ଜାହିରଙ୍କ ସହ ବିବାହ ପରେ ଧର୍ମ ପରିବର୍ତ୍ତନ କରିବେ କି ସୋନାକ୍ଷୀ? ଶ୍ୱଶୁର ଦେଲେ ବଡ଼ ବୟାନ…
ବମ୍ବେ: ବିବାହକୁ ନେଇ ଚର୍ଚ୍ଚାରେ ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ଜୁନ୍ ୨୩ରେ ଦୀର୍ଘଦିନର ପ୍ରେମିକ ଜାହିର ଇକବାଲଙ୍କ ହାତ ଧରିବେ ସେ। ଏହାକୁ ନେଇ ପ୍ରସ୍ତୁତି ଜୋରଦାର ଚାଲିଛି, ଯାହାର ଝଲକ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ଏସବୁ ମଧ୍ୟରେ ସୋନାକ୍ଷୀ ଭିନ୍ନ ଧର୍ମରେ ବିବାହ କରିବାକୁ ଯାଉଥିବାରୁ ନୂଆ ନୂଆ ଚର୍ଚ୍ଚା ବଢ଼ୁଛି। ଜାହିରଙ୍କ ବାପା ବୋହୂ ଇକବାଲ ରତନସୀଙ୍କ ଧର୍ମ ପରିବର୍ତ୍ତନକୁ ନେଇ ବଡ଼ ବୟାନ ଦେଇଛନ୍ତି। ରତନସୀ ଏକ ସାକ୍ଷାତକାରରେ କହିଛନ୍ତି, […] The post ଜାହିରଙ୍କ ସହ ବିବାହ ପରେ ଧର୍ମ ପରିବର୍ତ୍ତନ କରିବେ କି ସୋନାକ୍ଷୀ? ଶ୍ୱଶୁର ଦେଲେ ବଡ଼ ବୟାନ… appeared first on Dharitri Odia News.
ବମ୍ବେ: ବିବାହକୁ ନେଇ ଚର୍ଚ୍ଚାରେ ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ଜୁନ୍ ୨୩ରେ ଦୀର୍ଘଦିନର ପ୍ରେମିକ ଜାହିର ଇକବାଲଙ୍କ ହାତ ଧରିବେ ସେ। ଏହାକୁ ନେଇ ପ୍ରସ୍ତୁତି ଜୋରଦାର ଚାଲିଛି, ଯାହାର ଝଲକ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ଏସବୁ ମଧ୍ୟରେ ସୋନାକ୍ଷୀ ଭିନ୍ନ ଧର୍ମରେ ବିବାହ କରିବାକୁ ଯାଉଥିବାରୁ ନୂଆ ନୂଆ ଚର୍ଚ୍ଚା ବଢ଼ୁଛି। ଜାହିରଙ୍କ ବାପା ବୋହୂ ଇକବାଲ ରତନସୀଙ୍କ ଧର୍ମ ପରିବର୍ତ୍ତନକୁ ନେଇ ବଡ଼ ବୟାନ ଦେଇଛନ୍ତି।
ରତନସୀ ଏକ ସାକ୍ଷାତକାରରେ କହିଛନ୍ତି, ଏହା ହିନ୍ଦୁ କିମ୍ବା ମୁସଲମାନ ରୀତିନୀତିରେ ହେବ ନାହିଁ। ଏହା ଏକ ସିଭିଲ୍ ବିବାହ ହେବାକୁ ଯାଉଛି। ଏହାଛଡ଼ା ସେ ଧର୍ମ ପରିବର୍ତ୍ତନ କରିବେ ନାହିଁ। ସେମାନଙ୍କର ହୃଦୟର ମିଳନ ହୋଇଛି। ଏଥିରେ ଧର୍ମର କୌଣସି ଭୂମିକା ନାହିଁ। ମୁଁ ମାନବତା ଉପରେ ବିଶ୍ୱାସ କରେ। ହିନ୍ଦୁ ଭଗବାନଙ୍କୁ ମାନନ୍ତି, ମୁସଲମାନ ଆଲ୍ହାଙ୍କୁ ମାନନ୍ତି। ହେଲେ ସର୍ବୋପରି ଆମେମାନେ ମଣିଷ। ମୋର ଆଶୀର୍ବାଦ ଉଭୟଙ୍କ ସହ ରହିଛି ବୋଲି ଜାହିରଙ୍କ ବାପା କହିଛନ୍ତି।
The post ଜାହିରଙ୍କ ସହ ବିବାହ ପରେ ଧର୍ମ ପରିବର୍ତ୍ତନ କରିବେ କି ସୋନାକ୍ଷୀ? ଶ୍ୱଶୁର ଦେଲେ ବଡ଼ ବୟାନ… appeared first on Dharitri Odia News.