ମଦ୍ୟପ ଚାଳକଙ୍କ ଉନ୍ମତ୍ତକାଣ୍ଡ : ବଜାରରେ କିଣୁଥିବା ଲୋକଙ୍କ ଉପରେ ଚଢାଇଲେ କାର, ଜଣେ ମୃତ

ମୁମ୍ଵାଇ ୧୪।୦୩: ଦିଲ୍ଲୀର ଗାଜିପୁରରୁ ଏକ ଯନ୍ତ୍ରଣାଦାୟକ ଖବର ସାମ୍ନାକୁ ଆସିଛି । ଯେଉଁଥିରେ ଦ୍ରୁତ ଗତିରେ ଆସୁଥିବା କାରଟି ବଜାରରେ ଉପସ୍ଥିତ ଲୋକଙ୍କ ଉପରେ ଚଢାଇ ଦେଇଛି । କୁହାଯାଉଛି ଯେ ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଏହି ଘଟଣା ପରେ ଲୋକମାନେ ଅଭିଯୁକ୍ତ ଡ୍ରାଇଭରକୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ। କୁହାଯାଉଛି ଯେ ଡ୍ରାଇଭର ମଦ୍ୟପାନ କରି ନିଶା ଅବସ୍ଥାରେ ଥିଲେ।କୁହାଯାଉଛି ଯେ ଏହି ଘଟଣା ରାତି ପ୍ରାୟ ୯ ଟା ସମୟରେ ଘଟିଥିଲା। ଏହି ସମଗ୍ର ଘଟଣାର ସିସିଟିଭି ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ କିପରି ଦ୍ରୁତ ଗତିରେ ଆସୁଥିବା କାର ହଠାତ୍ ଆସି ରାସ୍ତାରେ କିଣୁଥିବା ଲୋକଙ୍କ ଉପରେ ଚଢାଇ ଦେଇଥିଲା।ଏହି ଦୁର୍ଘଟଣାରେ ୨୨ ବର୍ଷ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ସୀତା ଦେବୀ। ଏହା ସହ ୭ ଜଣରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ଉଭୟ ପୁରୁଷ ଏବଂ ମହିଳା ଅଛନ୍ତି। ଦୁର୍ଘଟଣା ପରେ ବଜାରରେ ଉପସ୍ଥିତ ଲୋକମାନେ ରାଗିଯାଇ ଗାଡିଟିକୁ ଭଙ୍ଗାରୁଜା କରି ଓଲଟାଇ ଦେଇଥିଲେ। କେବଳ ଏତିକି ହିଁ ନୁହେଁ ଘଟଣାସ୍ଥଳରୁ ଅଭିଯୁକ୍ତ ଖସି ପଳାଇବାକୁ ଚେଷ୍ଟା କରୁଥିଲା । କିନ୍ତୁ ସ୍ଥାନୀୟ ଲୋକ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ। ବର୍ତ୍ତମାନ ପୋଲିସ ଘଟଣ

ମଦ୍ୟପ ଚାଳକଙ୍କ ଉନ୍ମତ୍ତକାଣ୍ଡ : ବଜାରରେ କିଣୁଥିବା ଲୋକଙ୍କ ଉପରେ ଚଢାଇଲେ କାର, ଜଣେ ମୃତ

ମୁମ୍ଵାଇ ୧୪।୦୩: ଦିଲ୍ଲୀର ଗାଜିପୁରରୁ ଏକ ଯନ୍ତ୍ରଣାଦାୟକ ଖବର ସାମ୍ନାକୁ ଆସିଛି । ଯେଉଁଥିରେ ଦ୍ରୁତ ଗତିରେ ଆସୁଥିବା କାରଟି ବଜାରରେ ଉପସ୍ଥିତ ଲୋକଙ୍କ ଉପରେ ଚଢାଇ ଦେଇଛି । କୁହାଯାଉଛି ଯେ ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଏହି ଘଟଣା ପରେ ଲୋକମାନେ ଅଭିଯୁକ୍ତ ଡ୍ରାଇଭରକୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ। କୁହାଯାଉଛି ଯେ ଡ୍ରାଇଭର ମଦ୍ୟପାନ କରି ନିଶା ଅବସ୍ଥାରେ ଥିଲେ।

କୁହାଯାଉଛି ଯେ ଏହି ଘଟଣା ରାତି ପ୍ରାୟ ୯ ଟା ସମୟରେ ଘଟିଥିଲା। ଏହି ସମଗ୍ର ଘଟଣାର ସିସିଟିଭି ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ କିପରି ଦ୍ରୁତ ଗତିରେ ଆସୁଥିବା କାର ହଠାତ୍ ଆସି ରାସ୍ତାରେ କିଣୁଥିବା ଲୋକଙ୍କ ଉପରେ ଚଢାଇ ଦେଇଥିଲା।ଏହି ଦୁର୍ଘଟଣାରେ ୨୨ ବର୍ଷ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ସୀତା ଦେବୀ। ଏହା ସହ ୭ ଜଣରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ଉଭୟ ପୁରୁଷ ଏବଂ ମହିଳା ଅଛନ୍ତି। 

ଦୁର୍ଘଟଣା ପରେ ବଜାରରେ ଉପସ୍ଥିତ ଲୋକମାନେ ରାଗିଯାଇ ଗାଡିଟିକୁ ଭଙ୍ଗାରୁଜା କରି ଓଲଟାଇ ଦେଇଥିଲେ। କେବଳ ଏତିକି ହିଁ ନୁହେଁ ଘଟଣାସ୍ଥଳରୁ ଅଭିଯୁକ୍ତ ଖସି ପଳାଇବାକୁ ଚେଷ୍ଟା କରୁଥିଲା । କିନ୍ତୁ ସ୍ଥାନୀୟ ଲୋକ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ। ବର୍ତ୍ତମାନ ପୋଲିସ ଘଟଣାର ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଚୀନ୍‌ର ରେଷ୍ଟୁରାଣ୍ଟରେ ଭୟଙ୍କର ବିସ୍ଫୋରଣ : ଜଣେ ମୃତ, ୨୨ ଆହତ