ସ୍ଥଳ ସେନା ମୁଖ୍ୟଙ୍କୁ ଗୁରୁ ଦକ୍ଷିଣାରେ ପିଓକେ ମାଗିଲେ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ

ରାମ ମନ୍ତ୍ର ଦୀକ୍ଷା ଦେବା ପରେ ରାମଭଦ୍ରାଚାର୍ଯ୍ୟ ଗୋଟିଏ ଗୁରୁ ଦକ୍ଷିଣା ଆର୍ମିକ ମୁଖ୍ୟଙ୍କୁ ମାଗିଥିଲେ। ସେ ଜେନେରାଲ ଦ୍ୱିବେଦୀଙ୍କୁ ଗୁରୁ ଦକ୍ଷିଣା ଭାବେ ପିଓକେ ଦେବାକୁ ଅନୁରୋଧ କରିଛନ୍ତି।

ସ୍ଥଳ ସେନା ମୁଖ୍ୟଙ୍କୁ ଗୁରୁ ଦକ୍ଷିଣାରେ ପିଓକେ ମାଗିଲେ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ

ମଧ୍ୟପ୍ରଦେଶର ଚିତ୍ରକୁଟରେ ରହିଛି ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କ ଆଶ୍ରମ। ସେଠାକୁ ଯାଇ ଆଶୀର୍ବାଦ ନେଇଛନ୍ତି ଦେଶର ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ। ଆଶ୍ରମରେ ଜେନେରାଲ ଦ୍ୱିବେଦୀ ଜଗଦଗୁରୁଙ୍କୁ ଦେଖା କରିଥିବା ବେଳେ ସେ ତାଙ୍କୁ ଗୁରୁ ଦକ୍ଷିଣା ମାଗିଛନ୍ତି। ଗୁରୁ ଦକ୍ଷିଣାରେ ଜଗଦଗୁରୁ ସ୍ଥଳ ସେନା ମୁଖ୍ୟଙ୍କୁ ପାକିସ୍ତାନ ଅଧିକୃତ କଶ୍ମୀର ବା ପିଓକେ ଦେବାକୁ ଅନୁରୋଧ କରିବା ବେଶ ଚର୍ଚ୍ଚାର ବିଷୟ ପାଲଟିଛି।

ବୁଧବାର ଜେନେରାଲ ଦ୍ୱିବେଦୀ ଆଶ୍ରମରେ ପହଞ୍ଚି ଜଗଦଗୁରୁଙ୍କୁ ସାକ୍ଷାତ କରିଥିଲେ। ଏହି ସମୟରେ ଜଗଦଗୁରୁ ତାଙ୍କୁ ରାମ ମନ୍ତ୍ରରେ ଦୀକ୍ଷା ଦେଇଥିଲେ। ରାବଣର ସାମ୍ରାଜ୍ୟ ଲଙ୍କାକୁ ମାତା ସୀତାଙ୍କ ଉଦ୍ଧାର ପାଇଁ ଯିବା ପୂର୍ବରୁ ଭଗବାନ ହନୁମାନ ଯେଉଁ ରାମ ଦୀକ୍ଷା ନେଇଥିଲେ ସମାନ ଦୀକ୍ଷା ଜେନେରାଲ ଦ୍ୱିବେଦୀଙ୍କୁ ଦିଆଯାଇଛି। ଉଭୟ ବିଭିନ୍ନ ଧାର୍ମିକ ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ। ଆର୍ମି ମୁଖ୍ୟ ଆଶ୍ରମରେ ଥିବା ସନ୍ଥମାନଙ୍କ ସହ ମଧ୍ୟ କଥାବାର୍ତ୍ତା ହୋଇଥିଲେ।

ରାମ ମନ୍ତ୍ର ଦୀକ୍ଷା ଦେବା ପରେ ରାମଭଦ୍ରାଚାର୍ଯ୍ୟ ଗୋଟିଏ ଗୁରୁ ଦକ୍ଷିଣା ଆର୍ମିକ ମୁଖ୍ୟଙ୍କୁ ମାଗିଥିଲେ। ସେ ଜେନେରାଲ ଦ୍ୱିବେଦୀଙ୍କୁ ଗୁରୁ ଦକ୍ଷିଣା ଭାବେ ପିଓକେ ଦେବାକୁ ଅନୁରୋଧ କରିଛନ୍ତି। ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ଜଣେ ପ୍ରଖ୍ୟାତ ହିନ୍ଦୁ ଧର୍ମଗୁରୁ। ସଂସ୍କୃତ ବିଦ୍ୱାନ ଓ ଫିଲୋସଫର ଭାବେ ସେ ମଧ୍ୟ ବେଶ ଖ୍ୟାତି ଅର୍ଜନ କରିଛନ୍ତି। ଅନେକ ବହି ମଧ୍ୟ ସେ ଲେଖିଛନ୍ତି।