Sahadev Nayak Murder Case: ସହଦେବ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରମା ନାୟକ ଥାନାରେ କଲେ ଆତ୍ମସର୍ମପଣ
ଭୁବନେଶ୍ୱର,୧୬ା୨: ରାଜଧାନୀ ଭୁବନେଶ୍ୱରରେ ବହୁ ଚର୍ଚ୍ଚିତ ସହଦେବ ନାୟକଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ରମା ନାୟକ ରବିବାର ଥାନାରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ ପରେ ପୋଲିସ ତାଙ୍କୁ ଗିରଫ କରିଛି। ଘଟଣା ଦିନ ସହଦେବଙ୍କୁ ବିଚ୍ ରାସ୍ତାରେ ଖଣ୍ଡାରେ ହାଣି ଦେଇଥିଲେ। ଏହା ପରେ ରମା ମୁଖ୍ୟ ଅଭିଯୁକ୍ତ ବୋଲି ମୃତ ସହଦେବଙ୍କ ସ୍ତ୍ରୀ ଅଭିଯୋଗ କରିଥିଲେ। ସେହିଦିନଠାରୁ ରମା ଫେରାର ଥିବାବେଳେ ଆଜି ମଞ୍ଚେଶ୍ୱର ଥାନାରେ ଆତ୍ମସମର୍ପଣ କରିଛନ୍ତି। ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ବରର ଜନଗହଳିପୂର୍ଣ୍ଣ […] The post Sahadev Nayak Murder Case: ସହଦେବ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରମା ନାୟକ ଥାନାରେ କଲେ ଆତ୍ମସର୍ମପଣ appeared first on Dharitri Odia News.
ଭୁବନେଶ୍ୱର,୧୬ା୨: ରାଜଧାନୀ ଭୁବନେଶ୍ୱରରେ ବହୁ ଚର୍ଚ୍ଚିତ ସହଦେବ ନାୟକଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ରମା ନାୟକ ରବିବାର ଥାନାରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ ପରେ ପୋଲିସ ତାଙ୍କୁ ଗିରଫ କରିଛି। ଘଟଣା ଦିନ ସହଦେବଙ୍କୁ ବିଚ୍ ରାସ୍ତାରେ ଖଣ୍ଡାରେ ହାଣି ଦେଇଥିଲେ। ଏହା ପରେ ରମା ମୁଖ୍ୟ ଅଭିଯୁକ୍ତ ବୋଲି ମୃତ ସହଦେବଙ୍କ ସ୍ତ୍ରୀ ଅଭିଯୋଗ କରିଥିଲେ। ସେହିଦିନଠାରୁ ରମା ଫେରାର ଥିବାବେଳେ ଆଜି ମଞ୍ଚେଶ୍ୱର ଥାନାରେ ଆତ୍ମସମର୍ପଣ କରିଛନ୍ତି।
ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ବରର ଜନଗହଳିପୂର୍ଣ୍ଣ ରସୁଲଗଡ଼ରୁ ବାଣୀବିହାର ମେନ ରୋଡ୍ରେ କେଦାରପଲ୍ଲୀ ଅଞ୍ଚଳର ସହଦେବ ନାୟକ ନାମକ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଦୁର୍ବୃତ୍ତ ହାଣିଦେଇଥିଲେ। ଦୁର୍ବୃତ୍ତ ଯୁବକଙ୍କ ମୁଣ୍ଡ କାଟି ଦେଇଥିବାବେଳେ ବେକ ଓ ଗୋଡ଼ ମଧ୍ୟ ଆଘାତ ଲାଗିଥିଲା। ତାଙ୍କ ବେକ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ମୃତଦେହ ନିକଟରେ ଏକ ସ୍କୁଟି ପଡ଼ିଥିଲା।
ମୃତ ସହଦେବ ସଫେଇ କର୍ମଚାରୀ ସଂଘର ସଭାପତି ଥିଲେ। ଝିଅକୁ ସ୍କୁଲରେ ଛାଡି ସ୍କୁଟିରେ ଯାଉଥିବାବେଳେ କିଛି ଦୁର୍ବୃତ୍ତ ଖଣ୍ଡାରେ ହାଣି ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିଲେ। ସହଦେବ ପୋଲିସ ମିତ୍ର ଭାବେ ମଧ୍ୟ କାମ କରୁଥିଲେ।
ସହଦେବଙ୍କ ହତ୍ୟାକାଣ୍ଡକୁ ନେଇ ତାଙ୍କ ସ୍ତ୍ରୀ ସାଂଘାତିକ ଅଭିଯୋଗ କରିଥିଲେ । ବ୍ରାଉନସୁଗାର କାରବାରକୁ ବିରୋଧ କରୁଥିବାରୁ ସ୍ବାମୀଙ୍କ ମୁଣ୍ଡ କାଟି ହତ୍ୟା କରାଯାଇଥିବା କାନ୍ଦି କାନ୍ଦି ଅଭିଯୋଗ କରିଥିଲେ ମୃତ ସହଦେବଙ୍କ ସ୍ତ୍ରୀ। ନିଜ ସାହିର ରମା ନାୟକ, ସତ୍ୟ, ଦିଲୁ ନାୟକ, ସୁସେଇ ନାୟକ ଓ ଅନ୍ୟ ଚାରି ପାଞ୍ଚ ଜଣ ମିଶିକି ହତ୍ୟା କରିଥିବା ସଂଘାତିକ ଅଭିଯୋଗ କରିଥିଲେ।
ପୂର୍ବରୁ ଏହି ଘଟଣାରେ ସମ୍ପୃକ୍ତ ଥିବା ତଥା ଘଟଣାର ମାଷ୍ଟରମାଇଣ୍ଡ୍ ଲିପିକା ନାୟକଙ୍କୁ ମଞ୍ଚେଶ୍ୱର ଥାନା ପୋଲିସ ବାନ୍ଧିଥିଲା।। ସ୍ବାମୀ ଲକ୍ଷ୍ମୀଧର ନାୟକଙ୍କ ସହ ମିଶି ସେ ଏହି ଅପରାଧ ଘଟାଇଥିଲେ। ବର୍ତ୍ତମାନ ସୁଦ୍ଧା ଏହି ହତ୍ୟା ଘଟଣାରେ ୬ ଜଣଙ୍କୁ ପୋଲିସ ବାନ୍ଧି ସାରିଥିବାବେଳେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ରମାଙ୍କୁ ପୋଲିସ ଗିରଫ କରିଛି।
The post Sahadev Nayak Murder Case: ସହଦେବ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରମା ନାୟକ ଥାନାରେ କଲେ ଆତ୍ମସର୍ମପଣ appeared first on Dharitri Odia News.