ନାବାଳକ ଛାତ୍ର ମୃତ୍ୟୁ ଘଟଣାରେ ଚାଞ୍ଚଲ୍ୟକର ଖୁଲାସା: ମୋବାଇଲ ପାଇଁ…

ବରଗଡ଼, ୨୦।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ ପଣ୍ଡରିତରାଇ ଜଙ୍ଗଲ ଭିତରୁ ଗତ ସୋମବାର ନାବାଳକ ଛାତ୍ର ସମୀର ପ୍ରଧାନ(୧୪) ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ ହୋଇଛି। ଏକ ମୋବାଇଲ ପାଇଁ ତାଙ୍କ ନାବାଳକ ସହପାଠୀ ସମୀରଙ୍କୁ ହତ୍ୟା କରିଥିବା ପୋଲିସ ତଦନ୍ତରୁ ଜଣାପଡିଛି। ପୋଲିସ ଗୁରୁବାର ଅଭିଯୁକ୍ତ ନାବାଳକଙ୍କୁ ନିଜ ହେପାଜତକୁ ନେଇ ବାଳସୁଧାର ଗୃହକୁ ପଠାଇଛି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,ନାବାଳକ ଅଭିଯୁକ୍ତ ରବିବାର ନିଜର ବାଲ୍ୟବନ୍ଧୁ ସମୀରଙ୍କୁ ବୁଲିବା […] The post ନାବାଳକ ଛାତ୍ର ମୃତ୍ୟୁ ଘଟଣାରେ ଚାଞ୍ଚଲ୍ୟକର ଖୁଲାସା: ମୋବାଇଲ ପାଇଁ… appeared first on Dharitri Odia News.

ନାବାଳକ ଛାତ୍ର ମୃତ୍ୟୁ ଘଟଣାରେ ଚାଞ୍ଚଲ୍ୟକର ଖୁଲାସା: ମୋବାଇଲ ପାଇଁ…

ବରଗଡ଼, ୨୦।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ ପଣ୍ଡରିତରାଇ ଜଙ୍ଗଲ ଭିତରୁ ଗତ ସୋମବାର ନାବାଳକ ଛାତ୍ର ସମୀର ପ୍ରଧାନ(୧୪) ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ ହୋଇଛି। ଏକ ମୋବାଇଲ ପାଇଁ ତାଙ୍କ ନାବାଳକ ସହପାଠୀ ସମୀରଙ୍କୁ ହତ୍ୟା କରିଥିବା ପୋଲିସ ତଦନ୍ତରୁ ଜଣାପଡିଛି। ପୋଲିସ ଗୁରୁବାର ଅଭିଯୁକ୍ତ ନାବାଳକଙ୍କୁ ନିଜ ହେପାଜତକୁ ନେଇ ବାଳସୁଧାର ଗୃହକୁ ପଠାଇଛି।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ,ନାବାଳକ ଅଭିଯୁକ୍ତ ରବିବାର ନିଜର ବାଲ୍ୟବନ୍ଧୁ ସମୀରଙ୍କୁ ବୁଲିବା ପାଇଁ ଡ଼ାକି ନେଇଥିଲେ। ସମୀର ମଧ୍ୟ ପ୍ରିୟ ସାଙ୍ଗ ଡାକିବାରୁ ମୋବାଇଲ ଏବଂ ସାଇକେଲ ଧରି ସାଙ୍ଗେ ସାଙ୍ଗେ ବାହାରି ପଡ଼ିଥିଲେ । ଉଭୟେ ସ୍କୁଲ ପଡ଼ିଆରେ କିଛି ସମୟ କ୍ରିକେଟ ଖେଲିଥିଲେ । ଏହା ପରେ ଅଭିଯୁକ୍ତ ନାବାଳକ ତାଙ୍କ ସହପାଠୀ ସମୀରଙ୍କୁ କୁ ଜଙ୍ଗଲ ପଟକୁ ଯିବାପାଇଁ ଡାକିଥିଲେ । ନିଛାଟିଆ ସ୍ଥାନରେ ସମୀର ପରିସ୍ରା କରୁଥିବା ସମୟରେ ଅଭିଯୁକ୍ତ ନାବାଳକାବହୁତ୍ ଜୋରରେ ତାଙ୍କ ଉପରକୁ ପଥର ଫିଙ୍ଗିଥିଲେ । ଯାହାକି ସମୀରର ପେଟରେ ବାଜିଥିଲା ଏବଂ ରକ୍ତସ୍ରାବ ହୋଇଥିଲା । ଯଦ୍ୱାରା ସେ ସେହି ସ୍ଥାନରେ ବସି ପଡ଼ିଥିଲେ। ଏହାପରେ ଅଭିଯୁକ୍ତ ନାବାଳକ ପୁଣି ସମୀରଙ୍କ ଆଖି ପାଖରେ ପଥର ଛେଚିଥିଲେ। ଏହାସହିତ ନୃଶଂସ ଭାବରେ ପଥରରେ ସମୀରର ମୁଣ୍ଡକୁ ଛେଚି ଦେଇ ଅଭିଯୁକ୍ତ ନାବାଳକ ଘଟଣାସ୍ଥଳରୁ ସମୀରଙ୍କ ମୋବାଇଲ ନେଇ ଚମ୍ପଟ ମାରିଥିଲେ ବୋଲି ନାବାଳକ ଅଭିଯୁକ୍ତ ଜେରା ସମୟରେ ସ୍ବୀକାର କରିଥିବା ପୋଲିସ କହିଛି।

କନକବିରା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଅଭିଯୁକ୍ତ ଏବଂ ମୃତ ନାବାଳକ ନବମ ଶ୍ରେଣୀରେ ପଢୁଥିଲେ। ତେବେ ସମୀର ପାଇଁ ତାଙ୍କବାପା ଏକ ମୋବାଇଲ ଫୋନ କିଣି ଦେଇଥିଲେ। ସେ ସେହି ଫୋନ ଯୋଗେ ଫ୍ରି ଫାୟର ଗେମ ଖେଳୁଥିବା ବେଳେ ସାଙ୍ଗମାନେ ଦେଖୁଥିଲେ। ସାଙ୍ଗମାନେ ମାଗିଲେ ମଧ୍ୟ ସେ ସେହି ମୋବାଇଲ କାହାରିକୁ ଦେଉ ନଥିଲେ। ଅଭିଯୁକ୍ତ ନାବାଳକ ମଧ୍ୟ ବାରମ୍ବାର ଫୋନ ମାଗିଲେ ସମୀର ଦେଉ ନ ଥିବାରୁ ତାଙ୍କ ମନରେ ଆଘାତ ଲାଗିଥିଲା ଏବଂ ସେ କଳେବଳେ କୌଶଳେ ସେହି ମୋବାଇଲକୁ ହାତେଇବାକୁ ଉଦ୍ୟମ କରୁଥିଲେ ଏବଂ ସେହି ଉଦ୍ଦେଶ୍ୟରେ ସମୀରଙ୍କୁ ଡାକି ନେଇ ସେ ହତ୍ୟା କରିଥିବା ପୋଲିସ ତଦନ୍ତରୁ ଜଣାପଡିଛି। ଗୁରୁବାର ଉକ୍ତ ମୋବାଇଲକୁ ଗ୍ରାମରେ ଥିବା ପୁଷ୍କରିଣୀ ନିକଟରୁ ଉଦ୍ଧାର କରିଛି ।

The post ନାବାଳକ ଛାତ୍ର ମୃତ୍ୟୁ ଘଟଣାରେ ଚାଞ୍ଚଲ୍ୟକର ଖୁଲାସା: ମୋବାଇଲ ପାଇଁ… appeared first on Dharitri Odia News.