ଭାଜପାରେ ଯୋଗ ନ ଦେଲେ କରାଯିବ ଗିରଫ: ଆତିଶୀ

ନୂଆଦିଲ୍ଲୀ,୨।୪: ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ନ୍ୟାୟିକ ହେପାଜତ ଏପ୍ରିଲ ୧୫ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସିଏମ କେଜ୍‌ରିଓ୍ବାଲଙ୍କୁ ବର୍ତ୍ତମାନ ତିହାର ଜେଲକୁ ପଠାଯାଇଛି। ଏହି ସମୟରେ ଆଜି ମଙ୍ଗଳବାର ଦିଲ୍ଲୀ ମନ୍ତ୍ରୀ ତଥା ଏଏପି ନେତା ଆତିଶୀ ସକାଳ ୧୦ଟାରେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଏହି ସମ୍ମିଳନୀରେ ଏଏପି ନେତା ଅନେକ ବିସ୍ଫୋରକ ଖୁଲାସା କରିଛନ୍ତି। ଭାଜପା ତାଙ୍କୁ ଏକ ଅଫର ଦେଇଛି ବୋଲି […] The post ଭାଜପାରେ ଯୋଗ ନ ଦେଲେ କରାଯିବ ଗିରଫ: ଆତିଶୀ appeared first on Dharitri Odia News.

ଭାଜପାରେ ଯୋଗ ନ ଦେଲେ କରାଯିବ ଗିରଫ: ଆତିଶୀ

ନୂଆଦିଲ୍ଲୀ,୨।୪: ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ଜାତୀୟ ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ନ୍ୟାୟିକ ହେପାଜତ ଏପ୍ରିଲ ୧୫ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସିଏମ କେଜ୍‌ରିଓ୍ବାଲଙ୍କୁ ବର୍ତ୍ତମାନ ତିହାର ଜେଲକୁ ପଠାଯାଇଛି। ଏହି ସମୟରେ ଆଜି ମଙ୍ଗଳବାର ଦିଲ୍ଲୀ ମନ୍ତ୍ରୀ ତଥା ଏଏପି ନେତା ଆତିଶୀ ସକାଳ ୧୦ଟାରେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଏହି ସମ୍ମିଳନୀରେ ଏଏପି ନେତା ଅନେକ ବିସ୍ଫୋରକ ଖୁଲାସା କରିଛନ୍ତି। ଭାଜପା ତାଙ୍କୁ ଏକ ଅଫର ଦେଇଛି ବୋଲି ସେ ଦାବି କରିଛନ୍ତି।

ଆତିଶୀ କହିଛନ୍ତି ଯେ ଭାଜପା ମୋର ଅତି ନିକଟ ବ୍ୟକ୍ତିଙ୍କ ମାଧ୍ୟମରେ ଭାଜପାରେ ଯୋଗଦେବା ପାଇଁ ଅଫର ଦେଇଛି। ମୋତେ କୁହାଯାଇଛି ଯେ ଭାଜପାରେ ଯୋଗ ଦେଇ ମୋର ରାଜନୈତିକ କ୍ୟାରିଅରକୁ ବଞ୍ଚାଇବାକୁ କିମ୍ବା ଯଦି ମୁଁ ଭାଜପାରେ ଯୋଗ ନ ଦେବି, ତେବେ ଆସନ୍ତା ୧ ମାସ ମଧ୍ୟରେ ମୋତେ ଇଡି ଗିରଫ କରିବ।

The post ଭାଜପାରେ ଯୋଗ ନ ଦେଲେ କରାଯିବ ଗିରଫ: ଆତିଶୀ appeared first on Dharitri Odia News.