ସମବାୟ ସମିତିରେ ଅନିୟମିତତା: ସମ୍ପାଦକ ନିଲମ୍ବିତ
ହିଞ୍ଜିଳିକାଟୁ(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ସାରୁ ପ୍ରାଥମିକ ସମବାୟ ସମିତିରେ ବିଭିନ୍ନ ସମୟରେ ଅନିୟମିତତା ଅଭିଯୋଗ ହୋଇଛି। ଖାଲି ପଡ଼ିଆରେ ଧାନଚାଷ ହୋଇଥିବା ଦର୍ଶାଇ ଚାଷୀମାନଙ୍କ ନାମ ପଞ୍ଜୀକରଣ କରିବା ସହିତ ଧାନ କିଣାବିକା ଦର୍ଶାଇ ସରକାରୀ ଟଙ୍କା ହଡପ ଅଭିଯୋଗ ହୋଇଛି। ଘଟଣାର ଯାଞ୍ଚ ପରେ ସହକାରୀ ସମବାୟ ସମିତି ସମୂହ ସହକାରୀ ନିବନ୍ଧକ ଛତ୍ରପୁର ଚିଠି ସଂଖ୍ୟା: ୫୭୫/୨୫ରେ ସାରୁ ସମବାୟ ସମିତି ସମ୍ପାଦକ ବଳରାମ ସାହୁଙ୍କୁ ନିଲମ୍ବିତ କରିଛନ୍ତି । […] The post ସମବାୟ ସମିତିରେ ଅନିୟମିତତା: ସମ୍ପାଦକ ନିଲମ୍ବିତ appeared first on Dharitri Odia News.
ହିଞ୍ଜିଳିକାଟୁ(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ସାରୁ ପ୍ରାଥମିକ ସମବାୟ ସମିତିରେ ବିଭିନ୍ନ ସମୟରେ ଅନିୟମିତତା ଅଭିଯୋଗ ହୋଇଛି। ଖାଲି ପଡ଼ିଆରେ ଧାନଚାଷ ହୋଇଥିବା ଦର୍ଶାଇ ଚାଷୀମାନଙ୍କ ନାମ ପଞ୍ଜୀକରଣ କରିବା ସହିତ ଧାନ କିଣାବିକା ଦର୍ଶାଇ ସରକାରୀ ଟଙ୍କା ହଡପ ଅଭିଯୋଗ ହୋଇଛି। ଘଟଣାର ଯାଞ୍ଚ ପରେ ସହକାରୀ ସମବାୟ ସମିତି ସମୂହ ସହକାରୀ ନିବନ୍ଧକ ଛତ୍ରପୁର ଚିଠି ସଂଖ୍ୟା: ୫୭୫/୨୫ରେ ସାରୁ ସମବାୟ ସମିତି ସମ୍ପାଦକ ବଳରାମ ସାହୁଙ୍କୁ ନିଲମ୍ବିତ କରିଛନ୍ତି । ସମ୍ପାଦକ ସାହୁ ଅନେକ ଚାଷୀଙ୍କଠାରୁ କାଗଜ ଗ୍ରହଣ କରିଥିଲେ ମଧ୍ୟ ପଞ୍ଜୀକରଣ କରିବାରେ ଅବହେଳା କରିଥିଲେ। ଏନେଇ ସାରୁ ଗ୍ରାମର ରମେଶ ଚନ୍ଦ୍ର ସାହୁ ଓ ଅନ୍ୟ ଚାଷୀମାନେ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ କରାଯାଇଥିଲା। ସମ୍ପାଦକଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି। ସାର ଦୁର୍ନୀତି, ଋଣ ପ୍ରଦାନରେ ବ୍ୟାପକ ଜାଲିଆତି, ଅଣଚାଷୀଙ୍କୁ ଚାଷୀ ଦର୍ଶାଇ ପଞ୍ଜୀକରଣ ଓ ସରକାରୀ ଯୋଜନାର ଅର୍ଥକୁ ବାଟମାରଣା ଅଭିଯୋଗ ହୋଇଥିଲା। ଅନ୍ୟପକ୍ଷରେ ହିଞ୍ଜିଳିକାଟୁ ବ୍ଲକର ଗତ ଚଳିତ ଖରିଫ ଧାନ ସଂଗ୍ରହରେ ବ୍ଲକର ୫ରୁ ଊଦ୍ଧର୍ବ ସମବାୟ ସମିତିର କାର୍ଯ୍ୟ କଳାପ ଓ ସମିତି ସମ୍ପାଦକଙ୍କ ଭୂମିକା ଅତ୍ୟନ୍ତ ସନ୍ଦେହଜନକ ରହିଛି। ଏହି ସମ୍ପାଦକମାନେ ମିଲରଙ୍କ ପାଇଁ ଅସାଧୁ କାରବାରରେ ଲିପ୍ତ ଥିବା ମଧ୍ୟ ଅଭିଯୋଗ ହୋଇଛି। ହିଞ୍ଜିଳିକାଟୁ ବ୍ଲକରେ ସମିତି ସମ୍ପାଦକ ଓ ମିଲରଙ୍କ ମଧ୍ୟରେ ଅସାଧୁ ମେଣ୍ଟ ରାଜନୈତିକ ପତିଆରା ସୃଷ୍ଟି କରି ବହୁ ଅନିୟମିତତା କରୁଥିବା ବହୁ ବର୍ଷ ଧରି ଅଭିଯୋଗ ହୋଇ ଆସୁଛି।
The post ସମବାୟ ସମିତିରେ ଅନିୟମିତତା: ସମ୍ପାଦକ ନିଲମ୍ବିତ appeared first on Dharitri Odia News.