ହାଏରେ ରାଜଧାନୀ: ବର୍ଷା ପାଣିରେ ହନ୍ତସନ୍ତ କିବା ଗରିବ କିବା ଧନୀ, ୬ ମୃତ

ନୂଆଦିଲ୍ଲୀ: ସରକାରୀ ସହର, ଦେଶର ମେରୁଦଣ୍ଡ ରାଜଧାନୀ ଦିଲ୍ଲୀରେ ବର୍ଷା ପାଣି ଯେ ଏମିତି ତାଣ୍ଡବ ରଚିବ ତାହା ଭାବିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଛି। ବର୍ଷା ପାଣିରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଅଲଗା ଅଲଗା ଜାଗାରେ ଜଣେ ବୟସ୍କ ବ୍ୟକ୍ତି, ଜଣେ ଯୁବକ ଓ ୪ ଛୋଟ ପିଲାଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀର ଓଖଲା ଅଣ୍ଡର ପାସ୍‌ରେ ପାଣି ଭରିଯିବାରୁ ଜଣେ ୬୦ ବର୍ଷ ବୟସ୍କ ଜାତିପୁରର ଦିଗବିଜୟ କୁମାର ଚୌଧୁରୀଙ୍କ ମୃତ୍ୟୁ ହୋଇଛି। ଏହି ଅଞ୍ଚଳ ୨୪ ଘଣ୍ଟା ଧରି ପାଣିରେ ବୁଡ଼ି ରହିଥିଲା। ଦିଗବିଜୟ ତାଙ୍କ ଟିଭିଏସ୍ ସ୍କୁଟି ଚଲାଇ ଯାଇଥିବା ବେଳେ ପାଣିରେ ପଶିଯାଇଥିଲେ।ସେହିପରି ଶନିବାର ଅପରାହ୍ନରେ ଉତ୍ତର ଦିଲ୍ଲୀର ସମୟପୁର ବଦଲି ଏରିଆରେ ଦୁଇ ଛୋଟ ପିଲାଙ୍କର ପାଣିରେ ବୁଡ଼ି ମୃତ୍ୟୁ ହୋଇଛି। ଏଠାରେ ୨ ରୁ ୩ ଫିଟ ଉଚ୍ଚାରେ ପାଣି ଜମି ରହିଥିଲା। ପାଣିରେ ଗାଧେଇବା ବେଳେ ସେମାନେ ବୁଡ଼ିଯାଇଥିଲେ। ଶୁକ୍ରବାର ମଧ୍ଯ ଦୁଇ ଜଣ ପିଲାଙ୍କର ମୃତ୍ୟୁ ହୋଇଥିଲା। ଖେଳୁଥିବା ବେଳେ ଏମାନେ ପାଣିରେ ବୁଡିଯାଇଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ସେହିପରି ଉତ୍ତରପୂର୍ବ ଦିଲ୍ଲୀର ଶାଲିମାର ବାଘ ଏରିଆରେ ଜଣେ ୨୦ ବର୍ଷୀୟ ଯୁବକଙ୍କ ପାଣିରେ ବୁଡ଼ି ମୃତ୍ୟ ହୋଇଛି। ବ୍ୟକ୍ତି ଜଣଙ୍କ ଆଜାଦପୁର ଗୋଦାମରେ କାମ କରୁଥିଲେ। ତାଙ୍କ ପରିଚୟ ମିଳିପାରି ନାହିଁ। ସୂଚନା ଥାଉକି ଦିଲ୍ଲୀରେ ମୌସୁମୀ ବର୍ଷା ତାଣ୍ଡବ ର

ହାଏରେ ରାଜଧାନୀ: ବର୍ଷା ପାଣିରେ ହନ୍ତସନ୍ତ କିବା ଗରିବ କିବା ଧନୀ, ୬ ମୃତ

ନୂଆଦିଲ୍ଲୀ: ସରକାରୀ ସହର, ଦେଶର ମେରୁଦଣ୍ଡ ରାଜଧାନୀ ଦିଲ୍ଲୀରେ ବର୍ଷା ପାଣି ଯେ ଏମିତି ତାଣ୍ଡବ ରଚିବ ତାହା ଭାବିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଛି। ବର୍ଷା ପାଣିରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଅଲଗା ଅଲଗା ଜାଗାରେ ଜଣେ ବୟସ୍କ ବ୍ୟକ୍ତି, ଜଣେ ଯୁବକ ଓ ୪ ଛୋଟ ପିଲାଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀର ଓଖଲା ଅଣ୍ଡର ପାସ୍‌ରେ ପାଣି ଭରିଯିବାରୁ ଜଣେ ୬୦ ବର୍ଷ ବୟସ୍କ ଜାତିପୁରର ଦିଗବିଜୟ କୁମାର ଚୌଧୁରୀଙ୍କ ମୃତ୍ୟୁ ହୋଇଛି। ଏହି ଅଞ୍ଚଳ ୨୪ ଘଣ୍ଟା ଧରି ପାଣିରେ ବୁଡ଼ି ରହିଥିଲା। ଦିଗବିଜୟ ତାଙ୍କ ଟିଭିଏସ୍ ସ୍କୁଟି ଚଲାଇ ଯାଇଥିବା ବେଳେ ପାଣିରେ ପଶିଯାଇଥିଲେ।

ସେହିପରି ଶନିବାର ଅପରାହ୍ନରେ ଉତ୍ତର ଦିଲ୍ଲୀର ସମୟପୁର ବଦଲି ଏରିଆରେ ଦୁଇ ଛୋଟ ପିଲାଙ୍କର ପାଣିରେ ବୁଡ଼ି ମୃତ୍ୟୁ ହୋଇଛି। ଏଠାରେ ୨ ରୁ ୩ ଫିଟ ଉଚ୍ଚାରେ ପାଣି ଜମି ରହିଥିଲା। ପାଣିରେ ଗାଧେଇବା ବେଳେ ସେମାନେ ବୁଡ଼ିଯାଇଥିଲେ। ଶୁକ୍ରବାର ମଧ୍ଯ ଦୁଇ ଜଣ ପିଲାଙ୍କର ମୃତ୍ୟୁ ହୋଇଥିଲା। ଖେଳୁଥିବା ବେଳେ ଏମାନେ ପାଣିରେ ବୁଡିଯାଇଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। 

ସେହିପରି ଉତ୍ତରପୂର୍ବ ଦିଲ୍ଲୀର ଶାଲିମାର ବାଘ ଏରିଆରେ ଜଣେ ୨୦ ବର୍ଷୀୟ ଯୁବକଙ୍କ ପାଣିରେ ବୁଡ଼ି ମୃତ୍ୟ ହୋଇଛି। ବ୍ୟକ୍ତି ଜଣଙ୍କ ଆଜାଦପୁର ଗୋଦାମରେ କାମ କରୁଥିଲେ। ତାଙ୍କ ପରିଚୟ ମିଳିପାରି ନାହିଁ। ସୂଚନା ଥାଉକି ଦିଲ୍ଲୀରେ ମୌସୁମୀ ବର୍ଷା ତାଣ୍ଡବ ରଚିଛି। ଜୁନ ମାସରେ ୮୮ ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା। ସାଧାରଣ ଲୋକ ହଇରାଣ ହେବା ସହିତ ଦିଲ୍ଲୀ ମନ୍ତ୍ରୀ ଓ ସାଂସଦମାନେ ଏବି ଏଥିରୁ ପାର୍ ପାଇ ନାହାନ୍ତି। ସାଂସଦଙ୍କ ସରକାରୀ କ୍ୱାଟରରେ ପାଣି ପଶି ଆସବାବପତ୍ର ନଷ୍ଟ ହୋଇଯାଇଛି।