ଲୋକ ସଭା ନିର୍ବାଚନ ପାଇଁ ଶୁବମନ ଗିଲଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଚଣ୍ଡିଗଡ,୧୯।୨: ପଞ୍ଜାବର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାଳୟ ଆସନ୍ତା ଲୋକ ସଭା ନିର୍ବାଚନ ପାଇଁ ଭାରତୀୟ କ୍ରିକେଟର ଶୁବମନ ଗିଲଙ୍କୁ ‘ରାଜ୍ୟ ଆଇକନ’ କରିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀ ସିବିନ ସି ସୋମବାର ଏକ ବିବୃତ୍ତିରେ କହିଛନ୍ତି ଯେ ଗିଲ ଏକ ଅଲଗା ଅଲଗା ଅଭିଯାନର ଅଂଶ ହେବେ। ଏହାର ଉଦ୍ଦେଶ୍ୟ ହେଉଛି ଭୋଟରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା । ଯାହାଫଳରେ ରାଜ୍ୟରେ ଭୋଟ ପ୍ରତିଶତ ୭୦ ପ୍ରତିଶତ ମାର୍କ ଅତିକ୍ରମ କରିପାରିବ। ନିର୍ବାଚନ […] The post ଲୋକ ସଭା ନିର୍ବାଚନ ପାଇଁ ଶୁବମନ ଗିଲଙ୍କୁ ମିଳିଲା ବଡ଼ ଦାୟିତ୍ୱ appeared first on Dharitri Odia News.

ଲୋକ ସଭା ନିର୍ବାଚନ ପାଇଁ ଶୁବମନ ଗିଲଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଚଣ୍ଡିଗଡ,୧୯।୨: ପଞ୍ଜାବର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାଳୟ ଆସନ୍ତା ଲୋକ ସଭା ନିର୍ବାଚନ ପାଇଁ ଭାରତୀୟ କ୍ରିକେଟର ଶୁବମନ ଗିଲଙ୍କୁ ‘ରାଜ୍ୟ ଆଇକନ’ କରିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀ ସିବିନ ସି ସୋମବାର ଏକ ବିବୃତ୍ତିରେ କହିଛନ୍ତି ଯେ ଗିଲ ଏକ ଅଲଗା ଅଲଗା ଅଭିଯାନର ଅଂଶ ହେବେ। ଏହାର ଉଦ୍ଦେଶ୍ୟ ହେଉଛି ଭୋଟରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା । ଯାହାଫଳରେ ରାଜ୍ୟରେ ଭୋଟ ପ୍ରତିଶତ ୭୦ ପ୍ରତିଶତ ମାର୍କ ଅତିକ୍ରମ କରିପାରିବ। ନିର୍ବାଚନ ଅଧିକାରୀମାନେ ଏଥର ୭୦ ଅତିକ୍ରମ କରିବା ଲକ୍ଷ୍ୟ ରଖିଛନ୍ତି।

ବାସ୍ତବରେ, ପଞ୍ଜାବରେ ୨୦୧୯ ଲୋକସଭା ନିର୍ବାଚନରେ ୧୩ଟି ସିଟ ପାଇଁ ୬୫.୯୬ ପ୍ରତିଶତ ଭୋଟ ମିଳିଥିଲା। ସିବିନ କହିଛନ୍ତି ଯେ, ପଞ୍ଜାବରୁ ଆସିଥିବା ଗିଲ କ୍ରୀଡାପ୍ରେମୀ ବିଶେଷ କରି ଯୁବକମାନଙ୍କ ମଧ୍ୟରେ ଲୋକପ୍ରିୟ ଏବଂ ତାଙ୍କୁ ନିର୍ବାଚନ ପାଇଁ ‘ରାଜ୍ୟ ଆଇକନ’ କରାଯାଇଛି।

The post ଲୋକ ସଭା ନିର୍ବାଚନ ପାଇଁ ଶୁବମନ ଗିଲଙ୍କୁ ମିଳିଲା ବଡ଼ ଦାୟିତ୍ୱ appeared first on Dharitri Odia News.