ଟିଏସ୍‌କେକୁ ସିଆଇଆଇ ଏସ୍‌ଏଚ୍‌ଇ ଉତ୍କର୍ଷ ପୁରସ୍କାର

ଭୁବନେଶ୍ୱର,୯।୩: ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ଟାଟା ଷ୍ଟିଲ୍‌ର ଅଗ୍ରଣୀ ୟୁନିଟ୍‌ ଟାଟା ଷ୍ଟିଲ୍‌ କଳିଙ୍ଗନଗର (ଟିଏସ୍‌କେ)କୁ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ଓ ପୁରସ୍କାର ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଟିଏସ୍‌କେକୁ ଲାର୍ଜ ସ୍କେଲ୍‌ ମାନ୍ୟୁଫାକ୍‌ଚରିଂ ସେକ୍ଟର ବର୍ଗରେ ସମ୍ମାନଜନକ କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଇଣ୍ଡଷ୍ଟ୍ରି (ସିଆଇଆଇ) ଏସ୍‌ଏଚ୍‌ଇ (ନିରାପତ୍ତା, ସ୍ବାସ୍ଥ୍ୟ ଓ ପରିବେଶ) ଉତ୍କର୍ଷ ପୁରସ୍କାର ୨୦୨୨-୨୦୨୩ରେ ‘ପ୍ରଥମ ରନର ଅପ୍‌’ ଭାବେ ପୁରସ୍କୃତ କରାଯାଇଛି। ଏପରିକି ଭୁବନେଶ୍ୱରଠାରେ ଆୟୋଜିତ ସିଆଇଆଇ ଓଡ଼ିଶା ବାର୍ଷିକ […] The post ଟିଏସ୍‌କେକୁ ସିଆଇଆଇ ଏସ୍‌ଏଚ୍‌ଇ ଉତ୍କର୍ଷ ପୁରସ୍କାର appeared first on Dharitri Odia News.

ଟିଏସ୍‌କେକୁ ସିଆଇଆଇ ଏସ୍‌ଏଚ୍‌ଇ ଉତ୍କର୍ଷ ପୁରସ୍କାର

ଭୁବନେଶ୍ୱର,୯।୩: ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ଟାଟା ଷ୍ଟିଲ୍‌ର ଅଗ୍ରଣୀ ୟୁନିଟ୍‌ ଟାଟା ଷ୍ଟିଲ୍‌ କଳିଙ୍ଗନଗର (ଟିଏସ୍‌କେ)କୁ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ଓ ପୁରସ୍କାର ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଟିଏସ୍‌କେକୁ ଲାର୍ଜ ସ୍କେଲ୍‌ ମାନ୍ୟୁଫାକ୍‌ଚରିଂ ସେକ୍ଟର ବର୍ଗରେ ସମ୍ମାନଜନକ କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଇଣ୍ଡଷ୍ଟ୍ରି (ସିଆଇଆଇ) ଏସ୍‌ଏଚ୍‌ଇ (ନିରାପତ୍ତା, ସ୍ବାସ୍ଥ୍ୟ ଓ ପରିବେଶ) ଉତ୍କର୍ଷ ପୁରସ୍କାର ୨୦୨୨-୨୦୨୩ରେ ‘ପ୍ରଥମ ରନର ଅପ୍‌’ ଭାବେ ପୁରସ୍କୃତ କରାଯାଇଛି। ଏପରିକି ଭୁବନେଶ୍ୱରଠାରେ ଆୟୋଜିତ ସିଆଇଆଇ ଓଡ଼ିଶା ବାର୍ଷିକ ସମ୍ମିଳନୀରେ ଟିଏସ୍‌କେକୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଟିଏସ୍‌କେର ନିରାପତ୍ତା ବିଭାଗର ମୁଖ୍ୟ ରବି ମିଶ୍ର, ଟିଏସ୍‌କେର ଇସ୍ପାତ ମାନବ ସମ୍ବଳ ବ୍ୟବସାୟ ସହଯୋଗୀ ବିଭାଗର ମୁଖ୍ୟ ଯଶବନ୍ତ କୁମାର ପାଣ୍ଡେ, ଟିଏସ୍‌କେର ଲଜିଷ୍ଟିକ୍‌ ଅପରେଶନ ବିଭାଗର ମୁଖ୍ୟ ଶୁଭ୍ରାଂଶୁ ଶେଖର ରାଉତ ପ୍ରମୁଖ ଉକ୍ତ ସମ୍ମିଳନୀରେ ଯୋଗଦେଇ ଏହି ପୁରସ୍କାର ଗ୍ରହଣ କରିଥିଲେ। ଟିଏସ୍‌କେ ଏହାର କର୍ମଚାରୀଙ୍କ ନିରାପତ୍ତା ଏବଂ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ବିଶ୍ୱସ୍ତରୀୟ ସର୍ବୋତ୍ତମ ଅଭ୍ୟାସ ଏବଂ ଅଭିନବ ପଦ୍ଧତି କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତିବଦ୍ଧ ରହିଛି।

The post ଟିଏସ୍‌କେକୁ ସିଆଇଆଇ ଏସ୍‌ଏଚ୍‌ଇ ଉତ୍କର୍ଷ ପୁରସ୍କାର appeared first on Dharitri Odia News.