ସିକ୍କିମ ବିଧାନସଭା ନିର୍ବାଚନ ପାଇଁ ୧୮ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ : କଂଗ୍ରେସ ଆଜି ସିକ୍କିମ ବିଧାନସଭା ନିର୍ବାଚନ ପାଇଁ ଏହାର ପ୍ରର୍ଥୀ ତାଲିକା ଜାରି କରିଛି। ତାଲିକାରେ କଂଗ୍ରେସ ୧୮ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ରାଜ୍ୟ କଂଗ୍ରେସ ମୁଖ୍ୟ ଗୋପାଳ ଛେତ୍ରିଙ୍କୁ ଦଳ ଚୁଜାଚେନରୁ ପ୍ରାର୍ଥୀ କରିଛି। ସିକ୍କିମରେ ୩୨ ବିଧାନସଭା ନିର୍ବାଚନ ମଣ୍ଡଳୀ ଥିବାବେଳେ ଗୋଟିଏ ଲୋକସଭା ଆସନ ଅଛି। ସିକ୍କିମ ବିଧାନସଭା ଏବଂ ଲୋକସଭା ନିର୍ବାଚନ ପାଇଁ ଆସନ୍ତା ଏପ୍ରିଲ ୧୯ ତାରିଖରେ ଭୋଟ୍ ଗ୍ରହଣ ହେବ । ଉଲ୍ଲେଖଯୋଗ୍ୟ ଯେ […]

ସିକ୍କିମ ବିଧାନସଭା ନିର୍ବାଚନ ପାଇଁ ୧୮ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ : କଂଗ୍ରେସ ଆଜି ସିକ୍କିମ ବିଧାନସଭା ନିର୍ବାଚନ ପାଇଁ ଏହାର ପ୍ରର୍ଥୀ ତାଲିକା ଜାରି କରିଛି। ତାଲିକାରେ କଂଗ୍ରେସ ୧୮ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ରାଜ୍ୟ କଂଗ୍ରେସ ମୁଖ୍ୟ ଗୋପାଳ ଛେତ୍ରିଙ୍କୁ ଦଳ ଚୁଜାଚେନରୁ ପ୍ରାର୍ଥୀ କରିଛି। ସିକ୍କିମରେ ୩୨ ବିଧାନସଭା ନିର୍ବାଚନ ମଣ୍ଡଳୀ ଥିବାବେଳେ ଗୋଟିଏ ଲୋକସଭା ଆସନ ଅଛି। ସିକ୍କିମ ବିଧାନସଭା ଏବଂ ଲୋକସଭା ନିର୍ବାଚନ ପାଇଁ ଆସନ୍ତା ଏପ୍ରିଲ ୧୯ ତାରିଖରେ ଭୋଟ୍ ଗ୍ରହଣ ହେବ । ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚ ୨୭ ତାରିଖରେ ସିକ୍କିମ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ହେବ। ମାର୍ଚ୍ଚ ୨୮ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଏବଂ ମାର୍ଚ୍ଚ ୩୦ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ। ସିକ୍କିମରେ ୩୨ ବିଧାନସଭା ଆସନରେ ଜୁନ୍ ୨ ତାରିଖରେ ଭୋଟ୍ ଗଣତି ହେବ ଏବଂ ଏକମାତ୍ର ଲୋକସଭା ଆସନରେ ଜୁନ୍ ୪ ତାରିଖରେ ଭୋଟ୍ ଗଣତି ହେବ।