ନିର୍ବାଚନ ପରେ ଗ୍ରାହକଙ୍କୁ ବଡ଼ ଝଟ୍କା, ୫୦ରୁ ୨୫୦ ଯାଏଁ ମହଙ୍ଗା ହେବ ମୋବାଇଲ ରିଚାର୍ଜ!
ନୂଆଦିଲ୍ଲୀ,୧୪।୫: ଲୋକ ସଭା ନିର୍ବାଚନ ପରେ କୋଟି କୋଟି ମୋବାଇଲ ୟୁଜର୍ସଙ୍କୁ ଏକ ବଡ଼ ଝଟକା ଳାଗିବାକୁ ଯାଉଛି। ସୂଚନା ଅନୁଯାୟୀ, ଟେଲିକମ କମ୍ପାନୀଗୁଡିକ ମୋବାଇଲ ତାରିଫ୍ ବୃଦ୍ଧି କରିବାକୁ ଯାଉଛନ୍ତି। ଏହା ୨୫ ପ୍ରତିଶତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏକ ରିପୋର୍ଟରେ କୁହାଯାଇଛି ଯେ, କମ୍ପାନୀଗୁଡିକ 5G ରେ ବିପୁଳ ପୁଞ୍ଜି ବିନିଯୋଗ କରିଛନ୍ତି। ଏଭଳି ପରିସ୍ଥିତିରେ କମ୍ପାନୀଗୁଡିକ ଲାଭ ପାଇବା ପାଇଁ ମୋବାଇଲ ଅପରେଟରମାନେ ୨୫ ପ୍ରତିଶତ ତାରିଫ୍ ବୃଦ୍ଧି କରିବାକୁ ଯାଉଛନ୍ତି। […] The post ନିର୍ବାଚନ ପରେ ଗ୍ରାହକଙ୍କୁ ବଡ଼ ଝଟ୍କା, ୫୦ରୁ ୨୫୦ ଯାଏଁ ମହଙ୍ଗା ହେବ ମୋବାଇଲ ରିଚାର୍ଜ! appeared first on Dharitri Odia News.
ନୂଆଦିଲ୍ଲୀ,୧୪।୫: ଲୋକ ସଭା ନିର୍ବାଚନ ପରେ କୋଟି କୋଟି ମୋବାଇଲ ୟୁଜର୍ସଙ୍କୁ ଏକ ବଡ଼ ଝଟକା ଳାଗିବାକୁ ଯାଉଛି। ସୂଚନା ଅନୁଯାୟୀ, ଟେଲିକମ କମ୍ପାନୀଗୁଡିକ ମୋବାଇଲ ତାରିଫ୍ ବୃଦ୍ଧି କରିବାକୁ ଯାଉଛନ୍ତି। ଏହା ୨୫ ପ୍ରତିଶତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏକ ରିପୋର୍ଟରେ କୁହାଯାଇଛି ଯେ, କମ୍ପାନୀଗୁଡିକ 5G ରେ ବିପୁଳ ପୁଞ୍ଜି ବିନିଯୋଗ କରିଛନ୍ତି। ଏଭଳି ପରିସ୍ଥିତିରେ କମ୍ପାନୀଗୁଡିକ ଲାଭ ପାଇବା ପାଇଁ ମୋବାଇଲ ଅପରେଟରମାନେ ୨୫ ପ୍ରତିଶତ ତାରିଫ୍ ବୃଦ୍ଧି କରିବାକୁ ଯାଉଛନ୍ତି।
ସୂଚନା ଅନୁଯାୟୀ, ଏହି ବୃଦ୍ଧି ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଦେଖିବାକୁ ମିଳିବ। ଉଭୟ ପୋଷ୍ଟପେଡ ଏବଂ ପ୍ରିପେଡ ଯୋଜନା ପୂର୍ବ ଅପେକ୍ଷା ମହଙ୍ଗା ହୋଇପାରେ। ଅନ୍ୟପକ୍ଷରେ, ଇଣ୍ଟରନେଟ ରିଚାର୍ଜ ପ୍ୟାକ୍ରେ ମଧ୍ୟ ବୃଦ୍ଧି ପାଇପାରେ। ତେବେ ଏପରି ବୃଦ୍ଧି ସାଧାରଣ ଲୋକଙ୍କୁ ପ୍ରଭାବିତ କରିବ। ଯଦି ଆପଣ ପ୍ରତି ମାସରେ ୨୦୦ ଟଙ୍କା ରିଚାର୍ଜ କରନ୍ତି, ତେବେ ଏହା ଆଗକୁ ୫୦ ଅଧିକ ଟଙ୍କା ବୃଦ୍ଧି ପାଇବ। ଏହାର ଅର୍ଥ ଆପଣ ୨୦୦ ସ୍ଥାନରେ ୨୫୦ ଟଙ୍କାର ରିଚାର୍ଜ କରିବେ। ଅନ୍ୟପକ୍ଷରେ, ଯଦି ଆପଣ ୫୦୦ ଟଙ୍କା ରିଚାର୍ଜ କରନ୍ତି, ତେବେ ଏହା ୨୫ ପ୍ରତିଶତ ବୃଦ୍ଧି ହୋଇ ଅଧିକ ୧୨୫ ଟଙ୍କା ଦେବାକୁ ପଡିବ। ଯଦି ଆପଣ ୧୦୦୦ ଟଙ୍କା ରିଚାର୍ଜ କରନ୍ତି, ତେବେ ଏହାର ମୂଲ୍ୟ ୨୫୦ ଟଙ୍କା ବୃଦ୍ଧି ପାଇ ୧୨୫୦ ଟଙ୍କା ଦେବାକୁ ପଡିବ।
The post ନିର୍ବାଚନ ପରେ ଗ୍ରାହକଙ୍କୁ ବଡ଼ ଝଟ୍କା, ୫୦ରୁ ୨୫୦ ଯାଏଁ ମହଙ୍ଗା ହେବ ମୋବାଇଲ ରିଚାର୍ଜ! appeared first on Dharitri Odia News.