ପୋର୍ଶେ କାର୍ ଦୁର୍ଘଟଣା: ମଦ ପିଇ ଗାଡ଼ି ଚଳାଇଥିବା ସ୍ୱୀକାର କଲା ନାବାଳକ ଡ୍ରାଇଭର

ମୁମ୍ବାଇ: ପୁଣେ ପୋର୍ଶେ କାର୍ ଦୁର୍ଘଟଣାରେ ମୁଖ୍ୟ ଅଭିଯୁକ୍ତ ନାବାଳକ ଡ୍ରାଇଭର ନିଜ ଦୋଷ ସ୍ୱୀକାର କରିଛି। ସେ ପ୍ରବଳ ମଦ ପିଇ ଗାଡ଼ି ଚଳାଉଥିବା ପୁଲିସ ଆଗରେ ମାନିଯାଇଛି। ବିଶେଷ ସୂତ୍ରରୁ ତଥ୍ୟ ନେଇ ଇଣ୍ଡିଆଟୁଡେ ଏହି ଖବର ପ୍ରକାଶ କରିଛି।ମେ ୧୯ ତାରିଖରେ ଏହି ଭୟଙ୍କର କାର ଦୁର୍ଘଟଣା ଘଟିଥିଲା। ପୁଣେର କଲ୍ୟାଣ ନଗରରେ ନାବାଳକ ଡ୍ରାଇଭର ପୋର୍ଶେ କାର୍ ଦୁର୍ଘଟଣାରେ ଦୁଇ ଆଇଟି ପ୍ରୋଫେସ୍‌ନାଲଙ୍କର ମୃତ୍ୟୁ ହୋଇଥିଲା। ତେବେ ସେଦିନ କ’ଣ ସବୁ ଘଟିଗଲା ସବୁ କିଛି ମନେ ପକାଇପାରୁ ନାହିଁ  ବୋଲି ନାବାଳକ ପୁଲିସକୁ କହିଛି। ଅନ୍ୟପଟେ ରବିବାର ପୁଣେର ଏକ କୋର୍ଟ ଅଭିଯୁକ୍ତର ନାବାଳକର ବାପାମାଙ୍କୁ ଜୁନ ୫ ତାରିଖ ପର୍ଯ୍ୟନ୍ତ ପୁଲିସ କଷ୍ଟୁଡିକୁ ପଠାଇଛନ୍ତି। ବାପାମା ରକ୍ତ ନମୁନାରେ ପରିବର୍ତ୍ତନ କରି ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ।ଦୁର୍ଘଟଣା ଘଟାଇବା ପରେ ବିଗିଡ଼ିଯାଇଥିବା ପୁଅକୁ ବଞ୍ଚାଇବାକୁ ପୂରା ପରିବାର ଲାଗିପଡ଼ିଥିଲା। ଜେଜେ, ବାପା ଓ ମାଆ ସମସ୍ତ ମିଶି ନାନା ପ୍ରକାର ଫନ୍ଦୀଫିକର କରିଥିଲେ। ଡାକ୍ତରଙ୍କୁ ଫସାଇ ରକ୍ତ ନମୁନା ବଦଳାଇଥିଲେ। ପୁଣି ଜେଜେ ଡ୍ରାଇଭରକୁ ଅପହରଣ କରି ଦୋଷ ନିଜ ମୁଣ୍ଡରେ ନେବାକୁ ବାଧ୍ୟ କରିଥିଲେ। ଏଥିରେ ମହାରାଷ୍ଟ୍ରର ଦୁଇ ନେତା ମଧ୍ୟ ସାମିଲ୍ ଥିବା ଖବର ସାମ୍ନାକୁ ଆସିଥିଲା। ହେଲେ ସେମାନେ ଯେହେତୁ ନେତା ତେଣୁ ସେମାନଙ୍କ କଥା ବାହାରକୁ ଆସିପାରି ନାହିଁ। 

ପୋର୍ଶେ କାର୍ ଦୁର୍ଘଟଣା: ମଦ ପିଇ ଗାଡ଼ି ଚଳାଇଥିବା ସ୍ୱୀକାର କଲା ନାବାଳକ ଡ୍ରାଇଭର

ମୁମ୍ବାଇ: ପୁଣେ ପୋର୍ଶେ କାର୍ ଦୁର୍ଘଟଣାରେ ମୁଖ୍ୟ ଅଭିଯୁକ୍ତ ନାବାଳକ ଡ୍ରାଇଭର ନିଜ ଦୋଷ ସ୍ୱୀକାର କରିଛି। ସେ ପ୍ରବଳ ମଦ ପିଇ ଗାଡ଼ି ଚଳାଉଥିବା ପୁଲିସ ଆଗରେ ମାନିଯାଇଛି। ବିଶେଷ ସୂତ୍ରରୁ ତଥ୍ୟ ନେଇ ଇଣ୍ଡିଆଟୁଡେ ଏହି ଖବର ପ୍ରକାଶ କରିଛି।

ମେ ୧୯ ତାରିଖରେ ଏହି ଭୟଙ୍କର କାର ଦୁର୍ଘଟଣା ଘଟିଥିଲା। ପୁଣେର କଲ୍ୟାଣ ନଗରରେ ନାବାଳକ ଡ୍ରାଇଭର ପୋର୍ଶେ କାର୍ ଦୁର୍ଘଟଣାରେ ଦୁଇ ଆଇଟି ପ୍ରୋଫେସ୍‌ନାଲଙ୍କର ମୃତ୍ୟୁ ହୋଇଥିଲା। ତେବେ ସେଦିନ କ’ଣ ସବୁ ଘଟିଗଲା ସବୁ କିଛି ମନେ ପକାଇପାରୁ ନାହିଁ  ବୋଲି ନାବାଳକ ପୁଲିସକୁ କହିଛି। 

ଅନ୍ୟପଟେ ରବିବାର ପୁଣେର ଏକ କୋର୍ଟ ଅଭିଯୁକ୍ତର ନାବାଳକର ବାପାମାଙ୍କୁ ଜୁନ ୫ ତାରିଖ ପର୍ଯ୍ୟନ୍ତ ପୁଲିସ କଷ୍ଟୁଡିକୁ ପଠାଇଛନ୍ତି। ବାପାମା ରକ୍ତ ନମୁନାରେ ପରିବର୍ତ୍ତନ କରି ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ।

ଦୁର୍ଘଟଣା ଘଟାଇବା ପରେ ବିଗିଡ଼ିଯାଇଥିବା ପୁଅକୁ ବଞ୍ଚାଇବାକୁ ପୂରା ପରିବାର ଲାଗିପଡ଼ିଥିଲା। ଜେଜେ, ବାପା ଓ ମାଆ ସମସ୍ତ ମିଶି ନାନା ପ୍ରକାର ଫନ୍ଦୀଫିକର କରିଥିଲେ। ଡାକ୍ତରଙ୍କୁ ଫସାଇ ରକ୍ତ ନମୁନା ବଦଳାଇଥିଲେ। ପୁଣି ଜେଜେ ଡ୍ରାଇଭରକୁ ଅପହରଣ କରି ଦୋଷ ନିଜ ମୁଣ୍ଡରେ ନେବାକୁ ବାଧ୍ୟ କରିଥିଲେ। ଏଥିରେ ମହାରାଷ୍ଟ୍ରର ଦୁଇ ନେତା ମଧ୍ୟ ସାମିଲ୍ ଥିବା ଖବର ସାମ୍ନାକୁ ଆସିଥିଲା। ହେଲେ ସେମାନେ ଯେହେତୁ ନେତା ତେଣୁ ସେମାନଙ୍କ କଥା ବାହାରକୁ ଆସିପାରି ନାହିଁ।