚନରେ ଜଣେ ସଂଖ୍ୟାଲଘୁଙ୍କୁ ପ୍ରାର୍ଥୀ କରିବା ପାଇଁ ଚିନ୍ତା କରୁଥିବା ଜଣାପଡ଼ିଛି। ସଂଖ୍ୟାଲଘୁ ଭୋଟର ବାଲିଗୁଡା ନିର୍ବାଚନ ମଣ୍ଡଳୀର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ରାଜନୀତି ସମୀକ୍ଷକମାନେ କହୁଛନ୍ତି। ୨୦୧୯ ନିର୍ବାଚନରେ ସଂଖ୍ୟାଲଘୁ ଭୋଟର ଶାସକ ବିଜେଡି ଆଡ଼କୁ ଯାଇଥିବାରୁ ବିଜୟୀ ହୋଇଥିବା ରାଜନୀତି ସମୀକ୍ଷକମାନେ କହୁଛନ୍ତି। ଚଳିତ ବର୍ଷ ସଂଖ୍ୟାଲଘୁ ଭୋଟରଙ୍କୁ ଶାସକ ବିଜେଡି ରଖିପାରିବ କି ନାହିଁ ତାହା ଏବେ ଠାରୁ କହିବା କଷ୍ଟକର ବ୍ୟାପାର। ଗତ ଦୁଇ ସପ୍ତାହ ହେଲା ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ନେଇ ଦୁଇ ଦଳର ବରିଷ୍ଠ ନେତାଙ୍କ ମଧ୍ୟରେ ଆଲୋଚନା ଚାଲିଛି । ଫଳରେ ମେଣ୍ଟକୁ ନେଇ ସବୁଆଡ଼େ ଦୁଇ ଦଳର କର୍ମୀ, କୁଜିନେତା ଓ ଲୋକଙ୍କ ମଧ୍ୟରେ ନାନା କଳ୍ପନାଜଳ୍ପନାରେ ପୂର୍ଣ୍ଣଚ୍ଛେଦ ବର୍ତ୍ତମାନ ସୁଦ୍ଧା ପଡ଼ିପାରିନାହିଁ।
The post ବାଜିଲା ନିର୍ବାଚନ ବିଗୁଲ୍: ସଂଖ୍ୟାଲଘୁ ଭୋଟରଙ୍କ ଉପରେ ବିଜେଡି, କଂଗ୍ରେସର ନଜର appeared first on Dharitri Odia News.