ଶାନ୍ତି ବଜାୟ ରଖିବାକୁ ୟୁପି ସରକାରଙ୍କୁ ନିର୍ଦ୍ଦେଶ
ନୂଆଦିଲ୍ଲୀ,୩୦ା୧୧: ଉତ୍ତରପ୍ରଦେଶର ସମ୍ଭଲରେ ଥିବା ମୋଗଲ ଯୁଗର ଶାହି ଜାମା ମସ୍ଜିଦ ମାମଲାରେ ସମସ୍ତ କାର୍ଯ୍ୟାନୁଷ୍ଠାନ ଓ ସର୍ଭେକୁ ସାମୟିକ ଭାବେ ବନ୍ଦ ରଖିବା ପାଇଁ ସୁପ୍ରିମକୋର୍ଟ ଶୁକ୍ରବାର ସମ୍ଭଲ ଟ୍ରାଏଲ୍ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ହିଂସା ପ୍ରଭାବିତ ସମ୍ଭଲରେ ଶାନ୍ତି ଓ ସଦ୍ଭାବ ବଜାୟ ରଖିବା ପାଇଁ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମସ୍ଜିଦ ସ୍ଥାନରେ ପୂର୍ବରୁ ହରିହର ମନ୍ଦିର ଥିଲା। ମୋଗଲ ସମ୍ରାଟ ବାବର ୧୫୨୬ରେ ଏହାକୁ ଭାଙ୍ଗି ମସ୍ଜିଦ ନିର୍ମାଣ କରିଥିବା […] The post ଶାନ୍ତି ବଜାୟ ରଖିବାକୁ ୟୁପି ସରକାରଙ୍କୁ ନିର୍ଦ୍ଦେଶ appeared first on Dharitri Odia News.
ନୂଆଦିଲ୍ଲୀ,୩୦ା୧୧: ଉତ୍ତରପ୍ରଦେଶର ସମ୍ଭଲରେ ଥିବା ମୋଗଲ ଯୁଗର ଶାହି ଜାମା ମସ୍ଜିଦ ମାମଲାରେ ସମସ୍ତ କାର୍ଯ୍ୟାନୁଷ୍ଠାନ ଓ ସର୍ଭେକୁ ସାମୟିକ ଭାବେ ବନ୍ଦ ରଖିବା ପାଇଁ ସୁପ୍ରିମକୋର୍ଟ ଶୁକ୍ରବାର ସମ୍ଭଲ ଟ୍ରାଏଲ୍ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ହିଂସା ପ୍ରଭାବିତ ସମ୍ଭଲରେ ଶାନ୍ତି ଓ ସଦ୍ଭାବ ବଜାୟ ରଖିବା ପାଇଁ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ମସ୍ଜିଦ ସ୍ଥାନରେ ପୂର୍ବରୁ ହରିହର ମନ୍ଦିର ଥିଲା। ମୋଗଲ ସମ୍ରାଟ ବାବର ୧୫୨୬ରେ ଏହାକୁ ଭାଙ୍ଗି ମସ୍ଜିଦ ନିର୍ମାଣ କରିଥିବା ହିନ୍ଦୁପକ୍ଷ ଦାବି କରିଥିବାବେଳେ ଗତ ୧୯ରେ ସମ୍ଭଲର ସିଭିଲ ଜଜ୍ (ସିନିୟର ଡିଭିଜନ)ଙ୍କ କୋର୍ଟ ମସ୍ଜିଦର ସର୍ଭେ ପାଇଁ ଆଡଭୋକେଟ କମିଶନରଙ୍କୁ କହିଥିଲେ। ୨୪ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ସର୍ଭେ କାର୍ଯ୍ୟ ଆରମ୍ଭ ହେବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହି ସଂଘର୍ଷରେ ୪ ଜଣଙ୍କ ଜୀବନ ଯିବା ସହ ଅନେକେ ଆହତ ହୋଇଥିଲେ। ତେବେ ସମ୍ଭଲ ଜିଲାରେ ଶାନ୍ତି ବଜାୟ ରଖିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ସଞ୍ଜୟ କୁମାରଙ୍କ ଖଣ୍ଡପୀଠ କହିଛନ୍ତି। ଆଡଭୋକେଟ କମିଶନରଙ୍କ ଦ୍ୱାରା ପ୍ରସ୍ତୁତ ସର୍ଭେ ରିପୋର୍ଟକୁ ଜଉମୁଦ ଲଫାପାରେ ରଖିବା ଏବଂ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନ ଖୋଲିବାକୁ ଖଣ୍ଡପୀଠ କହିଛନ୍ତି। ସେହିପରି କୋର୍ଟ ସର୍ଭେ ନିର୍ଦ୍ଦେଶ ବିରୋଧରେ ଶାହି ଜାମା ମସ୍ଜିଦ କମିଟି ଦାଏର କରିଥିବା ପିଟିଶନକୁ ୩ କାର୍ଯ୍ୟ ଦିବସ ମଧ୍ୟରେ ଆଲ୍ଲାହାବାଦ ହାଇକୋର୍ଟରେ ଶୁଣାଣି ପାଇଁ ତାଲିକାଭୁକ୍ତ କରାଇବା ନିମନ୍ତେ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ କେ.ଏମ୍. ନଟରାଜ ଏଥିପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ।
The post ଶାନ୍ତି ବଜାୟ ରଖିବାକୁ ୟୁପି ସରକାରଙ୍କୁ ନିର୍ଦ୍ଦେଶ appeared first on Dharitri Odia News.