ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ହେଉଥିଲା ରାସ୍ତା କାମ: ଭିଡିଓ କରିବାରୁ …

କୁଜଙ୍ଗ,୩।୭(ମନୋଜ ପ୍ରଧାନ): ଏରସମା ବ୍ଲକ ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ଗଡ଼କୁଜଙ୍ଗର ବଡ଼ଦାଣ୍ଡ ସମ୍ପ୍ରସାରଣ ନିମନ୍ତେ ମଙ୍ଗଳବାର କଂକ୍ରିଟ ଢଳେଇ ହୋଇଥିଲା। ମାତ୍ର ଏହି ସମୟରେ ଯନ୍ତ୍ରୀ ଅନୁପସ୍ଥିତ ଥିଲେ। ଏନେଇ ଗ୍ରାମର ସଂଗ୍ରାମ କେଶରୀ ବେହେରା ଓ ପ୍ରଦୀପ ମହାନ୍ତି ମୋବାଇଲରେ ଢଳେଇ ବେଳର ଭିଡିଓ ଶୁଟିଂ କରୁଥିଲେ। ମାତ୍ର ସେଠାରେ ଉପସ୍ଥିତ ଥିବା କେତେଜଣ ଲୋକ ଭିଡିଓ ଶୁଟିଂ ବନ୍ଦ କରିବାକୁ କହିଥିଲେ। ଏହାକୁ କେନ୍ଦ୍ର କରି ଉଭୟ ପକ୍ଷଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ […] The post ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ହେଉଥିଲା ରାସ୍ତା କାମ: ଭିଡିଓ କରିବାରୁ … appeared first on Dharitri Odia News.

ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ହେଉଥିଲା ରାସ୍ତା କାମ: ଭିଡିଓ କରିବାରୁ …

କୁଜଙ୍ଗ,୩।୭(ମନୋଜ ପ୍ରଧାନ): ଏରସମା ବ୍ଲକ ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ଗଡ଼କୁଜଙ୍ଗର ବଡ଼ଦାଣ୍ଡ ସମ୍ପ୍ରସାରଣ ନିମନ୍ତେ ମଙ୍ଗଳବାର କଂକ୍ରିଟ ଢଳେଇ ହୋଇଥିଲା। ମାତ୍ର ଏହି ସମୟରେ ଯନ୍ତ୍ରୀ ଅନୁପସ୍ଥିତ ଥିଲେ। ଏନେଇ ଗ୍ରାମର ସଂଗ୍ରାମ କେଶରୀ ବେହେରା ଓ ପ୍ରଦୀପ ମହାନ୍ତି ମୋବାଇଲରେ ଢଳେଇ ବେଳର ଭିଡିଓ ଶୁଟିଂ କରୁଥିଲେ। ମାତ୍ର ସେଠାରେ ଉପସ୍ଥିତ ଥିବା କେତେଜଣ ଲୋକ ଭିଡିଓ ଶୁଟିଂ ବନ୍ଦ କରିବାକୁ କହିଥିଲେ। ଏହାକୁ କେନ୍ଦ୍ର କରି ଉଭୟ ପକ୍ଷଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ତାହା ଗଣ୍ଡଗୋଳର ରୂପ ଧାରଣ କରିଥିଲା। ଉଭୟ ପକ୍ଷଙ୍କ ମଧ୍ୟରେ ବାଡ଼ିଆପିଟା ହେବା ଦେଖି ପ୍ରଦୀପଙ୍କ ମା’ ଅମ୍ବିକା ମହାନ୍ତି ସେଠାରେ ପହଞ୍ଚତ୍ ଗଣ୍ଡଗୋଳ ବନ୍ଦ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ତାଙ୍କ ମୁଣ୍ଡ ଫାଟି ଯାଇଛି। ଏନେଇ ସଂଗ୍ରାମ କେଶରୀ ଅଭୟଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ମାମଲା (ନଂ. ୧୮୯/୨୪ ) ରୁଜୁ କରିଛି। ଅପରପକ୍ଷେ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ହେଉଥିବା କାର୍ଯ୍ୟକୁ ସମର୍ଥନ କରିଥିବା ଗୋଷ୍ଠୀ ପକ୍ଷରୁ ତପନ ସାମଲ ଥାନାରେ ପାଲଟା ଅଭିଯୋଗ କରିଛନ୍ତି। ଏହାକୁ ଭିତ୍ତିକରି ଅଭୟଚାନ୍ଦପୁର ପୋଲିସ ମାମଲା (ନଂ.୧୮୮/୨୪) ରୁଜୁ କରିଛି। ଏନେଇ ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ରାଜକିଶୋର ବେହେରା କହିଛନ୍ତି।
ଅନୁପସ୍ଥିତି ସମ୍ପର୍କରେ ଏରସମା ବିଡିଓ ଲମ୍ବୋଦର ଖୁଣ୍ଟିଆଙ୍କୁ ମୋବାଇଲ ଫୋନ୍‌ ଯୋଗେ ପଚାରିବାରେ, ସେ ଫୋନ୍‌ରେ କିଛି କହିବେ ନାହିଁ ବରଂ ସଂପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାକୁ ପରାମର୍ଶ ଦେଇଥିଲେ। ଏ ସମ୍ପର୍କରେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ଲଳିତ ମୋହନ ବସ୍ତିଆଙ୍କୁ ପଚାରିବାରେ ସେ କହିଥିଲେ,ମୁଁ ଠିକ୍‌ ସମୟରେ ପହଞ୍ଚିଛି । ମୋର କୌଣସି ଗଣ୍ଡଗୋଳରେ ପଶିବାର ନାହିଁ। ପଞ୍ଚାୟତ ସମିତି ଅଂଶରୁ ୪ ଲକ୍ଷ ୮୦ ହଜାର ଟଙ୍କା ବ୍ୟୟ ଅଟକଳରେ ବଡ଼ଦାଣ୍ଡ ସମ୍ପ୍ରସାରଣ ହେଉଛି । କମିଟି ସଭ୍ୟମାନେ ଏହା କରୁଛନ୍ତି। ଆଗକୁ ମନ୍ଦିର କମିଟି ୨ ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିବାର ଯନ୍ତ୍ରୀ ବସ୍ତିଆ ପ୍ରକାଶ କରିଛନ୍ତି। ଉତ୍ତେଜନାକୁ ଲକ୍ଷ୍ୟ ରଖି କାର୍ଯ୍ୟସ୍ଥଳରେ ପୋଲିସ ନିୟୋଜନ କରାଯାଇଛି।

The post ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ହେଉଥିଲା ରାସ୍ତା କାମ: ଭିଡିଓ କରିବାରୁ … appeared first on Dharitri Odia News.