ସଙ୍କଟରେ ଚିରାଗ ପାଶ୍ୱାନ, ଦଳ ଛାଡ଼ିଲେ ୨୨ ନେତା

ନୂଆଦିଲ୍ଲୀ,୪।୪: ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ଥିବାବେଳେ ଲୋକ ଜନଶକ୍ତି ପାର୍ଟି (ରାମ ବିଲାଶ)ର ନେତା ଚିରାଗ ପାଶ୍ୱାନଙ୍କୁ ଲାଗିଛି ସାଂଘାତିକ ଝଟକା। ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନରେ ଚିରାଗଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରି ଏକାଥରେ ଦଳର ପ୍ରାୟ ୨୨ ନେତା ଦଳ ଛାଡିଛନ୍ତି। ସେମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ଓ ପ୍ରଦେଶ ପଦାଧିକାରୀ ମଧ୍ୟ ସାମିଲ ଅଛନ୍ତି। ସେମାନେ ଏକାଥରେ ଦଳରୁ ଇସ୍ତଫା ଦେଇଛନ୍ତି। ଦୀର୍ଘ ବର୍ଷ ଧରି ପାର୍ଟିରେ କାର୍ଯ୍ୟରତ ଥିବା ନେତାଙ୍କ ବଦଳରେ […] The post ସଙ୍କଟରେ ଚିରାଗ ପାଶ୍ୱାନ, ଦଳ ଛାଡ଼ିଲେ ୨୨ ନେତା appeared first on Dharitri Odia News.

ସଙ୍କଟରେ ଚିରାଗ ପାଶ୍ୱାନ, ଦଳ ଛାଡ଼ିଲେ ୨୨ ନେତା

ନୂଆଦିଲ୍ଲୀ,୪।୪: ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ଥିବାବେଳେ ଲୋକ ଜନଶକ୍ତି ପାର୍ଟି (ରାମ ବିଲାଶ)ର ନେତା ଚିରାଗ ପାଶ୍ୱାନଙ୍କୁ ଲାଗିଛି ସାଂଘାତିକ ଝଟକା। ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନରେ ଚିରାଗଙ୍କ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରି ଏକାଥରେ ଦଳର ପ୍ରାୟ ୨୨ ନେତା ଦଳ ଛାଡିଛନ୍ତି। ସେମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ଓ ପ୍ରଦେଶ ପଦାଧିକାରୀ ମଧ୍ୟ ସାମିଲ ଅଛନ୍ତି। ସେମାନେ ଏକାଥରେ ଦଳରୁ ଇସ୍ତଫା ଦେଇଛନ୍ତି।

ଦୀର୍ଘ ବର୍ଷ ଧରି ପାର୍ଟିରେ କାର୍ଯ୍ୟରତ ଥିବା ନେତାଙ୍କ ବଦଳରେ ନବାଗତ ନେତାଙ୍କୁ ଦଳ ଟିକେଟ ଦେଉଥିବାରୁ କାର୍ଯ୍ୟକର୍ତ୍ତା ଅସନ୍ତୁଷ୍ଟ ହୋଇ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଟଙ୍କା ବଦଳରେ ଚିରାଗ ପାଶୱାନ ଟିକେଟ ବିକ୍ରି କରୁଥିବା ସେମାନେ ଗମ୍ଭୀର ଅଭିଯୋଗ କରିଛନ୍ତି।

ସୂଚନାଥାଉ କି, ଗତ ବର୍ଷ ଜୁଲାଇରେ ଚିରାଗ ପାଶ୍ୱାନ ଏନଡିଏରେ ସାମିଲ ହୋଇଥିଲେ। ଏହାପରେ ବିହାରରେ ସମୁଦାୟ ୪୦ ଲୋକ ସଭା ଆସନ ଥିବା ବେଳେ ଏଲଜେପିର ନେତା ଚିରାଗଙ୍କୁ ୫ ସିଟ ମିଳିଛି। ଏହି ସିଟ ମଧ୍ୟରୁ ହାଜିପୁରାରରୁ ଖୋଦ ଚିରାଗ ପାଶ୍ୱାନ, ବୈଶାଳୀରୁ ବୀଣା ସିଂହ, ଜମୁଇରୁ ଅରୁଣ ଭାରତୀ, ସମସ୍ତିପୁରରୁ ଶାମ୍ଭବୀ ଚୌଧୁରୀ ଓ ଖଡଗିଆରୁ ରାଜେଶ ବର୍ମାଙ୍କୁ ଟିକେଟ୍‌ ମିଳିଛି ।

The post ସଙ୍କଟରେ ଚିରାଗ ପାଶ୍ୱାନ, ଦଳ ଛାଡ଼ିଲେ ୨୨ ନେତା appeared first on Dharitri Odia News.