ଏତେ ଉଚ୍ଚା ଟ୍ରାଇ ସାଇକେଲ!
ଛୋଟବେଳେ ଯେବେ ପିଲାମାନେ ସାଇକେଲ ଚଲାଇବା ଆରମ୍ଭ କରନ୍ତି ତାଙ୍କ ପାଇଁ ପ୍ରଥମେ ଟ୍ରାଇ ସାଇକେଲ ଅଣାଯାଏ। କାରଣ ଏହି ସାଇକେଲ ନିରାପଦ ତଥା ଏହା ଉପରୁ ପଡ଼ିବାର ଆଶଙ୍କା କମ୍ ଥାଏ। ତେବେ ଜାଣନ୍ତି କି ଏମିତି ବି ଏକ ଟ୍ରାଇ ସାଇକେଲ ଅଛି, ଯାହାକୁ ଛୋଟ ପିଲା ଚଲାଇବା ଅସମ୍ଭବ। ବଡ଼ ଲୋକ ବି ଏହାକୁ ଚଲାଇବାକୁ ଡ଼ରିବେ। କାରଣ ଏ ହେଉଛି ପୃଥିବୀର ସବୁଠାରୁ ଉଚ୍ଚା ଟ୍ରାଇ ସାଇକେଲ। ଏହା ଏତେ ଉଚ୍ଚା […] The post ଏତେ ଉଚ୍ଚା ଟ୍ରାଇ ସାଇକେଲ! appeared first on Dharitri Odia News.
ଛୋଟବେଳେ ଯେବେ ପିଲାମାନେ ସାଇକେଲ ଚଲାଇବା ଆରମ୍ଭ କରନ୍ତି ତାଙ୍କ ପାଇଁ ପ୍ରଥମେ ଟ୍ରାଇ ସାଇକେଲ ଅଣାଯାଏ। କାରଣ ଏହି ସାଇକେଲ ନିରାପଦ ତଥା ଏହା ଉପରୁ ପଡ଼ିବାର ଆଶଙ୍କା କମ୍ ଥାଏ। ତେବେ ଜାଣନ୍ତି କି ଏମିତି ବି ଏକ ଟ୍ରାଇ ସାଇକେଲ ଅଛି, ଯାହାକୁ ଛୋଟ ପିଲା ଚଲାଇବା ଅସମ୍ଭବ। ବଡ଼ ଲୋକ ବି ଏହାକୁ ଚଲାଇବାକୁ ଡ଼ରିବେ। କାରଣ ଏ ହେଉଛି ପୃଥିବୀର ସବୁଠାରୁ ଉଚ୍ଚା ଟ୍ରାଇ ସାଇକେଲ। ଏହା ଏତେ ଉଚ୍ଚା ଯେ, ଏହାର ସମ୍ପୂର୍ଣ୍ଣ ଉଚ୍ଚତାକୁ ଦେଖିଲେ ବେକ ଭାଙ୍ଗିଗଲା ଭଳି ଲାଗିବ। ଏହାର ଉଚ୍ଚତା ୪୧ ଫୁଟ୍ ୭ଇଞ୍ଚ ହୋଇଥିବାବେଳେ ଲମ୍ବ ୩୭ ଫୁଟ୍ ୪ ଇଞ୍ଚ ଓ ଚକଗୁଡିକର ବ୍ୟାସ ୧୭ ଫୁଟ୍। ଏହି ଟ୍ରାଇ ସାଇକେଲ ଗିନିଜ ଓ୍ବାର୍ଲଡ ରେକର୍ଡସ୍ରେ ସବୁଠାରୁ ଉଚ୍ଚା ଟ୍ରାଇ ସାଇକେଲର ମାନ୍ୟତା ପାଇଛି। ହାଇଦ୍ରାବାଦର କେ. ସୁଧାକର ନାମକ ବ୍ୟକ୍ତି ଏହାକୁ ତିଆରି କରିଛନ୍ତି। ଏହାକୁ ତିଆରି କରିବା ପାଇଁ ତାଙ୍କୁ ଦୁଇ ବର୍ଷ ଲାଗିଯାଇଥିଲା। ୨୦୦୫, ଜୁଲାଇ ୧ ତାରିଖରେ ସେ ଏହାକୁ ବାହାଦୁରପୁରରେ ୫୦ ମିଟର ଯାଏ ଚଲାଇଥିଲେ। ଏହି ସାଇକେଲ ବାଦ୍ କେ. ସୁଧାକର ଅନେକ ଅଜବ ଓ ବିରାଟକାୟ କାର୍ ତିଆରି ପାଇଁ ମଧ୍ୟ ପ୍ରସିଦ୍ଧ।
The post ଏତେ ଉଚ୍ଚା ଟ୍ରାଇ ସାଇକେଲ! appeared first on Dharitri Odia News.