ରାଶିଫଳ: ମଙ୍ଗଳବାର, ମେ ୭ ତାରିଖ – Daily Horoscope

ମେଷ ଆଜି ଶ୍ରୀଚନ୍ଦ୍ର ଯୋଗୁ ବନ୍ଧୁଙ୍କ ସହ କାମ କରିବାକୁ ଆଗ୍ରହ ଦେଖାଇବେ। ଆର୍ଥିକ ଦିଗଟି ଭଲ ରହିବ ଏବଂ ଦିନଟି ସୁରୁଖୁରୁରେ ଅତିବାହିତ ହେବ। ମାତ୍ର ପାରିବାରିକ କ୍ଷେତ୍ରରେ କେତେକ ବ୍ୟତିକ୍ରମ ଅନୁଭବ କରିପାରନ୍ତି। ସାହାଯ୍ୟ କରିବା ପରିପ୍ରେକ୍ଷୀରେ ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରିପାଇବାରେ ମନସ୍ତାପ କରିବେ। ବୃଷ ରାଶିରେ ବୃହସ୍ପତିଙ୍କ ସ୍ଥିତିରୁ ପ୍ରିୟଜନଙ୍କ ସାନ୍ନିଧ୍ୟ ପ୍ରତ୍ୟୁଷ ଯାତ୍ରାକୁ ପ୍ରୀତିପ୍ରଦ କରାଇବ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ଉନ୍ନତ ଫଳ ପାଇବେ। ଶତ୍ରୁ ଉପଦ୍ରବ […] The post ରାଶିଫଳ: ମଙ୍ଗଳବାର, ମେ ୭ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ମଙ୍ଗଳବାର, ମେ ୭ ତାରିଖ – Daily Horoscope
ମେଷ
ଆଜି ଶ୍ରୀଚନ୍ଦ୍ର ଯୋଗୁ ବନ୍ଧୁଙ୍କ ସହ କାମ କରିବାକୁ ଆଗ୍ରହ ଦେଖାଇବେ। ଆର୍ଥିକ ଦିଗଟି ଭଲ ରହିବ ଏବଂ ଦିନଟି ସୁରୁଖୁରୁରେ ଅତିବାହିତ ହେବ। ମାତ୍ର ପାରିବାରିକ କ୍ଷେତ୍ରରେ କେତେକ ବ୍ୟତିକ୍ରମ ଅନୁଭବ କରିପାରନ୍ତି। ସାହାଯ୍ୟ କରିବା ପରିପ୍ରେକ୍ଷୀରେ ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରିପାଇବାରେ ମନସ୍ତାପ କରିବେ।
ବୃଷ
ବୃଷ
ରାଶିରେ ବୃହସ୍ପତିଙ୍କ ସ୍ଥିତିରୁ ପ୍ରିୟଜନଙ୍କ ସାନ୍ନିଧ୍ୟ ପ୍ରତ୍ୟୁଷ ଯାତ୍ରାକୁ ପ୍ରୀତିପ୍ରଦ କରାଇବ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ଉନ୍ନତ ଫଳ ପାଇବେ। ଶତ୍ରୁ ଉପଦ୍ରବ କ୍ରମଶଃ ହ୍ରାସ ପାଇବ ଓ ତଥାପି ଚେଷ୍ଟା କରୁଥିବା କାମରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି। ଆକସ୍ମିକ ଭାବରେ ଦୂରଯାତ୍ରା କରିବା ସକାଶେ ଯୋଜନା କରିବେ।
ମିଥୁନ
ମିଥୁନ
ପ୍ରତ୍ୟେକ କ୍ଷେତ୍ରରେ ସାହସିକତାର ପରିଚୟ ଦେଇ କାର୍ଯ୍ୟ ହାସଲ କରିବେ। ସାମାଜିକ ଜୀବନରେ ସୁନାମ ଓ କର୍ମଦକ୍ଷତାର ଭୂରି ଭୂରି ପ୍ରଶଂସାରେ ମନ ଉଦ୍‌ବେଳିତ ହୋଇଉଠିବ। ଆର୍ଥିକ ସ୍ଥିତି ବେଶ୍‌ ମଜଭୁତ ରହିବା ସହ ବ୍ୟବସାୟିକ କ୍ଷେତ୍ର୍ର ସନ୍ତୋଷଜନକ ରହିବ। ବ୍ୟବସାୟିକ ସଫଳତା ପାଇବେ, କିନ୍ତୁ ପ୍ରତିଦ୍ୱନ୍ଦ୍ୱିତା କ୍ରମଶଃ ବୃଦ୍ଧିପାଇବ।
କର୍କଟ
କର୍କଟ
କର୍ମଜଞ୍ଜାଳ ବଢ଼ିଯିବାରୁ ମନ ଅଶାନ୍ତ ରହିବ। ସ୍ବାସ୍ଥ୍ୟରେ ଉନ୍ନତି, ଆର୍ଥିକ ଅଭିବୃଦ୍ଧି, ସାମାଜିକ ସମ୍ମାନ ଓ ଅଧସ୍ତନ କର୍ମଚାରୀଙ୍କ ସାହାଯ୍ୟକାରୀ ମନୋବୃତ୍ତିରୁ ଖୁସି ରହିବେ। ଅଶ୍ଳେଷା ନକ୍ଷତ୍ର ନିଜ ଲୋକଙ୍କୁ ସନ୍ଦେହ କରିବା ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ। ବ୍ୟବସାୟ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଶୁଭଫଳ ପ୍ରାପ୍ତି ହେବ।
ସି˚ହ
ସି˚ହ
ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ର ସମସ୍ୟାଗୁଡ଼ିକର ସମାଧାନ କରିବାରେ ସଫଳ ହେବେ। ନିକଟ ସମ୍ପର୍କୀୟମାନଙ୍କ ପିଠି ଥାପୁଡ଼ାଇ କାମ ହାସଲ କରିପାରନ୍ତି। କଳା, ସାହିତ୍ୟ, ସାମ୍ବାଦିକତା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳ ହାସଲ କରିବେ। ସନ୍ତାନଙ୍କ କିଛି ରହିଥିବା ସମସ୍ୟାର ସମାଧାନ ସକାଶେ ବ୍ୟସ୍ତତା ବଢ଼ିପାରେ।
କନ୍ୟା
ସରକାରୀ ସ୍ତରରୁ ସାହାଯ୍ୟ ଦ୍ୱାରା ଅର୍ଥସଙ୍କଟ ଦୂରୀଭୂତ ହୋଇପାରିବ। ହସ୍ତା ନକ୍ଷତ୍ର ସକାଶେ ପରିବାରରେ ପିଲାଙ୍କ ଶିକ୍ଷା, ସ୍ବାସ୍ଥ୍ୟ ପାଇଁ ଜଞ୍ଜାଳ ବୃଦ୍ଧି ପାଇପାରେ। ଶତ୍ରୁତା କରୁଥିବା ଲୋକମାନେ ହଠାତ୍‌ ଫାଇଦା ହାସଲ ପାଇଁ ଅପଚେଷ୍ଟା କରିବେ। ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ ଓ ସଭାସମିତିରେ ସଫଳତା ପାଇବେ।
ତୁଳା
ତୁଳା
ଚିତ୍ରା ନକ୍ଷତ୍ର ମନ ଅନୁଯାୟୀ କାମ ହାସଲ କରିବାରେ ସଫଳ ହେବେ। ବନ୍ଧୁଙ୍କ ସହ ବିତର୍କ ଜନିତ ମନାନ୍ତର ବେଶି କ୍ଷଣ ତିଷ୍ଟି ରହିବ ନାହିଁ। ଚେଷ୍ଟା କରୁଥିବା କାମଟି ଆଜି ଆନୁଷଙ୍ଗିକ ସୁବିଧା ସୁଯୋଗ ମାଧ୍ୟମରେ ହଠାତ୍‌ ସମ୍ପନ୍ନ ହୋଇଯିବ। ବ୍ୟବସାୟିକ କ୍ଷେତ୍ରରେ କିଛି ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହେବା ସମ୍ଭାବନା ରହିଛି।
ବିଛା
ବିଛା
ବନ୍ଧୁମାନେ ପ୍ରତ୍ୟେକ କ୍ଷେତ୍ରରେ ସହଯୋଗ ପ୍ରଦର୍ଶନ କରିପାରନ୍ତି। ଅନୁରାଧାର କେତେକ ଗୁରୁତ୍ୱପୂର୍ଣ୍ଣ କାମ ଅସମ୍ପୂର୍ଣ୍ଣ ରହିବାରୁ ମନରେ ଅସ୍ଥିରତା ଲାଗି ରହିବ। ସଭାସମିତି, ପରିବହନ, ଦୋକାନ ବାଡ଼ି, ନିର୍ମାଣ, ଆଇନ, କ୍ଷେତ୍ରରେ ମନ ଅନୁଯାୟୀ କାର୍ଯ୍ୟ କରିବେ। ପ୍ରିୟଜନର ପ୍ରତ୍ୟେକ କଥାରେ ନୀରବ ସମର୍ଥନ ଦେବାକୁ ବାଧ୍ୟହେବେ।
ଧନୁ
ଧନୁ
କୌଣସି ଅଭାବ ଅସୁବିଧା ନ ଥିଲେ ମଧ୍ୟ ପ୍ରିୟଜନଙ୍କ ଅନୁପସ୍ଥିତି ମନକୁ ବେଶି ବାଧିବ। ସନ୍ତାନଙ୍କ ଦୁର୍ବଳ ସ୍ବାସ୍ଥ୍ୟ ଓ ଅମନଯୋଗୀ ସ୍ବଭାବ ଯୋଗୁ ବିଚଳିତ ହେବେ। ସହକର୍ମୀଙ୍କୁ ଅନୁନୟ ବିନୟ ଭାବେ କହିବେ ତେବେ ସେ କାମଟି କରିଦେବେ। ଆନୁଷ୍ଠାନିକ କାମ କିମ୍ବା ଧର୍ମକାର୍ଯ୍ୟର ଆୟୋଜନରେ ସଫଳତା ମିଳିବ।
ମକର
ମକର
ଉତ୍ତରାଷାଢ଼ା ନକ୍ଷତ୍ର ସମ୍ପୂର୍ଣ୍ଣ ସୁସ୍ଥତା ନ ରହିଲେ ମଧ୍ୟ ଅବସ୍ଥା ଗୁରୁତର ହେବ ନାହିଁ। ଟଙ୍କା ପଇସା ସମ୍ପର୍କିତ କିମ୍ବା ଜମିଜମା, ଗୃହନିର୍ମାଣ କ୍ଷେତ୍ରରେ ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ କିଛି ଗୁଜବ ମାନସିକ ସ୍ଥିତିକୁ ଦୋହଲାଇଦେଇପାରେ। ବ୍ୟବସାୟ କ୍ଷେତ୍ରରେ ଚେଷ୍ଟା କରୁଥିବା କାମରେ ଆଂଶିକ ସଫଳତା ପାଇବେ।
କୁମ୍ଭ
କୁମ୍ଭ
ବିଭିନ୍ନ ସମସ୍ୟାରେ ଥିବାରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ବନ୍ଧୁଙ୍କ ନିକଟରୁ କିଛି ଖରାପ ଖବର ପାଇ ବିବ୍ରତ ହୋଇପାରନ୍ତି। ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା ଯୋଗୁ ମନ ସାମୟିକ ବିବ୍ରତ ରହିବ। ସାମାନ୍ୟ ବିଳମ୍ବ ହେଲେ ମଧ୍ୟ କାମଗୁଡ଼ିକ ଠିକ୍‌ ଭାବରେ ସମ୍ପନ୍ନ ହେବାରେ ପ୍ରାୟତଃ କୌଣସି ଅସୁବିଧା ରହିବ ନାହିଁ।
ମୀନମୀନ

ଉତ୍ତର ଭାଦ୍ରପଦ ନକ୍ଷତ୍ରର ଶାରୀରିକ ଓ ମାନସିକ ସୁସ୍ଥତା ବେଶ୍‌ ଭଲ ରହିବ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭକରି ଅଭିଳଷିତ ଫାଇଦା ଉଠାଇପାରନ୍ତି। କୌଣସି ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ଖର୍ଚ୍ଚ ପରିମାଣ ଦିଗୁଣା ହୋଇପାରେ। ସରକାରୀ ସ୍ତରରୁ ଋଣ ଆଣିବା ସକାଶେ ମନ ବଳାଇପାରନ୍ତି।

The post ରାଶିଫଳ: ମଙ୍ଗଳବାର, ମେ ୭ ତାରିଖ – Daily Horoscope appeared first on Dharitri Odia News.