ଫିରିଙ୍ଗିଆ ଥାନା ପୋଡ଼ି ଘଟଣା, ଆଉ ୨ ଗିରଫ

ଫୁଲବାଣୀ, ୬ା୧(ରାକେଶ କୁମାର ରାଉତ): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ପୋଡ଼ି ଘଟଣାରେ ପୋଲିସ ଶନିବାର ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ଥାନାରୁ ଲୁଟ ହୋଇଥିବା ବାଇକ ଜବତ କରାଯାଇଛି। ଏହି ଘଟଣାରେ ଗିରଫ ସଂଖ୍ୟା ୨୬ରେ ପହଞ୍ଚିଛି। ଫେରାର ଥିବା ଅନ୍ୟମାନଙ୍କୁ ଗିରଫ ପାଇଁ ପୋଲିସ ପ୍ରୟାସ ଜାରି ରଖିଛି। ଗିରଫ ଦୁଇ ଜଣ ହେଲେ ରତଙ୍ଗ ପଞ୍ଚାୟତ ଜାର୍ଗିପଦରର ଲିଟୁ କହଁର, ଡଲେରପଡାର ବିକାଶ ନାୟକ। ଥାନା […] The post ଫିରିଙ୍ଗିଆ ଥାନା ପୋଡ଼ି ଘଟଣା, ଆଉ ୨ ଗିରଫ appeared first on Dharitri Odia News.

ଫିରିଙ୍ଗିଆ ଥାନା ପୋଡ଼ି ଘଟଣା, ଆଉ ୨ ଗିରଫ

ଫୁଲବାଣୀ, ୬ା୧(ରାକେଶ କୁମାର ରାଉତ): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ପୋଡ଼ି ଘଟଣାରେ ପୋଲିସ ଶନିବାର ଆଉ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ଥାନାରୁ ଲୁଟ ହୋଇଥିବା ବାଇକ ଜବତ କରାଯାଇଛି। ଏହି ଘଟଣାରେ ଗିରଫ ସଂଖ୍ୟା ୨୬ରେ ପହଞ୍ଚିଛି। ଫେରାର ଥିବା ଅନ୍ୟମାନଙ୍କୁ ଗିରଫ ପାଇଁ ପୋଲିସ ପ୍ରୟାସ ଜାରି ରଖିଛି। ଗିରଫ ଦୁଇ ଜଣ ହେଲେ ରତଙ୍ଗ ପଞ୍ଚାୟତ ଜାର୍ଗିପଦରର ଲିଟୁ କହଁର, ଡଲେରପଡାର ବିକାଶ ନାୟକ।
ଥାନା ପୋଡି ଦିନ ବିକାଶ ଗାଡିକୁ ଥାନା ପରିସରରୁ ଚୋରାଇ ନେଇ ଯାଇଥିଲେ। ସେ ୧୦ ହଜାର ଟଙ୍କାରେ ଲିଟୁଙ୍କୁ ଗାଡି ବିକି ଥିଲେ। ଲିଟୁ ସବୁ ଜାଣି ଗାଡିନଂ (ଓଡି ୩୩ ଏସ ୦୮୨୧)ନେଇ ଚଳାଉଥିଲେ। ଲିଟୁଙ୍କୁ ଗିରଫ କରାଯିବା ପରେ ସେ ବିକାଶ ପାଖରୁ ଗାଡି କିଣିଥିବା କହିଥିଲେ। ସମସ୍ତ ସିସିଟିଭି ଫୁଟେଜକୁ ଆଧାର କରି ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ତଦନ୍ତକାରୀ ଅଧିକାରୀ ଡିଏସ୍‌ପି କମଲ କୁମାର ପଣ୍ଡା ସୂଚନା ଦେଇଛନ୍ତି। ସୁଚନାଯୋଗ୍ୟ, ଏହି ଥାନା ପୋଡି ଘଟଣାରେ ପୂର୍ବରୁ ପୋଲିସ ୨୪ ଜଣଙ୍କୁ ଗିରଫ କରିଥିଲା। ୨ ଜଣ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇ ଥିବା ବେଳେ କାର୍ଯ୍ୟରତ ଫିରିଙ୍ଗିଆ ଥାନାଧିକାରୀ ତପନ କୁମାର ନାହାକଙ୍କୁ ନିଲମ୍ବିତ କରାଯାଇଥିଲା। ପୋଲିସ ଗାଡିରେ ଗଂଜେଇ ଚାଲାଣ ହେଉଥିବା ନେଇ କିଛି ଗ୍ରାମବାସୀ ଏକ ଭିଡିିଓ ଫୁଟେଜ କରିଥିଲେ।ପୋଲିସ ଗଞ୍ଜେଇ ବ୍ୟବସାୟ କରୁଥିବା ନେଇ ଘଟଣା ପ୍ରଚାରିତ ହେବା ଏବଂ ଭିଡିଓ ଫୁଟେଜ ଭାଇରାଲ ହେବା ପରେ ବହୁ ଗ୍ରାମବାସୀ ଏକତ୍ରିତ ହୋଇଥିଲେ। ଗତ ଅଗଷ୍ଟ ୫ ତାରିଖରେ ସେମାନେ ଏକତ୍ରିତ ହୋଇ ଥାନାଧିକାରୀ ତପନ କୁମାର ନାହାକଙ୍କ ଗିରଫ ଦାବି କରି ଫିରିଙ୍ଗିଆ ବ୍ଲକ ଛକ ପାଖରେ ରାସ୍ତାରୋକ କରିଥିଲେ। ଉତ୍ତକ୍ତ ଲୋକଙ୍କୁ ବୁଝାଇବାକୁ ଯାଇ ସଦର ଏସଡିପିଓ ସୁପ୍ରଶନ୍ନ ମଲ୍ଲିକ, ତହସିଲଦାର ଏମ୍‌ ଅନୁରାଧା ଲୋକଙ୍କ ରୋଷର ଶୀକାର ହୋଇଥିଲେ। ଲୋକେ ଏସ୍‌ଡିପିଓ ଏବଂ ଥାନାର ଏସ୍‌ଆଇ ଜାଲିଙ୍କୁ ଗୋଡେଇ ଗୋଡେଇ ପିଟିଥିଲେ। ଏହାପରେ ଥାନା ଭିତରେ ପସି ପୋଡାଜଳା କରିଥିଲେ। ଏହି ଘଟଣାକୁ ନେଇ ୬୬ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ବାକି ଅନ୍ୟାନ ୩୦୦ ଏଥିରେ ସାମିଲ ଥିବା ଏତଲାରେ ଦର୍ଶାଯାଇଥିଲା। ଥାନାରେ ୧୩୫/୨୩ରେ ମାମଲା ରୁଜୁ ହୋଇଥିଲା।ଏହି ଘଟଣାରେ ୨୮ ଜଣ ଆତ୍ମସମର୍ପଣ କରିଥିଲେ।

The post ଫିରିଙ୍ଗିଆ ଥାନା ପୋଡ଼ି ଘଟଣା, ଆଉ ୨ ଗିରଫ appeared first on Dharitri Odia News.