କେନ୍ଦୁଝରରେ ଅନାହାର ମୃତ୍ୟୁ
କେନ୍ଦୁଝର,୪ା୧(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର): ଅନାହାରରୁ ମୃତ୍ୟୁ ସହ ସଂଘର୍ଷ କରୁଥିଲେ। ସ୍ଥିତି ଏପରି ହୋଇଥିଲା ଯେ ବିଛଣାରୁ ଉଠିବାକୁ ବଳ ପାଉ ନ ଥିଲା। ୩ ଛୁଆ ମଧ୍ୟ ଖାଦ୍ୟ ଅଭାବରୁ ରୋଗାଗ୍ରସ୍ତ ହୋଇଯାଇଥିଲେ। ଅବଶ୍ୟ ପ୍ରଶାସନ ପକ୍ଷରୁ ଉକ୍ତ ପରିବାରକୁ ସହାୟତା କରାଯାଇଥିଲା। ମାତ୍ର ଭୋକ ଉପାସ ଯୋଗୁ ରୋଗାଗ୍ରସ୍ତ ହୋଇପଡ଼ିଥିବା କେନ୍ଦୁଝର ଜିଲା ସଦର ବ୍ଲକ୍ ଅନ୍ତର୍ଗତ ପଦ୍ମପୁରର କୁଦୁରୁ ସାହିର ନନ୍ଦୀ ମୁଣ୍ଡାଙ୍କ ବୁଧବାର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ପଦ୍ମପୁର […] The post କେନ୍ଦୁଝରରେ ଅନାହାର ମୃତ୍ୟୁ appeared first on Dharitri Odia News.
କେନ୍ଦୁଝର,୪ା୧(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର): ଅନାହାରରୁ ମୃତ୍ୟୁ ସହ ସଂଘର୍ଷ କରୁଥିଲେ। ସ୍ଥିତି ଏପରି ହୋଇଥିଲା ଯେ ବିଛଣାରୁ ଉଠିବାକୁ ବଳ ପାଉ ନ ଥିଲା। ୩ ଛୁଆ ମଧ୍ୟ ଖାଦ୍ୟ ଅଭାବରୁ ରୋଗାଗ୍ରସ୍ତ ହୋଇଯାଇଥିଲେ। ଅବଶ୍ୟ ପ୍ରଶାସନ ପକ୍ଷରୁ ଉକ୍ତ ପରିବାରକୁ ସହାୟତା କରାଯାଇଥିଲା। ମାତ୍ର ଭୋକ ଉପାସ ଯୋଗୁ ରୋଗାଗ୍ରସ୍ତ ହୋଇପଡ଼ିଥିବା କେନ୍ଦୁଝର ଜିଲା ସଦର ବ୍ଲକ୍ ଅନ୍ତର୍ଗତ ପଦ୍ମପୁରର କୁଦୁରୁ ସାହିର ନନ୍ଦୀ ମୁଣ୍ଡାଙ୍କ ବୁଧବାର ମୃତ୍ୟୁ ଘଟିଛି।
ସୂଚନା ଅନୁଯାୟୀ, ପଦ୍ମପୁର ଗ୍ରାମର ରାଇସମିଲ ପାଖ କୁଦୁରୁ ସାହିରେ ନନ୍ଦୀ ପରିବାର ସହ ରହୁଥିଲେ। ସ୍ବାମୀଙ୍କ ମୃତ୍ୟୁ ପରେ ଖାଦ୍ୟ ଅଭାବରୁ ନନ୍ଦୀ ବିଛଣାରେ ପଡ଼ି ଛଟପଟ ହେଉଥିଲେ। ଝିଅ ସେବତୀଙ୍କ ମଧ୍ୟ ଗୋଡ଼ ଫୁଲି ଘା ଓ ଚର୍ମ ରୋଗ ହୋଇଯାଇଥିଲା। ଏଭଳି ସ୍ଥିତିରେ ସେବତୀ ପର ଘରେ କାମ କରି ମା’ ଓ ୨ ଭାଇଙ୍କ ମୁହଁରେ ଆହାର ଯୋଗାଇବାକୁ ଚେଷ୍ଟା କରୁଥିଲେ। ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ଗତ ୨୯ ତାରିଖରେ ସଦର ବ୍ଲକ୍ ବିଡିଓ ତିଳୋତ୍ତମା ପୃଷ୍ଟି, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ମେଡିକାଲ ଟିମ୍ ଧରି ସାହିରେ ପହଞ୍ଚତ୍ ନନ୍ଦୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଅଧିକ ଚିକିତ୍ସା ଆବଶ୍ୟକତାକୁ ନେଇ ପ୍ରଥମେ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ୩୦ ତାରିଖରେ କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜିଲା ସ୍ବାସ୍ଥ୍ୟ ଅଧିକାରୀ କିଶୋର ଚନ୍ଦ୍ର ପୃଷ୍ଟି କହିଛନ୍ତି। ଯୁବ ଓ ଶ୍ରମ ବିକାଶ ମଞ୍ଚ ପକ୍ଷରୁ ଏ ନେଇ ଏକ ନିରବ ସଭା କରି ନନ୍ଦୀଙ୍କ ଅମର ଆତ୍ମାର ସଦ୍ଗତି କାମନା କରାଯାଇଛି। ନନ୍ଦୀଙ୍କ ପରି ଆଉ କାହାର ଭୋକ ଉପବାସରେ ଜୀବନ ନ ଯାଉ ବୋଲି ସଦସ୍ୟମାନେ କହିଥିଲେ। ଅନାଥ ପିଲାଙ୍କ ଭବିଷ୍ୟତ ବ୍ୟବସ୍ଥା ସରକାର କରିବାକୁ ଦାବି ହେଉଛି। ବିଡିଓ ତିଳୋତ୍ତମା ପୃଷ୍ଟି କହିଛନ୍ତି, ତାଙ୍କ ପାଖରେ ଖବର ନାହିଁ। ତେବେ ସରକାରଙ୍କ ନିୟମାନୁଯାୟୀ ତାଙ୍କ ପରିବାର ଓ ପିଲାଙ୍କୁ ସହାୟତା ମିଳିବ।
The post କେନ୍ଦୁଝରରେ ଅନାହାର ମୃତ୍ୟୁ appeared first on Dharitri Odia News.