ଭିଆଇପି ପାସ୍ କିଣି କବରସ୍ଥାନ ପରିଦର୍ଶନ
ଲଣ୍ଡନ: କୌଣସି ସ୍ବପରିଜନ କିମ୍ବା ନିକଟ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଗଲେ, କେବଳ ତାଙ୍କର ସ୍ମୃତି ପରିବାର ଲୋକ ଏବଂ ବନ୍ଧୁବାନ୍ଧବଙ୍କ ସହ ରହିଯାଇଥାଏ। ତେବେ ଯେଉଁ ଧର୍ମରେ ମୃତ ଶରୀରକୁ କବର ଦେବାର ପ୍ରଥା ରହିଛି, ସେଠାରେ ସାଧାରଣତଃ ଲୋକମାନେ ମୃତ୍ୟୁ ପରେ ନିଜ ସମ୍ପର୍କୀୟଙ୍କ କବରର ପରିଦର୍ଶନ କରିଥାନ୍ତି, ସେଠାରେ ଫୁଲ ଅର୍ପଣ କରନ୍ତି, କାନ୍ଦନ୍ତି ଏବଂ ମୃତ ସମ୍ପର୍କୀୟ ନିକଟରେ ଥିବା ନେଇ ଅନୁଭବ କରନ୍ତି। ଷ୍ଟୋକ୍-ଅନ୍-ଟ୍ରେଣ୍ଟ୍ ସହରରେ ଗାର୍ଡେନ୍ ଅଫ୍ ରିମେମ୍ବରେନ୍ସ ନାମରେ […] The post ଭିଆଇପି ପାସ୍ କିଣି କବରସ୍ଥାନ ପରିଦର୍ଶନ appeared first on Dharitri Odia News.
ଲଣ୍ଡନ: କୌଣସି ସ୍ବପରିଜନ କିମ୍ବା ନିକଟ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଗଲେ, କେବଳ ତାଙ୍କର ସ୍ମୃତି ପରିବାର ଲୋକ ଏବଂ ବନ୍ଧୁବାନ୍ଧବଙ୍କ ସହ ରହିଯାଇଥାଏ। ତେବେ ଯେଉଁ ଧର୍ମରେ ମୃତ ଶରୀରକୁ କବର ଦେବାର ପ୍ରଥା ରହିଛି, ସେଠାରେ ସାଧାରଣତଃ ଲୋକମାନେ ମୃତ୍ୟୁ ପରେ ନିଜ ସମ୍ପର୍କୀୟଙ୍କ କବରର ପରିଦର୍ଶନ କରିଥାନ୍ତି, ସେଠାରେ ଫୁଲ ଅର୍ପଣ କରନ୍ତି, କାନ୍ଦନ୍ତି ଏବଂ ମୃତ ସମ୍ପର୍କୀୟ ନିକଟରେ ଥିବା ନେଇ ଅନୁଭବ କରନ୍ତି।
ଷ୍ଟୋକ୍-ଅନ୍-ଟ୍ରେଣ୍ଟ୍ ସହରରେ ଗାର୍ଡେନ୍ ଅଫ୍ ରିମେମ୍ବରେନ୍ସ ନାମରେ ଏକ କବରସ୍ଥାନ ରହିଛି। ତେବେ ଖୁବ୍ଶୀଘ୍ର ଏହି କବରସ୍ଥାନରେ ନିଜ ସମ୍ପର୍କୀୟଙ୍କ କବରକୁ ପରିଦର୍ଶନ କରିବା ପାଇଁ ଟଙ୍କା ଦେବାକୁ ପଡ଼ିବ। ଏଥିପାଇଁ ଭିଆଇପି ପାସ୍ କିଣିବାକୁ ପଡ଼ିବ। ତେବେ ଏହି ନିୟମକୁ ମାନବିକତା ବିରୋଧୀ ଦର୍ଶାଇ ଅନେକ ଲୋକ ସମାଲୋଚନା କରିଛନ୍ତି।
ରିପୋର୍ଟ ଅନୁଯାୟୀ, ‘ଗାର୍ଡେନ୍ ଅଫ୍ ରିମେମ୍ବରେନ୍ସ କବରସ୍ଥାନ’ର ପ୍ରଶାସନ ନିକଟରେ ଏକ ଅଦ୍ଭୁତ ନିୟମ ଜାରି କରିଛି। ଏହି କବରସ୍ଥାନକୁ ପରିଦର୍ଶନ କରିବା ପାଇଁ ଆସୁଥିବା ଲୋକଙ୍କୁ ଭିଆଇପି ପାସ୍ କିଣିବାକୁ ପଡ଼ିବ। ତେବେ ଯାଇ ସେମାନେ ନିଜ ସମ୍ପର୍କୀୟଙ୍କ କବରକୁ ପରିଦର୍ଶନ କରିପାରିବେ। ସେହିପରି ଯେଉଁମାନେ ଏହି ଭିଆଇପି ପାସ୍ କିଣିବେ ନାହିଁ, ସେମାନେ କେବଳ ଅଫିସ୍ ସମୟରେ ହିଁ ଏହି କବରସ୍ଥାନର ପରିଦର୍ଶନ କରିପାରିବେ। ଏହି କବରସ୍ଥାନ ବାହାରେ ଏକ ବିଜ୍ଞପ୍ତି ଜାରି କରାଯାଇ ଲେଖାଯାଇଛି, ଆସନ୍ତା ଜାନୁଆରୀରୁ ଏହି କବରସ୍ଥାନ ବୈଦ୍ୟୁତିକ ଫାଟକ ଦ୍ୱାରା ଆଚ୍ଛାଦିତ ହେବ। ଏହି ଗେଟ୍ ଏକ ନିର୍ଦ୍ଦିଷ୍ଟ ସମୟରେ ସ୍ବୟଂଚାଳିତ ଭାବରେ ଖୋଲିବ ଏବଂ ବନ୍ଦ ହେବ। କବରସ୍ଥାନ ମଧ୍ୟରେ ପ୍ରବେଶ ଏକ ଭିଆଇପି ପାସ୍ ସାହାଯ୍ୟରେ ହୋଇପାରିବ। କବରସ୍ଥାନରେ କାର୍ଯ୍ୟରତ କର୍ମଚାରୀ, ମୃତକଙ୍କ ପରିବାର ସଦସ୍ୟ ଏବଂ ଅନ୍ୟ ଲୋକଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ଏହି ନିୟମ ଜାରି କରାଯାଇଛି ବୋଲି ‘ଗାର୍ଡେନ୍ ଅଫ୍ ରିମେମ୍ବରେନ୍ସ’ର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଯେଉଁମାନେ ପାସ୍ କରିବେ ନାହିଁ, ସେମାନେ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଉକ୍ତ କବରସ୍ଥାନ ମଧ୍ୟରେ ପ୍ରବେଶ କରିପାରିବ। ଛୁଟିଦିନ, ବ୍ୟାଙ୍କ ହଲିଡେ କିମ୍ବା ଅଫିସ୍ ବନ୍ଦ ଥିବା ଦିନ ଭିଆଇପି ପାସ୍ କିଣି ନ ଥିବା ବ୍ୟକ୍ତିମାନେ ଏହି କବରସ୍ଥାନରେ ପ୍ରବେଶ କରିପାରିବେ ନାହିଁ।
The post ଭିଆଇପି ପାସ୍ କିଣି କବରସ୍ଥାନ ପରିଦର୍ଶନ appeared first on Dharitri Odia News.