ବୋମା ଫିଙ୍ଗି ଟଙ୍କା ଲୁଟ୍ ଉଦ୍ୟମ: ଜଣେ ଅଟକ, ୨ ଫେରାର

ଭବାନୀପାଟଣା : ଟଙ୍କା ବ୍ୟାଗ୍ ଛଡାଇବା ପାଇଁ ଲଙ୍କାଗୁଣ୍ଡ ସହ ବୋମାମାଡ ଘଟଣା ଭବାନୀପାଟଣାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏକ ସଂସ୍ଥାର ଜଣେ କର୍ମଚାରୀଙ୍କ ଟଙ୍କା ବ୍ୟାଗ୍ ଛଡ଼ାଇବାକୁ ଉଦ୍ୟମ କରି ଦୁର୍ବୃତ୍ତ ମାନେ ଲଙ୍କାଗୁଣ୍ଡ ଏବଂ ବୋମା ଫିଙ୍ଗିଛନ୍ତି । ଉପସ୍ଥିତ ଲୋକେ ଜଣେ ଦୁର୍ବୃତ୍ତକୁ ଧରି ପୋଲିସକୁ ଦେଇଥିବାବେଳେ ଅନ୍ୟ ଦୁଇଜଣ ଫେରାର ଅଛନ୍ତି। ବୋମା ମାଡ଼ରେ ଗୋଟାଏ କିରାନା ଦୋକାନ ଏବଂ ଗୋଟାଏ ସ୍କୁଟି ନଷ୍ଟ ହେଇଛି। ସୂଚନା ଅନୁଯାୟୀ ଆଜି […]

ବୋମା ଫିଙ୍ଗି ଟଙ୍କା ଲୁଟ୍ ଉଦ୍ୟମ: ଜଣେ ଅଟକ, ୨ ଫେରାର

ଭବାନୀପାଟଣା : ଟଙ୍କା ବ୍ୟାଗ୍ ଛଡାଇବା ପାଇଁ ଲଙ୍କାଗୁଣ୍ଡ ସହ ବୋମାମାଡ ଘଟଣା ଭବାନୀପାଟଣାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏକ ସଂସ୍ଥାର ଜଣେ କର୍ମଚାରୀଙ୍କ ଟଙ୍କା ବ୍ୟାଗ୍ ଛଡ଼ାଇବାକୁ ଉଦ୍ୟମ କରି ଦୁର୍ବୃତ୍ତ ମାନେ ଲଙ୍କାଗୁଣ୍ଡ ଏବଂ ବୋମା ଫିଙ୍ଗିଛନ୍ତି । ଉପସ୍ଥିତ ଲୋକେ ଜଣେ ଦୁର୍ବୃତ୍ତକୁ ଧରି ପୋଲିସକୁ ଦେଇଥିବାବେଳେ ଅନ୍ୟ ଦୁଇଜଣ ଫେରାର ଅଛନ୍ତି। ବୋମା ମାଡ଼ରେ ଗୋଟାଏ କିରାନା ଦୋକାନ ଏବଂ ଗୋଟାଏ ସ୍କୁଟି ନଷ୍ଟ ହେଇଛି। ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୧୦ ଟା ୩୦ ସମୟରେ ସ୍ଥାନୀୟ ଗାନ୍ଧୀ ଛକର ଜନୈକ ବ୍ୟବସାୟୀଙ୍କ କର୍ମଚାରୀ ଟଙ୍କା ଜମା ପାଇଁ ବ୍ୟାଙ୍କକୁ ଯାଉଥିଲେ। ନଗରପାଳିକା କଲୋନୀ ନିକଟରେ ତିନିଜଣ ଦୁର୍ବୃତ୍ତ ଉକ୍ତ କର୍ମଚାରୀଙ୍କ ପାଖରୁ ଟଙ୍କା ବ୍ୟାଗ୍ ଛଡେଇ ନେବାକୁ  ଉଦ୍ୟମ କରିଥିଲେ। କର୍ମଚାରୀ ଜଣକ ଏଣେତେଣେ ଦୌଡିବା ମଧ୍ୟରେ ନିକଟସ୍ଥ ପଣ୍ଡା କିରାନା ଦୋକାନକୁ ଚାଲିଯାଇଥିଲେ। ଫଳରେ ଦୋକାନକୁ ଲକ୍ଷ୍ୟକରି ଦୁର୍ବୃତ୍ତ ମାନେ ଏକ ବୋମା ଫିଙ୍ଗିଥିଲେ। ବୋମା ମାଡ଼ରେ କିଶୋର ପଣ୍ଡାଙ୍କ ଦୋକାନ ନଷ୍ଟ ହେଇଯାଇଛି। ଏଥିସହିତ ସେହି ରାସ୍ତାରେ ଯାଉଥିବା ଜଣେ ସ୍କୁଟି ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ସ୍କୁଟି ନଷ୍ଟ ହେଇଯାଇଛି। ଘଟଣା ପରେ ସେଠାରେ ଲୋକେ ଜମା ହେଇ ଜଣେ ଦୁର୍ବୃତ୍ତକୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଛନ୍ତି। ଘଟଣାସ୍ଥଳରେ ଟାଉନ୍ ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି। ତେବେ ଦିନ ଦ୍ଵି ପ୍ରହରେ ଜନଗହଳି ଅଞ୍ଚଳରେ ଏଭଳି ଘଟଣା ସହରରେ ଆତଙ୍କ ସୃଷ୍ଟି କରିଛି। କଳାହାଣ୍ଡି ଜିଲ୍ଲାରେ ଏହି ଧରଣର ପ୍ରଥମ ଘଟଣା ବିଭିନ୍ନ ମହଲରେ ଆଲୋଡନ ସୃଷ୍ଟି କରିଛି।