ଅପରେଶନ ପରେ ଆଶାବାଡ଼ି ଧରି ଚାଲିଲେ ମହମ୍ମଦ ଶାମି, ପଡ଼ିଆକୁ ଫେରିବାକୁ ଜଣାଇଲେ ବ୍ୟଗ୍ରତା
ନୂଆଦିଲ୍ଲୀ,୭।୪: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ନିଜର ଆଘାତ ସମସ୍ୟା ବିଷୟରେ ଅପଡେଟ୍ ଶେୟାର କରିଛନ୍ତି। ତାଙ୍କର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଫଟୋ ପୋଷ୍ଟ କରିଛନ୍ତି ଯେଉଁଠାରେ ତାଙ୍କୁ ଆଶାବାଡି ସାହାଯ୍ୟରେ ଚାଲୁଥିବାର ଦେଖିବାକୁ ମିଳିଛି। ଗତ ନଭେମ୍ବର ୧୯ ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ବିଶ୍ୱକପ ଫାଇନାଲରେ ଅଂଶଗ୍ରହଣ କରିବା ପରଠାରୁ ଶାମି କୌଣସି ପ୍ରକାର କ୍ରିକେଟ୍ ଖେଳି ନାହାନ୍ତି। ସେ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ଏବଂ ପରବର୍ତ୍ତୀ […] The post ଅପରେଶନ ପରେ ଆଶାବାଡ଼ି ଧରି ଚାଲିଲେ ମହମ୍ମଦ ଶାମି, ପଡ଼ିଆକୁ ଫେରିବାକୁ ଜଣାଇଲେ ବ୍ୟଗ୍ରତା appeared first on Dharitri Odia News.
ନୂଆଦିଲ୍ଲୀ,୭।୪: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ନିଜର ଆଘାତ ସମସ୍ୟା ବିଷୟରେ ଅପଡେଟ୍ ଶେୟାର କରିଛନ୍ତି। ତାଙ୍କର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଫଟୋ ପୋଷ୍ଟ କରିଛନ୍ତି ଯେଉଁଠାରେ ତାଙ୍କୁ ଆଶାବାଡି ସାହାଯ୍ୟରେ ଚାଲୁଥିବାର ଦେଖିବାକୁ ମିଳିଛି। ଗତ ନଭେମ୍ବର ୧୯ ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ବିଶ୍ୱକପ ଫାଇନାଲରେ ଅଂଶଗ୍ରହଣ କରିବା ପରଠାରୁ ଶାମି କୌଣସି ପ୍ରକାର କ୍ରିକେଟ୍ ଖେଳି ନାହାନ୍ତି।
ସେ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ଏବଂ ପରବର୍ତ୍ତୀ ସମୟରେ ଯଥାକ୍ରମେ ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ମଧ୍ୟ ବଞ୍ଚିତ ହୋଇଥିଲେ। ଶାମି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୪ ରେ ଗୁଜରାଟ ପାଇଁ ମଧ୍ୟ ଖେଳିବାକୁ ଉପଲବ୍ଧ ହୋଇ ନଥିଲେ। ଆଇପିଏଲର ଗତ ସଂସ୍କରଣରେ ଶାମି ଅଗ୍ରଣୀ ୱିକେଟ୍ ନେବାର ସଫଳତା ପାଇଥିଲେ। ତେବେ ଚ୍ୟାଲେଞ୍ଜିଂ ସମୟ ମଧ୍ୟରେ ଶାମି ଶୀଘ୍ର ସୁସ୍ଥ ହେବାର ଆଶା ଛାଡି ନାହାଁନ୍ତି।
View this post on Instagram
A post shared by ???????????????????????????????? ???????????????????? (@mdshami.11)
ଶାମି ତାଙ୍କର ପୋଷ୍ଟରେ ଲେଖିଛନ୍ତି “ଟ୍ରାକକୁ ଫେରି ସଫଳତା ପାଇଁ ଭୋକିଲା ଅଛନ୍ତି। ରାସ୍ତା କଠିନ ହୋଇପାରେ, କିନ୍ତୁ ଗନ୍ତବ୍ୟ ସ୍ଥଳ ମୂଲ୍ୟବାନ ବୋଲି ଶାମି ଲେଖିଛନ୍ତି।
ଶାମି ଆଘାତ ସହ ସଂଗ୍ରାମ କରୁଛନ୍ତି ଏବଂ ଏଥିପାଇଁ ନିକଟରେ ସେ ଅପରେଶନ କରିଥିଲେ। ପ୍ରାରମ୍ଭରେ, ସେ ଏକ କ୍ରମାଗତ ଗୋଇଠି ସମସ୍ୟାରେ ପୀଡିତ ହୋଇଥିଲେ ଯାହା ଫେବୃଆରୀ ୨୦୨୪ ରେ ଅସ୍ତ୍ରୋପଚାର ଆବଶ୍ୟକ କରୁଥିଲା, ଯେଉଁଠି ପାଇଁ ସେ ଆଇପିଏଲ୍ରୁ ବାଦ୍ ପଡ଼ିଥିଲେ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ସୁସ୍ଥ ହେଉଥିବାର ସୂଚନା ଦେଇଛନ୍ତି।
ବିସିସିଆଇ ସଚିବ ଜୟ ଶାହା ସୁନିଶ୍ଚିତ କରିଛନ୍ତି ଯେ, ଶାମି ବାଙ୍ଗଲାଦେଶ ବିପକ୍ଷ ଟି୨୦ ସିରିଜ ପାଇଁ ସେପ୍ଟେମ୍ବର ୨୦୨୪ରେ ପ୍ରତ୍ୟାବର୍ତନ କରିବେ। ତେବେ ଟି୨୦ ବିଶ୍ୱକପରେ ତାଙ୍କର ଖେଳିବା ଏବେ ଅନିଶ୍ଚିତତା ଭିତରେ ରହିଛି।
The post ଅପରେଶନ ପରେ ଆଶାବାଡ଼ି ଧରି ଚାଲିଲେ ମହମ୍ମଦ ଶାମି, ପଡ଼ିଆକୁ ଫେରିବାକୁ ଜଣାଇଲେ ବ୍ୟଗ୍ରତା appeared first on Dharitri Odia News.