କଳ୍ପନାଜଳ୍ପନାର ଅନ୍ତ: ବର୍ଷାଙ୍କୁ ପୁଣି ଭରସା କଲା ବିଜେଡ଼ି
ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ):ଆସନ୍ତା ନିର୍ବାଚନ ପାଇଁ ବିଜେଡି ବରଗଡ଼ ଜିଲାର ୫ ବିଧାନସଭା ନିର୍ବାଚନ ଣ୍ଡଳୀ ମଧ୍ୟରୁ ପଦ୍ମପୁର ଆସନକୁ ପ୍ରାର୍ଥୀ ଘୋଷଣାର ଚତୁର୍ଥ ପର୍ଯ୍ୟାୟ ପର୍ଯ୍ୟନ୍ତ ଝୁଲାଇ ରଖିଥିଲା। ତେବେ ବୁଧବାର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ଘୋଷଣାର ପଞ୍ଚମ ପର୍ଯ୍ୟାୟରେ ପଦ୍ମପୁର ଆସନ ପାଇଁ ବିଧାୟିକା ବର୍ଷା ସିଂ ବରିହାଙ୍କୁ ଦଳୀୟ ପ୍ରାର୍ଥୀଭାବେ ପୁଣି ସୁଯୋଗ ଦେଇଛନ୍ତି। ଏହାପରେ ଏହି ଆସନରେ ବିଜେଡି ପ୍ରାର୍ଥିତ୍ବକୁ ନେଇ ଦୀର୍ଘଦିନ ଧରି ଚାଲିଥିବା […] The post କଳ୍ପନାଜଳ୍ପନାର ଅନ୍ତ: ବର୍ଷାଙ୍କୁ ପୁଣି ଭରସା କଲା ବିଜେଡ଼ି appeared first on Dharitri Odia News.
ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ):ଆସନ୍ତା ନିର୍ବାଚନ ପାଇଁ ବିଜେଡି ବରଗଡ଼ ଜିଲାର ୫ ବିଧାନସଭା ନିର୍ବାଚନ ଣ୍ଡଳୀ ମଧ୍ୟରୁ ପଦ୍ମପୁର ଆସନକୁ ପ୍ରାର୍ଥୀ ଘୋଷଣାର ଚତୁର୍ଥ ପର୍ଯ୍ୟାୟ ପର୍ଯ୍ୟନ୍ତ ଝୁଲାଇ ରଖିଥିଲା। ତେବେ ବୁଧବାର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ଘୋଷଣାର ପଞ୍ଚମ ପର୍ଯ୍ୟାୟରେ ପଦ୍ମପୁର ଆସନ ପାଇଁ ବିଧାୟିକା ବର୍ଷା ସିଂ ବରିହାଙ୍କୁ ଦଳୀୟ ପ୍ରାର୍ଥୀଭାବେ ପୁଣି ସୁଯୋଗ ଦେଇଛନ୍ତି। ଏହାପରେ ଏହି ଆସନରେ ବିଜେଡି ପ୍ରାର୍ଥିତ୍ବକୁ ନେଇ ଦୀର୍ଘଦିନ ଧରି ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଗତ ୨୦୨୨ ମସିହା ଅକ୍ଟୋବର ମାସରେ ତତ୍କାଳୀନ ପଦ୍ମପୁର ବିଧାୟକ ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଉପନିର୍ବାଚନ ହୋଇଥିଲା। ସେହି ଉପ ର୍ନିବାଚନରେ ବିଜେଡି ସ୍ବର୍ଗତ ବରିହାଙ୍କ ଝିଅ ବର୍ଷାଙ୍କୁ ପ୍ରାର୍ଥୀ କରିଥିଲା ଏବଂ ବର୍ଷା ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଭାଜପାର ପ୍ରଦୀପ ପୁରୋହିତଙ୍କୁ ସେତେବେଳେ ୪୨ହଜାରରୁ ଅଧିକ ଭୋଟ ବ୍ୟବଧାନରେ ହରାଇ ବିଧାୟିକା ନିର୍ବାଚିତ ହୋଇଥିଲେ।
The post କଳ୍ପନାଜଳ୍ପନାର ଅନ୍ତ: ବର୍ଷାଙ୍କୁ ପୁଣି ଭରସା କଲା ବିଜେଡ଼ି appeared first on Dharitri Odia News.