କଂଗ୍ରେସର ବରିଷ୍ଠ ନେତା ଅଧୀର ରଞ୍ଜନଙ୍କୁ ହରାଇଲେ ୟୁସୁଫ ପଠାନ୍‌, ଭାବୁକ ହୋଇ ଇରଫାନ କହିଲେ ଏମିତି…

ନୂଆଦିଲ୍ଲୀ,୪।୬: ପୂର୍ବତନ ଭାରତୀୟ କ୍ରିକେଟର ୟୁସୁଫ ପଠାନ ଲୋକ ସଭା ନିର୍ବାଚନରେ ବଡ଼ ବିଜୟ ହାସଲ କରିଛନ୍ତି। ତୃଣମୂଳ କଂଗ୍ରେସ ପକ୍ଷରୁ ଲଢ଼ୁଥିବା ୟୁସୁଫଙ୍କୁ ଦଳ ପଶ୍ଚିମବଙ୍ଗର ବହରାମପୁର ଲୋକ ସଭା ଆସନରୁ ପ୍ରାର୍ଥୀ କରିଥିଲା। ସେ କଂଗ୍ରେସର ପୁରୁଖା ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ପରାଜିତ କରିଛନ୍ତି। ଅଧୀର ଦୀର୍ଘ ୨୫ ବର୍ଷ ପରେ ନିର୍ବାଚନ ହାରିଥିବା ବେଳେ ୟୁସୁଫ ତାହା କରିଦେଖାଇଛନ୍ତି। ଏହାକୁ ନେଇ କ୍ରିକେଟରଙ୍କ ପ୍ରଶଂସକମାନେ ଖୁସିବ୍ୟକ୍ତ କରୁଛନ୍ତି। ଏପରିକି ତାଙ୍କ ସାନ […] The post କଂଗ୍ରେସର ବରିଷ୍ଠ ନେତା ଅଧୀର ରଞ୍ଜନଙ୍କୁ ହରାଇଲେ ୟୁସୁଫ ପଠାନ୍‌, ଭାବୁକ ହୋଇ ଇରଫାନ କହିଲେ ଏମିତି… appeared first on Dharitri Odia News.

କଂଗ୍ରେସର ବରିଷ୍ଠ ନେତା ଅଧୀର ରଞ୍ଜନଙ୍କୁ ହରାଇଲେ ୟୁସୁଫ ପଠାନ୍‌, ଭାବୁକ ହୋଇ ଇରଫାନ କହିଲେ ଏମିତି…

ନୂଆଦିଲ୍ଲୀ,୪।୬: ପୂର୍ବତନ ଭାରତୀୟ କ୍ରିକେଟର ୟୁସୁଫ ପଠାନ ଲୋକ ସଭା ନିର୍ବାଚନରେ ବଡ଼ ବିଜୟ ହାସଲ କରିଛନ୍ତି। ତୃଣମୂଳ କଂଗ୍ରେସ ପକ୍ଷରୁ ଲଢ଼ୁଥିବା ୟୁସୁଫଙ୍କୁ ଦଳ ପଶ୍ଚିମବଙ୍ଗର ବହରାମପୁର ଲୋକ ସଭା ଆସନରୁ ପ୍ରାର୍ଥୀ କରିଥିଲା। ସେ କଂଗ୍ରେସର ପୁରୁଖା ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ପରାଜିତ କରିଛନ୍ତି। ଅଧୀର ଦୀର୍ଘ ୨୫ ବର୍ଷ ପରେ ନିର୍ବାଚନ ହାରିଥିବା ବେଳେ ୟୁସୁଫ ତାହା କରିଦେଖାଇଛନ୍ତି। ଏହାକୁ ନେଇ କ୍ରିକେଟରଙ୍କ ପ୍ରଶଂସକମାନେ ଖୁସିବ୍ୟକ୍ତ କରୁଛନ୍ତି। ଏପରିକି ତାଙ୍କ ସାନ ଭାଇ ତଥା କ୍ରିକେଟର ଇରଫାନ ପଠାନ ଖୁସିର ମୂହୁର୍ତ୍ତକୁ ନେଇ ଭାବୁକ ହୋଇଛନ୍ତି। ସେ ଏକ ସ୍ବତନ୍ତ୍ର ବାର୍ତ୍ତା ଭାଇଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି।

ଇରଫାନ ଟୁଇଟ୍‌ କରି ଲେଖିଛନ୍ତି, ଲାଲା, ଏକ ମହତ ଉଦ୍ଦେଶ୍ୟ ଲାଗି ଆପଣ ଅନୁଭବି ରାଜନେତାଙ୍କ ଉପରେ ବିଜୟ କରିବା ଭଳି କଠିନ ଯାତ୍ରାରେ ବାହାରିଥିଲେ। ସଚ୍ଚୋଟତା ଏବଂ ଅଖଣ୍ଡ ସଂଙ୍କଳ୍ପ ଯୋଗୁ ଆପଣଙ୍କ ମହତ ଉଦ୍ଦେଶ୍ୟ ଏବେ ବଡ଼ ପରିବର୍ତ୍ତନ ଲାଗି କାମରେ ଲାଗୁ। ଏହାଦ୍ୱାରା ଆମ ଦେଶର ନାଗରିକଙ୍କ ଜୀବନ ଉନ୍ନତ ହୋଇପାରିବ।

The post କଂଗ୍ରେସର ବରିଷ୍ଠ ନେତା ଅଧୀର ରଞ୍ଜନଙ୍କୁ ହରାଇଲେ ୟୁସୁଫ ପଠାନ୍‌, ଭାବୁକ ହୋଇ ଇରଫାନ କହିଲେ ଏମିତି… appeared first on Dharitri Odia News.