ସୁନ୍ଦରଗଡ଼ରେ ୨ ଯାଯାବର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ; ୫ଜଣ ମୃତ, ୧୦ଜଣ ଆହତ

ସୁନ୍ଦରଗଡ ୩୦।୧୦: ଗୋଷ୍ଠୀ ସଂଘର୍ଷରେ ଗଲା ୫ ଜୀବନ । ସୁନ୍ଦରଗଡ଼ କରମଡିହି ଗୀତାପଡ଼ାରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଯେଉଁଥିରେରେ ୩ ମହିଳାଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି। ୧୦ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି।୨ ଯାଯାବର ଗୋଷ୍ଠୀ ମଧ୍ୟରେ ସଂଘର୍ଷରୁ ୫ ଜଣଙ୍କ ମୃତ୍ୟୁ ହୋଇଛି। ଗତକାଲି ମଧ୍ୟରାତ୍ରରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ମୃତକଙ୍କ ମଧ୍ୟରେ ୩ ମହିଳା ଓ ୨ ପୁରୁଷ I   ଛୁରୀ ଓ ଭୁଜାଲିରେ ଆକ୍ରମଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ପରକିୟାକୁ କେନ୍ଦ୍ର କରି ହତ୍ୟା ଘଟିଥିବା ସନ୍ଦେହ କରାଯାଉଛି। ଉତ୍ତେଜନା ଲାଗି ରହିଥିବାରୁ ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ପଶ୍ଚିମାଞ୍ଚଳ ଡିଆଇଜି ଏବଂ ସୁନ୍ଦରଗଡ଼ ଏସପି ପହଞ୍ଚି ପୋଲିସର ତଦନ୍ତ ଜାରି  ରଖିଛନ୍ତି।  

ସୁନ୍ଦରଗଡ଼ରେ ୨ ଯାଯାବର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ; ୫ଜଣ ମୃତ, ୧୦ଜଣ ଆହତ

ସୁନ୍ଦରଗଡ ୩୦।୧୦: ଗୋଷ୍ଠୀ ସଂଘର୍ଷରେ ଗଲା ୫ ଜୀବନ । ସୁନ୍ଦରଗଡ଼ କରମଡିହି ଗୀତାପଡ଼ାରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଯେଉଁଥିରେରେ ୩ ମହିଳାଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି। ୧୦ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି।

୨ ଯାଯାବର ଗୋଷ୍ଠୀ ମଧ୍ୟରେ ସଂଘର୍ଷରୁ ୫ ଜଣଙ୍କ ମୃତ୍ୟୁ ହୋଇଛି। ଗତକାଲି ମଧ୍ୟରାତ୍ରରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ମୃତକଙ୍କ ମଧ୍ୟରେ ୩ ମହିଳା ଓ ୨ ପୁରୁଷ I   ଛୁରୀ ଓ ଭୁଜାଲିରେ ଆକ୍ରମଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ପରକିୟାକୁ କେନ୍ଦ୍ର କରି ହତ୍ୟା ଘଟିଥିବା ସନ୍ଦେହ କରାଯାଉଛି। ଉତ୍ତେଜନା ଲାଗି ରହିଥିବାରୁ ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ପଶ୍ଚିମାଞ୍ଚଳ ଡିଆଇଜି ଏବଂ ସୁନ୍ଦରଗଡ଼ ଏସପି ପହଞ୍ଚି ପୋଲିସର ତଦନ୍ତ ଜାରି  ରଖିଛନ୍ତି।