ରାହୁଲଙ୍କ ‘ଟୁ ଏମପି ଥିଓରୀ’; କହିଲେ ରାୟବରେଲିରେ ଅଛନ୍ତି ୨ଜଣ ସାଂସଦ

ଲକ୍ଷ୍ନୌ: ରାହୁଲଙ୍କ ‘ଟୁ ଏମପି ଥିଓରୀ’କୁ ନେଇ ଚର୍ଚ୍ଚା ଜୋର୍ । ଡବଲ୍ ଇଞ୍ଜନ ସରକାର ପରେ, ଏବେ ଡବଲ୍ ଇଞ୍ଜିନ୍ ଏମପି ଚର୍ଚ୍ଚା । ରାୟବରେଲି ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କର ଏକ ବୟାନ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରଲ୍ ହେଉଛି । ରାହୁଲ ଗାନ୍ଧୀ ନିଜ ସଂସଦୀୟ କ୍ଷେତ୍ରର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି, ରାୟବରେଲି ହେଉଛି ଏମିତି ଗୋଟିଏ ଶାସନ ଯେଉଁଠି ଦୁଇ ଜଣ ଏମପି ଅଛନ୍ତି ।  ଗୁରୁବାର ରାହୁଲ ଗାନ୍ଧି ତାଙ୍କ ସଂସଦୀୟ କ୍ଷେତ୍ର ରାୟବରେଲିର ଉଞ୍ଚାହାରରେ ଥିଲେ। ସେଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାହୁଲ ଗାନ୍ଧୀ କହିଛନ୍ତି, ରାୟବରେଲି ଏପରି ଏକ ଆସନ, ଯେଉଁଠି ଦୁଇଜଣ ସାଂସଦ ଅଛନ୍ତି। ଗୋଟିଏ ମୁଁ ଏବଂ ଅନ୍ୟଟି ଜଣେ ହେଉଛନ୍ତି ପ୍ରିୟଙ୍କା ଗାନ୍ଧି। ତୁମେ ତାଙ୍କୁ ମଧ୍ୟ ଏଠାକୁ ଡାକିବା ଉଚିତ୍ ଥିଲା । ଏହାସହ ରାହୁଲ ଗାନ୍ଧି ଲୋକସଭା ନିର୍ବାଚନରେ ଲୋକଙ୍କ ସମର୍ଥନ ପାଇଁ ରାୟବରେଲୀର ଲୋକ ଏବଂ ଦଳୀୟ କର୍ମୀଙ୍କୁ ଧନ୍ୟବାଦ ଦେଇଥିଲେ । ଏହ ଅବସରରେ ରାହୁଲ ଗାନ୍ଧୀ ଡବଲ ଇଞ୍ଜିନ ଏମପି ଥିଓରୀ ଉପରେ ପ୍ରତିକ୍ରିୟା ଦେଇଛନ୍ତି । ସେପଟେ ଓ୍ବାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧି ଏକ୍ସରେ ଲେଖିଛନ୍ତି, ରାୟବରେଲୀ ଆମର ପରିବାର ଏବଂ ଆମେ ପରିବାରର ପ୍ରତ୍ୟେକ ନିର୍ଦ୍ଦେଶ ପାଳନ କରିବୁ ।   ଜାଣିରଖିବା ଉଚିତ୍ ଯେ, ପ୍ରିୟଙ୍କା ଗାନ୍ଧୀ ଦୀର୍ଘ ବର୍ଷ ଧରି ରାୟବରେଲିରେ ସକ୍ରିୟ

ରାହୁଲଙ୍କ ‘ଟୁ ଏମପି ଥିଓରୀ’; କହିଲେ ରାୟବରେଲିରେ ଅଛନ୍ତି ୨ଜଣ ସାଂସଦ

ଲକ୍ଷ୍ନୌ: ରାହୁଲଙ୍କ ‘ଟୁ ଏମପି ଥିଓରୀ’କୁ ନେଇ ଚର୍ଚ୍ଚା ଜୋର୍ । ଡବଲ୍ ଇଞ୍ଜନ ସରକାର ପରେ, ଏବେ ଡବଲ୍ ଇଞ୍ଜିନ୍ ଏମପି ଚର୍ଚ୍ଚା । ରାୟବରେଲି ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କର ଏକ ବୟାନ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରଲ୍ ହେଉଛି । ରାହୁଲ ଗାନ୍ଧୀ ନିଜ ସଂସଦୀୟ କ୍ଷେତ୍ରର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି, ରାୟବରେଲି ହେଉଛି ଏମିତି ଗୋଟିଏ ଶାସନ ଯେଉଁଠି ଦୁଇ ଜଣ ଏମପି ଅଛନ୍ତି ।  

ଗୁରୁବାର ରାହୁଲ ଗାନ୍ଧି ତାଙ୍କ ସଂସଦୀୟ କ୍ଷେତ୍ର ରାୟବରେଲିର ଉଞ୍ଚାହାରରେ ଥିଲେ। ସେଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାହୁଲ ଗାନ୍ଧୀ କହିଛନ୍ତି, ରାୟବରେଲି ଏପରି ଏକ ଆସନ, ଯେଉଁଠି ଦୁଇଜଣ ସାଂସଦ ଅଛନ୍ତି। ଗୋଟିଏ ମୁଁ ଏବଂ ଅନ୍ୟଟି ଜଣେ ହେଉଛନ୍ତି ପ୍ରିୟଙ୍କା ଗାନ୍ଧି। ତୁମେ ତାଙ୍କୁ ମଧ୍ୟ ଏଠାକୁ ଡାକିବା ଉଚିତ୍ ଥିଲା । ଏହାସହ ରାହୁଲ ଗାନ୍ଧି ଲୋକସଭା ନିର୍ବାଚନରେ ଲୋକଙ୍କ ସମର୍ଥନ ପାଇଁ ରାୟବରେଲୀର ଲୋକ ଏବଂ ଦଳୀୟ କର୍ମୀଙ୍କୁ ଧନ୍ୟବାଦ ଦେଇଥିଲେ । ଏହ ଅବସରରେ ରାହୁଲ ଗାନ୍ଧୀ ଡବଲ ଇଞ୍ଜିନ ଏମପି ଥିଓରୀ ଉପରେ ପ୍ରତିକ୍ରିୟା ଦେଇଛନ୍ତି । 

ସେପଟେ ଓ୍ବାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧି ଏକ୍ସରେ ଲେଖିଛନ୍ତି, ରାୟବରେଲୀ ଆମର ପରିବାର ଏବଂ ଆମେ ପରିବାରର ପ୍ରତ୍ୟେକ ନିର୍ଦ୍ଦେଶ ପାଳନ କରିବୁ ।   ଜାଣିରଖିବା ଉଚିତ୍ ଯେ, ପ୍ରିୟଙ୍କା ଗାନ୍ଧୀ ଦୀର୍ଘ ବର୍ଷ ଧରି ରାୟବରେଲିରେ ସକ୍ରିୟ ଅଛନ୍ତି । ୨୦୧୯ ଲୋକସଭା ନିର୍ବାଚନ ପର୍ୟ୍ୟନ୍ତ ସୋନିଆ ଗାନ୍ଧି ରାୟବରେଲି ଆସନରୁ ସାଂସଦ ଥିଲେ । ପ୍ରତ୍ୟେକ ସାଧାରଣ ନିର୍ବାଚନରେ, ପ୍ରିୟଙ୍କା ଗାନ୍ଧୀ ରାୟବରେଲିରେ ଡେରା ପକାଇ ସୋନିଆ ଗାନ୍ଧୀଙ୍କ ନିର୍ବାଚନ ପ୍ରଚାରର ଦାୟିତ୍ୱ ନେଇଥିଲେ। ତେବେ ସୋନିଆ ଗାନ୍ଧୀ ରାଜସ୍ଥାନରୁ ରାଜ୍ୟସଭାକୁ ଯିବା ପରେ, ପ୍ରିୟଙ୍କା ଗାନ୍ଧି ରାୟବରେଲି ଆସନରୁ ନିର୍ବାଚନ ଲଢ଼ିବା ନେଇ ମଧ୍ୟ ଆଲୋଚନା ହୋଇଥିଲା। ହେଲେ ୨୦୨୪ ସାଧାରଣ ନିର୍ବାଚନରେ ରାହୁଲ ଗାନ୍ଧି ଏହି ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଭଉଣୀ ପ୍ରିୟଙ୍କାଗାନ୍ଧିଙ୍କ ପାଇଁ କେରଳର ୱାୟନାଡ ସିଟ୍ ଛାଡ଼ିଛନ୍ତି ।