ପାପୁଆ ନ୍ୟୁ ଗିନି ହିଂସାରେ ୧୫ ମୃତ
ପୋର୍ଟ ମୋରେସ୍ବି,୧୧ା୧: ପାପୁଆ ନ୍ୟୁ ଗିନି ହିଂସାରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ଅଷ୍ଟ୍ରେଲୀୟ ରାଜ୍ୟ ପ୍ରସାରଣକାରୀ ଏବିସି ଗୁରୁବାର ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛି। ଦକ୍ଷିଣ ପ୍ରଶାନ୍ତ ଦେଶର ପ୍ରଧାନମନ୍ତ୍ରୀ ଗୋଟିଏ ଦିନ ବିରୋଧ ପରେ ଶାନ୍ତି ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି। ରାଜଧାନୀ ପୋର୍ଟ ମୋରେସ୍ବିରେ ଦଙ୍ଗାରେ ୮ ଜଣ ଏବଂ ଲାଇରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ବେତନ ହ୍ରାସକୁ ନେଇ ବୁଧବାର ପୋଲିସ ଏବଂ ସରକାରୀ କ୍ଷେତ୍ରରେ ବିକ୍ଷୋଭ […] The post ପାପୁଆ ନ୍ୟୁ ଗିନି ହିଂସାରେ ୧୫ ମୃତ appeared first on Dharitri Odia News.
ପୋର୍ଟ ମୋରେସ୍ବି,୧୧ା୧: ପାପୁଆ ନ୍ୟୁ ଗିନି ହିଂସାରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ଅଷ୍ଟ୍ରେଲୀୟ ରାଜ୍ୟ ପ୍ରସାରଣକାରୀ ଏବିସି ଗୁରୁବାର ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛି। ଦକ୍ଷିଣ ପ୍ରଶାନ୍ତ ଦେଶର ପ୍ରଧାନମନ୍ତ୍ରୀ ଗୋଟିଏ ଦିନ ବିରୋଧ ପରେ ଶାନ୍ତି ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି। ରାଜଧାନୀ ପୋର୍ଟ ମୋରେସ୍ବିରେ ଦଙ୍ଗାରେ ୮ ଜଣ ଏବଂ ଲାଇରେ ୭ ଜଣଙ୍କର ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ, ବେତନ ହ୍ରାସକୁ ନେଇ ବୁଧବାର ପୋଲିସ ଏବଂ ସରକାରୀ କ୍ଷେତ୍ରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଯାହାକୁ ପ୍ରଶାସନିକ ଅନିୟମିତତା ପାଇଁ ଅଧିକାରୀମାନେ ଦାୟୀ କରିଥିଲେ। ଏହି ପ୍ରତିବାଦ ଦିନସାରା ଉତ୍ତେଜନା ସୃଷ୍ଟି କରିଥିଲା। ପୋର୍ଟ ମୋରେସବି ରାସ୍ତାରେ ହଜାର ହଜାର ଲୋକ ଏକାଠି ହୋଇଥିଲେ। ସେମାନଙ୍କ ମଧ୍ୟରୁ ଅନେକ ଲୁଟ୍ ସାମଗ୍ରୀ ନେଇଥିବାର ଦେଖାଯାଇଥିଲା।
ପାପୁଆ ନ୍ୟୁ ଗିନି ପ୍ରଧାନମନ୍ତ୍ରୀ ଜେମ୍ସ ମାରାପେ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରାଜଧାନୀରେ ଉତ୍ତେଜନା କମିଯାଇଛି।
ଗତକାଲି ସହରରେ ପୋଲିସ ଡ୍ୟୁଟିରେ ନ ଥିଲା ଏବଂ ଲୋକମାନେ ଅରାଜକତା ପ୍ରଦର୍ଶନ କରିଥିଲେ। ସମସ୍ତ ଲୋକ ନୁହନ୍ତି, କିନ୍ତୁ ଆମ ସହରର କିଛି ଅଞ୍ଚଳର ଲୋକମାନେ ଅରାଜକତା ସୃଷ୍ଟି କରିଥିଲେ ବୋଲି ସେ କହିଛନ୍ତି। ପୋର୍ଟ ମୋରେସବିରେ ଥିବା ଆମେରିକା ଦୂତାବାସ କହିଛି ଯେ, ପୋଲିସ କାମକୁ ଫେରିଛି, କିନ୍ତୁ ଉତ୍ତେଜନା ଅଧିକ ରହିଛି।
The post ପାପୁଆ ନ୍ୟୁ ଗିନି ହିଂସାରେ ୧୫ ମୃତ appeared first on Dharitri Odia News.